କନକ ବ୍ୟୁରୋ : ମାଓବାଦୀଙ୍କ ବିରୋଧରେ ଅପରେସନ ଜୋରଦାର କରିଛି ସୁରକ୍ଷା ବଳ । ଧୀରେଧୀରେ ଗୋଟିଏ ପରେ ଗୋଟିଏ ମାଓବାଦୀଙ୍କ ଗଡ଼ ଭାଙ୍ଗିବାରେ ଲାଗିଛି । ଏବେ ମାଓବାଦୀଙ୍କୁ ଘାରିଛି ଏନ୍କାଉଣ୍ଟର ଭୟ । ଅଧିକ ସଂଖ୍ୟାରେ ମାଓବାଦୀ ଏବେ ଆତ୍ମସମର୍ପଣ କରିବାରେ ଲାଗିଛନ୍ତି । ଏହାର ଏକ ଅଡିଓ ଏବେ ସାମ୍ନାକୁ ଆସିଛି । ଏବେ ବିଭିନ୍ନ ଜୋନ୍ର ମାଓନେତାମାନେ ପରସ୍ପର ସହ ଆଲୋଚନା କରିବାକୁ ଚାହୁଛନ୍ତି । ତେଣୁ ଫେବ୍ରୁଆରି ୧୫ ପର୍ଯ୍ୟନ୍ତ ସୁରକ୍ଷାବଳ ପକ୍ଷରୁ ସଶସ୍ତ୍ର କାର୍ଯ୍ୟାନୁଷ୍ଠାନ ବନ୍ଦ କରିବାକୁ ମାଓବାଦୀଙ୍କ ପକ୍ଷରୁ ଚିଠିରେ ନିବେଦନ କରାଯାଇଛି । ଖୋଦ ମାଓ ପ୍ରବକ୍ତା ୩ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ସଶସ୍ତ୍ର ସଂଘର୍ଷ ବନ୍ଦ କରିବା ଉପରେ ବିଚାର କରିବା ଲାଗି ୨୦୨୬ ଫେବ୍ରୁଆରି ୧୫ ପର୍ଯ୍ୟନ୍ତ ସମୟ ମଗାଯାଇଥିବା କହିଛନ୍ତି ।
ଗତ କିଛି ମାସ ହେଲା ମାଓ ବିରୋଧରେ ଅପରେସନ୍ ଜୋରଦାର ହୋଇଛି । ସୁରକ୍ଷାବାହିନୀ ଗୁଳିରେ ନିହତ ହୋଇଛି ମାଓ ନେତା ମାଡ଼ଭି ହିଡ଼ମା । ଏହାପରେ ଗତ ସୋମବାର ପ୍ରାୟ ୧୫ ଜଣ ମାଓବାଦୀ ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି । ଏମାନଙ୍କ ମୁଣ୍ଡରେ ୪୮ ଲକ୍ଷ ଟଙ୍କାର ପୁରସ୍କାର ରାଶି ରହିଥିଲା । ଏହାପୂର୍ବରୁ ତେଲେଙ୍ଗାନାରେ ମଧ୍ୟ ୩୭ ଜଣ ମାଓବାଦୀ ପୁଲିସ ନିକଟରେ ସରେଣ୍ଡର କରିଥିଲେ । ମାଡ଼ଭି ହିଡ଼ ମା ନିପାତ ହେବାପରେ ଏହି ଜୋନ୍ରେ ମାଓଗଡ଼ ଭୁଶୁଡ଼ିବାରେ ଲାଗିଛି । ଆତ୍ମସମର୍ପଣ କରିଥିବା ମାଓବାଦୀମାନେ କହିଛନ୍ତି ଯେ ସରକାରଙ୍କ ଲୋକାଭିମୁଖୀ ଯୋଜନା ଓ ନୀତିରେ ଉତ୍ସାହିତ ହୋଇ ଆତ୍ମସମର୍ପଣ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଆତ୍ମସମର୍ପଣ କରିଥିବା ମାଓବାଦୀମାନଙ୍କ ମଧ୍ୟରେ ୪ ପିଏଲ୍ଜିଏ ସଦସ୍ୟ ମାଡଭି ସନ୍ନା, ତାଙ୍କ ପତ୍ନୀ ସୋଡି ହିଡ୍ମେ, ସୂର୍ଯ୍ୟମ ଓରଫ ରାଭା ସୋମା ଓ ତାଙ୍କ ପତ୍ନୀ ମାନ୍ନୀ ଓରଫ ମାଡ଼ଭି ଭିମେ ରହିଛନ୍ତି । ଏମାନଙ୍କ ମୁଣ୍ଡ ଉପରେ ୮ ଲକ୍ଷ ଟଙ୍କା ଲେଖାଏ ପୁରସ୍କାର ରାଶି ରହିଥିଲା । ଦୁଇଜଣ ଏରିଆ କମିଟି ସଦସ୍ୟଙ୍କ ମୁଣ୍ଡ ଉପରେ ଥିଲା ୫ ଲକ୍ଷ ଟଙ୍କା ଲେଖାଏ ପୁରସ୍କାର । ଅନ୍ୟ ଜଣଙ୍କ ଉପରେ ୩ ଲକ୍ଷ, ଜଣଙ୍କ ଉପରେ ୨ ଲକ୍ଷ ଓ ଆଉ ଜଣଙ୍କ ମୁଣ୍ଡ ଉପରେ ୧ ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିଲା । ଏମାନେ ଅନେକ ମାଓ କାର୍ଯ୍ୟକଳାପରେ ଲିପ୍ତ ଥିଲେ ।
ଅଧିକ ପଢ଼ନ୍ତୁ--ରାମ ମନ୍ଦିର ଶିଖରରେ ସ୍ଥାପନ ହେଲା ଧର୍ମ ଧ୍ୱଜା? ଧ୍ୱଜାରେ ଥିବା ଏହି ଗଛ ବିଷୟରେ ଜାଣିଛନ୍ତି କି?
ଆତ୍ମସମର୍ପଣ ପରେ ସେମାନଙ୍କୁ ତୁରନ୍ତ ୫୦ ହଜାର ଟଙ୍କା ଲେଖାଏ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି । ରାଜ୍ୟ ସରକାରଙ୍କ ଅଇଥାନ ନୀତି ଅନୁଯାୟୀ ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କୁ ସରକାରଙ୍କ ପକ୍ଷରୁ ସବୁ ସହାୟତା ପ୍ରଦାନ କରାଯିବ । ଗତ ୨୩ ମାସରେ ରାଜ୍ୟରେ ୨,୧୫୦ ଜଣ ମାଓବାଦୀ ଆତ୍ମସମର୍ପଣ କରିସାରିଲେଣି । ୨୦୨୬ ମାର୍ଚ୍ଚ ୩୧ ସୁଦ୍ଧା ଦେଶକୁ ମାଓମୁକ୍ତ କରିବାକୁ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଘୋଷଣା କରିଥିଲେ । ଏବେ ସୁରକ୍ଷାବଳର ଜୋରଦାର ଅପରେସନର ପ୍ରଭାବ ମାଓଗୋଷ୍ଠୀଙ୍କ ଉପରେ ପଡ଼ିଥିବା ମନେ ହେଉଛି । ଯାହାଫଳରେ ଅସ୍ତ୍ର ତ୍ୟାଗ କରି ସମାଜର ମୁଖ୍ୟ ଧାରାରେ ସାମିଲ ହେବାକୁ ଚାହୁଛନ୍ତି ମାଓ ସଦସ୍ୟ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/11/25/maoists-encounter-fear-2025-11-25-15-18-59.jpg)