କନକ ବ୍ୟୁରୋ : ବର୍ଷା ଋତୁ ଆସିବା ମାତ୍ରେ ରାସ୍ତାକଡ଼ରେ ପୋଡ଼ାମକା ବା ଭୁଟ୍ଟା ମିଳିବା ଆରମ୍ଭ ହୋଇଯାଏ । ଗରମାଗରମ ଭୁଟ୍ଟା ଖାଇବାକୁ ଯେତିକି ସ୍ୱାଦିଷ୍ଟ, ଏହା ଆମ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ସେତିକି ଲାଭଦାୟକ । ବର୍ଷା ଦିନରେ ମିଳୁଥିବା ପୋଡ଼ାମକା ଆମ ଶରୀରକୁ ଅନେକ ପୋଷକ ତତ୍ତ୍ୱ ଦେଇଥାଏ । ଫାଇବର, ଭିଟାମିନ୍ ଏବଂ ଆଣ୍ଟିଅକ୍ସିଡେଣ୍ଟରେ ଭରପୂର ଭୁଟ୍ଟା ଓଜନ କମାଇବାରେ ମଧ୍ୟ ସହାୟକ ହୋଇଥାଏ । ଏହା ସହିତ ପାଚନକ୍ରିୟାକୁ ସୁଧାରିବା, ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ଏବଂ ଶକ୍ତି ଦେବାରେ ମଧ୍ୟ କାମ କରିଥାଏ । ବର୍ଷା ଦିନରେ ଭୁଟ୍ଟା ଖାଇଲେ ଅନେକ ପ୍ରକାରର ସ୍ୱାସ୍ଥ୍ୟ ସମସ୍ୟାକୁ ଦୂର କରିବାରେ ସାହାଯ୍ୟ କରିଥାଏ । ବହୁତ କମ୍ ଲୋକ ଜାଣିଛନ୍ତି ଯେ ଶରୀରରେ ବଢ଼ୁଥିବା କୋଲେଷ୍ଟ୍ରୋଲ ସ୍ତରକୁ ନିୟନ୍ତ୍ରଣ କରିବାରେ ମଧ୍ୟ ପ୍ରଭାବଶାଳୀ ହୋଇଥାଏ ଭୁଟ୍ଟା ।  

Corn
Corn Photograph: (google)

କୋଲେଷ୍ଟ୍ରୋଲ ନିୟନ୍ତ୍ରଣ କରିବାରେ ସହାୟକ

ଯଦି ଆପଣଙ୍କର କୋଲେଷ୍ଟ୍ରୋଲ ସହିତ ଜଡ଼ିତ ସମସ୍ୟା ଅଛି ତେବେ ଆପଣଙ୍କ ପାଇଁ ଭୁଟ୍ଟାର ସେବନ ସର୍ବୋତ୍ତମ ହୋଇପାରେ । ସ୍ୱିଟ୍ କର୍ଣ୍ଣରେ ଦ୍ରବଣୀୟ ଏବଂ ଅଦ୍ରବଣୀୟ ଉଭୟ ପ୍ରକାରର ଫାଇବର ରହିଥାଏ । ଦ୍ରବଣୀୟ ଫାଇବର ଅନ୍ତନଳୀରେ ତରଳ ପଦାର୍ଥ ସୃଷ୍ଟି କରି କୋଲେଷ୍ଟ୍ରୋଲର ସ୍ତରକୁ କମ୍ କରିବାରେ ସାହାଯ୍ୟ କରେ ଯାହା ଦ୍ୱାରା ଧମନୀରେ ପ୍ଲାକ୍ ଜମିବାର ସମ୍ଭାବନା ପ୍ରାୟତଃ ଶେଷ ହୋଇଯାଏ । ଏହା ଶରୀରରେ ଖରାପ କୋଲେଷ୍ଟ୍ରୋଲ ସ୍ତରକୁ କମ୍ କରିଥାଏ ।

ରୋଗ ପ୍ରତିରୋଧକ ଶକ୍ତି (ଇମ୍ୟୁନିଟି) ବଢ଼ାଏ :

ବର୍ଷା ଋତୁରେ ଦ୍ରୁତଗତିରେ ପାଣିପାଗ ବଦଳିଥାଏ । ପାଣିପାଗ ବଦଳିବା କାରଣରୁ ଲୋକଙ୍କର ରୋଗ ପ୍ରତିରୋଧକ ଶକ୍ତି କମ୍ ହୋଇଯାଏ । ଏପରି ପରିସ୍ଥିତିରେ ସ୍ୱିଟ୍ କର୍ଣ୍ଣ ରୋଗ ପ୍ରତିରୋଧକ ଶକ୍ତିକୁ ବଢ଼ାଇବାରେ ସହାୟକ ହୋଇପାରେ । ଏଥିରେ ଥିବା ପୋଷକ ତତ୍ତ୍ୱ ଯେପରିକି ଭିଟାମିନ୍ ଏ, ବି, ଇ, ଏବଂ ଆଣ୍ଟିଅକ୍ସିଡେଣ୍ଟ ରୋଗ ପ୍ରତିରୋଧକ ଶକ୍ତିକୁ ବଢ଼ାଇବାର କାମ କରିଥାଏ ।

ପେଟ ସମସ୍ୟାରୁ ମୁକ୍ତି :

ବର୍ଷା ଋତୁରେ ପେଟ ସମ୍ବନ୍ଧୀୟ ସମସ୍ୟା ସାଧାରଣ କଥା । ଯେଉଁ ଲୋକମାନଙ୍କର କୋଷ୍ଠକାଠିନ୍ୟ ସମସ୍ୟା ରହିଥାଏ ସେମାନେ ନିଜ ଡାଏଟରେ ଭୁଟ୍ଟାକୁ ନିଶ୍ଚିତ ଭାବରେ ସାମିଲ କରିବା ଉଚିତ । ଏଥିରେ ଥିବା ଫାଇବର ଅନ୍ତନଳୀରେ ଲାଗି ରହିଥିବା ଖାଦ୍ୟକୁ ସଫା କରିବାରେ ସାହାଯ୍ୟ କରିଥାଏ । ଯେଉଁଥିପାଇଁ କୋଷ୍ଠକାଠିନ୍ୟ, ଗ୍ୟାସ୍, ଏସିଡିଟି ଭଳି ସମସ୍ୟା ହୋଇନଥାଏ ।

ଚର୍ମ ସମସ୍ୟା ଦୂର ହୁଏ : 

ଭୁଟ୍ଟା ଆମ ସ୍ୱାସ୍ଥ୍ୟ ସହିତ ଚର୍ମ ପାଇଁ ମଧ୍ୟ ଲାଭଦାୟକ ହୋଇଥାଏ । ଏଥିରେ ଥିବା ଭିଟାମିନ୍ ଏ, ଭିଟାମିନ୍ ସି ଏବଂ ଆଣ୍ଟିଅକ୍ସିଡେଣ୍ଟ ତ୍ୱଚାକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ । ଯେଉଁଥିପାଇଁ ମୁହଁରେ ଏକ ନୂଆ ଚମକ ଆସିଥାଏ ଏବଂ ଚର୍ମ ସହିତ ଜଡ଼ିତ ଅନେକ ପ୍ରକାରର ସମସ୍ୟା ଦୂର ହୋଇଯାଏ ।

ଓଜନ ହ୍ରାସ :

ବଢ଼ୁଥିବା ଓଜନକୁ ନେଇ ଚିନ୍ତିତ ଥିବା ଲୋକଙ୍କ ପାଇଁ ଭୁଟ୍ଟା ବହୁତ ଲାଭଦାୟକ ପ୍ରମାଣିତ ହୋଇପାରେ । ଏଥିରେ କ୍ୟାଲୋରୀ କମ୍ ରହିବା ସହିତ ଏହା ପେଟକୁ ଅଧିକ ସମୟ ପର୍ଯ୍ୟନ୍ତ ପୂର୍ଣ୍ଣ ରଖିବାର ଅନୁଭୂତି ଦେଇଥାଏ । ଯେଉଁଥିପାଇଁ ବ୍ୟକ୍ତିଙ୍କୁ ଅଧିକ ଖାଇବାର ଆବଶ୍ୟକତା ପଡ଼ିନଥାଏ । ଯାହା ଓଜନ ହ୍ରାସରେ ଲାଭଦାୟକ ହୋଇଥାଏ ।

Advertisment