କନକ ବ୍ୟୁରୋ : ଇରାନରେ ବଡ଼ ରାଜନୈତିକ ପରିବର୍ତ୍ତନ। ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇଙ୍କ ନିହତ ହେବା ପରେ ଦେଶର ନୂଆ ସୁପ୍ରିମ୍ ଲିଡର ଭାବେ ତାଙ୍କ ପୁଅ ମୁଜତାବା ଖାମେନେଇଙ୍କ ନାମ ଘୋଷଣା କରାଯାଇଛି । ମୁଜ୍ତାବା କହିଲେ ପ୍ରିୟଜନଙ୍କ ମୃତ୍ୟୁର ନିଆଯିବ ପ୍ରତିଶୋଧ । ଏହି ଆକ୍ରମଣ ଜାରି ରହିବ ।ସରକାରୀ ସୂତ୍ର ଅନୁସାରେ, ଦେଶର ସ୍ଥିରତା ଓ ଧାର୍ମିକ-ରାଜନୈତିକ ପରମ୍ପରାକୁ ଜାରି ରଖିବା ପାଇଁ ଏହି ସିଦ୍ଧାନ୍ତ ଗ୍ରହଣ କରାଯାଇଛି ।
ଖାମେନେଇଙ୍କ ମୃତ୍ୟୁ ପରେ ଇରାନରେ ନେତୃତ୍ୱ ସଙ୍କଟ ନେଇ ଚର୍ଚ୍ଚା ଚାଲିଥିଲା । ଏହି ପରିସ୍ଥିତିରେ ମୁଜତାବାଙ୍କୁ ସର୍ବୋଚ୍ଚ ପଦବୀରେ ବସାଇବା ଦ୍ୱାରା ଦେଶର ନୀତି ଓ ପ୍ରଶାସନରେ ଅବିଚ୍ଛିନ୍ନତା ରହିବ ବୋଲି ସରକାର ଦାବି କରିଛି ।ନୂଆ ସୁପ୍ରିମ୍ ଲିଡର ଭାବେ ମୁଜତାବା ଖାମେନେଇ ଦେଶର ସେନା, ନ୍ୟାୟପାଳିକା ଓ ରାଜନୈତିକ ବ୍ୟବସ୍ଥାର ସର୍ବୋଚ୍ଚ ଅଧିକାର ଧାରଣ କରିବେ। ମଧ୍ୟ ପ୍ରାଚ୍ୟରେ ଚାଲୁଥିବା ଯୁଦ୍ଧ ମଧ୍ୟରେ ଏହି ଘୋଷଣାକୁ ଆନ୍ତର୍ଜାତୀୟ ମଞ୍ଚ ଗୁରୁତ୍ୱ ସହିତ ନଜର ରଖିଛି ।
ଆହୁରି ପଢ଼ନ୍ତୁ:ଦୁବାଇରେ ଆତଙ୍କ: ବୁର୍ଜ୍ ଖଲିଫା ନିକଟରେ ଡ୍ରୋନ ଆକ୍ରମଣ, ଫସିଛନ୍ତି ଭାରତୀୟ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/03/01/21-2026-03-01-10-57-22.jpg)