କନକ ବ୍ୟୁରୋ : ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର । ବେଆଇନ ବାଂଲାଦେଶୀଙ୍କ ବିରୋଧରେ ସବୁଠି ଜୋରଦାର ଆକ୍ସନ୍ । ବୁଲଡୋଜରରେ ବସ୍ତି ଉଚ୍ଛେଦ ପରେ, ବିଭିନ୍ନ ସ୍ଥାନରେ ଜବରଦଖଲ ଉଚ୍ଛେଦ କରାଯାଉଛି । ସେପଟେ ମାଲକାନଗିରିରେ ଜୋରସୋରରେ ଚାଲିଛି ସିଏଏ ପ୍ରକ୍ରିୟା । ସେଠି ବି ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ଚିହ୍ନଟ ଚାଲିଛି ।
କେଉଁଠି ବୁଲଡୋଜର ଗର୍ଜୁଛି, ଆଉ କେଉଁଠି କାନ୍ଦ ବୋବାଳି । ଜୋରଦାର ଚାଲିଛି ବେଆଇନ ବାଂଲାଦେଶୀ ଧରପଗଡ଼ । ଜଳରେ... ସ୍ଥଳରେ.. ଚାରିଆଡ଼େ ନଜର । ଜଗତସିଂହପୁର ବେହେରାମପୁର ବସ୍ତିରେ ବୁଲଡୋଜର ଚଢିବା ପରେ, ଇଏ ପାଖ ବସ୍ତିର ଦୃଶ୍ୟ । ଛେଳି, ଗୋରୁ, ଆସବାବପତ୍ର, ଏପରିକି ଟିଣ ଛପର ଧରି ଘର ଛାଡ଼ୁଛନ୍ତି ଜବରଦଖଲକାରୀ । ସୂଚନା ଅନୁସାରେ, ଏଠୁ ବର୍ଷ ବର୍ଷ ଧରି ଖଜଣା ନିଆଯାଉଥିଲା, ବିଜୁଳି ସଂଯୋଗ ବି ଦିଆଯାଇଥିଲା ।
ଇଥାନଲ କମ୍ପାନିକୁ ସମ୍ବଲପୁର ଦେଓଗାଁରେ ପ୍ରବଳ ବିରୋଧ, ନିର୍ମାଣ ବନ୍ଦ କରିବା ଦାବିରେ ତାତିଲେ ଲୋକେ
କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା, ପଟ୍ଟାମୁଣ୍ଡାଇ ଓ ରାଜନଗରରେ ଅଜବ ସ୍ଥିତି । ୨୦୦୪ରେ ଦେଶାନ୍ତର ନୋଟିସ୍ ପାଇବା ସତ୍ତ୍ୱେ, ବହୁ ବାଂଲାଦେଶୀଙ୍କୁ ସରକାରୀ ସହାୟତା ମିଳିଥିବା ଜଣାପଡ଼ିଛି । ସେମାନେ ଏବେ ଘର ଛାଡ଼ିବାକୁ ନାରାଜ । ଏପଟେ ଭଦ୍ରକ ବାସୁଦେବପୁରର କସିଆ ସାମୁଦ୍ରିକ ଅଂଚଳରେ ଚଢ଼ାଉ କରି ମତ୍ସ୍ୟଜୀବୀଙ୍କ କାଗଜପତ୍ର ଯାଞ୍ଚ କଡ଼ାକଡ଼ି କରାଯାଇଛି ।
ବିନା ଟେଷ୍ଟରେ ଟଙ୍କା ଦେଲେ ମିଳିଯାଉଛି ଡ୍ରାଇଭିଂ ଲାଇସେନ୍ସ, ଫେକ୍ ଆଫିଡେବିଟର ନିଆଯାଉଛି ସାହାରା
ଉପକୂଳ ପରେ ଉପାନ୍ତରେ ବି 'ଅପରେସନ୍ ବାଂଲାଦେଶୀ' ! ମାଲକାନଗିରିରେ ଚାଲିଛି ନାଗରିକତା ସଂଶୋଧନ ଆଇନ- ସିଏଏ ପ୍ରକ୍ରିୟା । ପରିଚୟପତ୍ର ଓ ଅନ୍ୟ ଦସ୍ତାବିଜ ଯାଞ୍ଚ କରୁଛି ଡାକ ବିଭାଗ । ୧୯୬୫ରୁ ୧୯୭୨ ଯାଏଁ ମାଲକାନଗିରିର ୨୧୩ଟି ଗାଁରେ ଶରଣ ନେଇଥିଲେ ଲକ୍ଷ ଲକ୍ଷ ବାଂଲାଦେଶୀ । ପରେ ଆହୁରି ଅନେକ ବେଆଇନ ଭାବେ ଡେରା ଜମାଇଛନ୍ତି। ତେବେ ସିଏଏରେ ଭାରତୀୟ ନାଗରିକତା ପାଇବାକୁ ୯୬୯ ଜଣ ଆବେଦନ କରିଥିବା ବେଳେ, ବହୁ ବେଆଇନ ଅନୁପ୍ରବେଶକାରୀ ବି ଧରାପଡ଼ିପାରନ୍ତି ।
Follow Us