କିଛି ଦିନର ନୀରବତା ପରେ ପୁଣି କୋଟିଆରେ ଆନ୍ଧ୍ରର ଅନୁପ୍ରବେଶ,  ବିର୍ସା ମୁଣ୍ଡାଙ୍କ ଜନ୍ମବାର୍ଷିକୀରେ ଆୟୋଜନ କଲା ଆଦିବାସୀ ମେଳା

ସୀମାନ୍ତ ଗାଁ ନେରେଡିୱାଲାସାର ସାପ୍ତାହିକ ହାଟରେ କାର୍ଯ୍ୟକ୍ରମ ।

Kotia Dispute

Kotia Dispute Photograph: (KanakNews)

କନକ ବ୍ୟୁରୋ:  କିଛି ଦିନର ନୀରବତା ପରେ ପୁଣି କୋଟିଆରେ ଅନୁପ୍ରବେଶ କଲେ ଆନ୍ଧ୍ର ଅଧିକାରୀ । ଆଦିବାସୀ ଆନ୍ଦୋଳନ ନେତା ବିର୍ସା ମୁଣ୍ଡାଙ୍କ ଜନ୍ମବାର୍ଷିକୀ ଅବସରରେ ଆଦିବାସୀ ମେଳା ଆୟୋଜନ କଲା ଆନ୍ଧ୍ର। ଆନ୍ଧ୍ରର ଗୁଣବତ୍ତା ସାମଗ୍ରୀ ଗୁଡ଼ିକୁ କିଣିବା ନିମନ୍ତେ ଲୋକଙ୍କୁ କଲା ସଚେତନ। କୋଟିଆର ସୀମାନ୍ତ ଗ୍ରାମ ନେରେଡିୱାଲାସାର ସାପ୍ତାହିକ ହାଟରେ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।

କୋଟିଆ ବିକାଶରେ ସରକାର ଖୁସ୍, ଦେଓମାଳି ଦେଇ କୁନ୍ଦୁଲିକୁ ଫିଟୁଛି ରାସ୍ତା, କିନ୍ତୁ ପଦାରେ ପଡ଼ିଲା ପ୍ରାଶାସନିକ ଉଦାସିନତା

ସାଲୁର ଗିରିଜନା କୋପରେଟିଭ୍ କର୍ପୋରେସନ ବିଭାଗ ପକ୍ଷରୁ କାର୍ଯ୍ୟକ୍ରମ ଆୟୋଜନ  କରାଯାଇଥିଲା । ବିଭାଗୀୟ ଅଧିକାରୀ ମାନେ ଆଦିବାସୀ ସମବାୟ ସମିତି ଗୁଡ଼ିକର ଷ୍ଟଲ ସ୍ଥାପନ କରି ଆନ୍ଧ୍ରର ବିଭିନ୍ନ ସାମଗ୍ରୀ ବିକ୍ରି କରିଛନ୍ତି । ସେମାନେ ସ୍ଥାନୀୟ ବଜାରରେ ଦୋକାନଗୁଡ଼ିକୁ ମଧ୍ୟ ବୁଲି ସାମଗ୍ରୀ ଗୁଡ଼ିକୁ ମଧ୍ୟ ଯାଞ୍ଚ କରିଛନ୍ତି । ଯଦି କେହି ଆଦିବାସୀ ଅଞ୍ଚଳରେ ଲୋକଙ୍କୁ ଠକିବାକୁ ଚେଷ୍ଟା କରନ୍ତି ତେବେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନି ଦେଇଥିବା ନେଇ ଜଣାପଡିଛି ।

ଓଡ଼ିଶା ଉପରୁ ହଟୁନି ପଡ଼ିଶା ଆଖି । କୋଟିଆରୁ ତ ବିଲକୁଲ୍‌ ନୁହେଁ । କଳବଳ କୌଶଳେ କୋଟିଆର ନିରିହ ଲୋକଙ୍କୁ ନିଜର କରିବାକୁ ଉଦ୍ୟମ ଜାରି ରଖିଛି । ଆନ୍ଧ୍ରପ୍ରଦେଶର ଚାଲାକିକୁ ବୁଝିବାରେ ବାରମ୍ବାର ବିଫଳ ହେଉଛି ଓଡ଼ିଶା । ବିଭିନ୍ନ ସମୟରେ ଆନ୍ଧ୍ର ପ୍ରଶାସନ ଭିନ୍ନଭିନ୍ନ କାର୍ଯ୍ୟକ୍ରମ ଜରିଆରେ କୋଟିଆ ଗ୍ରାମପୁଞ୍ଜରେ ପଶୁଛି ।  କେତେବେଳେ ବାଣ୍ଟୁଛି ଡିଜିଟାଲ କାର୍ଡ, ଆଉ କେତେବେଳେ ଅନୁପ୍ରବେଶ କରି ଗାଁ ଲୋକଙ୍କୁ ରାସନକାର୍ଡ ବାଣ୍ଟିଛି  । ଏବେ ବିର୍ସା ମୁଣ୍ଡାଙ୍କ ଜନ୍ମବାର୍ଷିକୀ ଅବସରରେ କୋଟିଆରେ ଆଦିବାସୀ ମେଳା ଆୟୋଜନ କରିଛି  ଆନ୍ଧ୍ର । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe