କନକ ବ୍ୟୁରୋ : ଓଡ଼ିଶା ଉପରୁ ହଟୁନି ପଡ଼ିଶା ଆଖି । କୋଟିଆରୁ ତ ବିଲକୁଲ୍ ନୁହେଁ । କଳବଳ କୌଶଳେ କୋଟିଆର ନିରିହ ଲୋକଙ୍କୁ ନିଜର କରିବାକୁ ଉଦ୍ୟମ ଜାରି ରଖିଛି । ଆନ୍ଧ୍ରପ୍ରଦେଶର ଚାଲାକିକୁ ବୁଝିବାରେ ବାରମ୍ବାର ବିଫଳ ହେଉଛି ଓଡ଼ିଶା । ବିଭିନ୍ନ ସମୟରେ ଆନ୍ଧ୍ର ପ୍ରଶାସନ ଭିନ୍ନଭିନ୍ନ କାର୍ଯ୍ୟକ୍ରମ ଜରିଆରେ କୋଟିଆ ଗ୍ରାମପୁଞ୍ଜରେ ପଶୁଛି । ଏବେ ବାଣ୍ଟୁଛି ଡିଜିଟାଲ କାର୍ଡ । ହେଲେ ଜାଣି ପାରିଲା ନାହିଁ ଓଡ଼ିଶା । ତଳ ଗଞ୍ଜେଇ ପଦର, ଉପର ଗଞ୍ଜେଇ ପଦରରେ ଡିଜିଟାଲ କାର୍ଡ ଯୋଗାଉଥିବା ଜାଣିବା ପରେ ଆଜି କୋଟିଆ ଗସ୍ତ କରିଥିଲେ ରାଜ୍ୟ ସରକାରଙ୍କ ଅଧିକାରୀ ।
ଜଣେକି ୨ଜଣ ନୁହେଁ ଶହେରୁ ଅଧିକ କୋଟିଆ ବାସୀଙ୍କୁ ଆନ୍ଧ୍ର ଦେଇଛି ଡିଜିଟାଲ କାର୍ଡ । ସେଥିରେ ମିଳିବ ସବୁ ପ୍ରକାର ସୁବିଧା। ଚାଉଳ ଠାରୁ ତେଲ, ସାବୁନ, ଡାଲି ଓ ଅନ୍ୟାନ୍ୟ ସାମଗ୍ରୀ । କିନ୍ତୁ ଓଡ଼ିଶାରେ ଏ ପର୍ଯ୍ୟନ୍ତ ଡିଜିଟାଲ କାର୍ଡ ସ୍ୱପ୍ନ । ରାସନ କାର୍ଡରେ କେବଳ ଚାଉଳ ଛଡ଼ା ଆଉ କିଛି ମିଳୁନାହିଁ । ତେଣୁ ଆନ୍ଧ୍ର ମୁହଁ ହେଉଛନ୍ତି କୋଟିଆବାସୀ । ତଳ ଗଞ୍ଜେଇ ପଦର, ଉପର ଗଞ୍ଜେଇ ପଦରରେ ଡିଜିଟାଲ କାର୍ଡ ଯୋଗାଉଥିବା ଜାଣିବା ପରେ ଆଜି କୋଟିଆ ଗସ୍ତ କରିଥିଲେ ରାଜ୍ୟ ସରକାରଙ୍କ ଅଧିକାରୀ ।
ସେପଟେ କୋଟିଆରେ ପୁଲିସର ସହଯୋଗ ଠିକ୍ ଭାବେ ମିଳୁନାହିଁ । ଫଳରେ ଗଳା ବାଟ ଦେଇ କୋଟିଆରେ ଆନ୍ଧ୍ର ଅଧିକାରୀ ପ୍ରବେଶ କରୁଥିବା ଜଣାପଡ଼ିଛି । ଉଭୟ ରାଜ୍ୟରୁ ଲାଭ ପାଉଥିବାରୁ କୋଟିଆବାସୀ କୌଣସି କଥା ଜଣାଉନଥିବା କହିଛନ୍ତି ପଟଙ୍ଗି ବିଡ଼ିଓ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/10/17/kotia-2025-10-17-17-53-34.jpg)