କନକ ବ୍ୟୁରୋ: ମଧ୍ୟପ୍ରାଚ୍ୟରେ ଭୟଙ୍କର ମହାଯୁଦ୍ଧ। ଇସ୍ରାଏଲ ଓ ଆମେରିକାର ଆକ୍ରମଣ ପରେ ପ୍ରତିଶୋଧ ପରାୟଣ ହୋଇପଡ଼ିଛି ଇରାନ । ଇରାନକୁ ପରମାଣୁ ବୋମା ତିଆରିରୁ ନିବୃତ ରହିବାକୁ ଏହି ଯୁଦ୍ଧର ଆରମ୍ଭ ହୋଇଥିଲା, ଯାହା ଏବେ କୁଏତ, କତାର, ଜୋର୍ଡାନ, ସିରିଆ, ବାହାରିନ ଏବଂ ୟୁଏଇକୁ ବ୍ୟାପିଛି । ଇରାନର ମିନାବ ସହରର ଏକ ସ୍କୁଲରେ ହୋଇଥିବା ଆକ୍ରମଣରେ ୮୦ରୁ ଅଧିକ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ହୋଇଛି।
୨୪ଟି ଜିଲ୍ଲା ପ୍ରଭାବିତ ହୋଇଛି। ଏଥିରେ ୨୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୭୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଖେମିନିଙ୍କ ଝିଅ ଓ ଜ୍ୱାଇଁଙ୍କ ମୃତ୍ୟୁ ନେଇ ସୂଚନା ମିଳିଛି। ଅପରପକ୍ଷରେ ଏହି ଆକ୍ରମଣରେ ଅନେକ ଆମେରିକୀୟ ସୈନ୍ୟ ପ୍ରାଣ ହରାଇଥିବା ଇରାନ ଦାବି କରିଛି। ଇସ୍ରାଏଲରେ ମଧ୍ୟ ଏହା ଭୟଙ୍କର କ୍ଷତି ଘଟିଥିବା ଦାବି କରିଛି ଇରାନ। ଇରାନ ପାଖରେ ୬୦ ପ୍ରତିଶତ ସମୃଦ୍ଧ ୟୁରାନିୟମ ମହଜୁଦ ରହିଛି।
ଆହୁରି ପଢ଼ନ୍ତ:ମହାଯୁଦ୍ଧ ଆଣିବ ମହାସଙ୍କଟ ? ହୁ ହୁ ହୋଇ ବଢ଼ିବ ସୁନା ଦର ! ୨୦ ହଜାର ଉପରେ ଛୁଇଁବ ସୁନା !
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/03/01/3-2026-03-01-07-51-04.jpg)