କନକ ବ୍ୟୁରୋ: ଇରାନ ଏବଂ ଆମେରିକା ମଧ୍ୟରେ ଜାରି ରହିଥିବା ମହାସମର ଏବେ ଏକ ଭୟଙ୍କର ରୂପ ନେଇଛି। ଇରାନ ପକ୍ଷରୁ ମଧ୍ୟପ୍ରାଚ୍ୟରେ ଥିବା ଆମେରିକାର ପ୍ରମୁଖ ଏୟାରବେସ୍ଗୁଡ଼ିକ ଉପରେ ଶତାଧିକ ମିସାଇଲ ଏବଂ ଡ୍ରୋନ୍ ମାଡ଼ କରାଯାଇଛି । ଆମେରିକା କହିଛି ଯେ ଏହି ଆକ୍ରମଣରେ ଖୁବ୍ କମ୍ କ୍ଷୟକ୍ଷତି ହୋଇଛି। ସୂଚନା ଅନୁସାରେ ଜଣାପଡ଼ିଛି ଯେ ଆମେରିକା ନୌସେନାର ଏକ ସର୍ଭିସ୍ ସେଣ୍ଟର ଉପରେ ମିସାଇଲ୍ ମାଡ଼ ହୋଇଛି। ଏଥିରେ କିଛି ବିଲ୍ଡିଂ କ୍ଷତିଗ୍ରସ୍ତ ହୋଇଥିବା ଜଣାଯାଇଛି ।
ଆବୁଧାବିରେ ଥିବା ଏୟାରବେସ୍ ପାଖରେ ମିସାଇଲ୍ ମାଡ଼ ଯୋଗୁଁ କିଛି ଘରର କ୍ଷତି ହୋଇଛି ।ଦୁବାଇ ଏବଂ କୁଏତ ବିମାନବନ୍ଦରରେ ସାମାନ୍ୟ କ୍ଷୟକ୍ଷତି ହୋଇଛି, ଯେଉଁଥିପାଇଁ କିଛି ସମୟ ପାଇଁ ବିମାନ ଚଳାଚଳ ବନ୍ଦ ରହିଥିଲା। ଆମେରିକାର ସାମରିକ ଶକ୍ତି ଉପରେ କୌଣସି ବଡ଼ ପ୍ରଭାବ ପଡ଼ିନାହିଁ, କିନ୍ତୁ କିଛି ବିଲ୍ଡିଂ ଏବଂ ରାଡାର ସିଷ୍ଟମରେ ସାମାନ୍ୟ କ୍ଷତି ହୋଇଥିବା ସ୍ପଷ୍ଟ ହୋଇଛି ।
ଆହୁରି ପଢ଼ନ୍ତୁ:ଖାମେନେଇଙ୍କ ପୁଅ ନୂଆ ସୁପ୍ରିମ୍ ଲିଡର: ମୁଜତାବା ଖାମେନେଇ ହେବେ ଇରାନର ସର୍ବୋଚ୍ଚ ନେତା
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, କୌଣସି ଆମେରିକୀୟ ସୈନିକ ପ୍ରାଣ ହରାଇ ନାହାନ୍ତି କିମ୍ବା ଆହତ ହୋଇନାହାନ୍ତି । ସେମାନଙ୍କର ସାମରିକ ଅପରେସନ୍ ପୂର୍ବପରି ଚାଲୁ ରହିଛି ।ଇରାନର ସରକାରୀ ଗଣମାଧ୍ୟମ ଦାବି କରିଛି ଯେ ସେମାନେ ଆମେରିକାର ଏୟାରବେସକୁ ବହୁତ କ୍ଷତି ପହଞ୍ଚାଇଛନ୍ତି। ବିଶେଷ କରି କାତାରର ଏକ ବଡ଼ 'ରାଡାର ସିଷ୍ଟମ'କୁ ସେମାନେ ନଷ୍ଟ କରିଦେଇଥିବା ଦାବି କରୁଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/03/01/20-2026-03-01-11-25-09.jpg)