କନକ ବ୍ୟୁରୋ: କିଛି ଦିନର ନୀରବତା ପରେ ପୁଣି କୋଟିଆରେ ଅନୁପ୍ରବେଶ କଲେ ଆନ୍ଧ୍ର ଅଧିକାରୀ । ଆଦିବାସୀ ଆନ୍ଦୋଳନ ନେତା ବିର୍ସା ମୁଣ୍ଡାଙ୍କ ଜନ୍ମବାର୍ଷିକୀ ଅବସରରେ ଆଦିବାସୀ ମେଳା ଆୟୋଜନ କଲା ଆନ୍ଧ୍ର। ଆନ୍ଧ୍ରର ଗୁଣବତ୍ତା ସାମଗ୍ରୀ ଗୁଡ଼ିକୁ କିଣିବା ନିମନ୍ତେ ଲୋକଙ୍କୁ କଲା ସଚେତନ। କୋଟିଆର ସୀମାନ୍ତ ଗ୍ରାମ ନେରେଡିୱାଲାସାର ସାପ୍ତାହିକ ହାଟରେ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।
ସାଲୁର ଗିରିଜନା କୋପରେଟିଭ୍ କର୍ପୋରେସନ ବିଭାଗ ପକ୍ଷରୁ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ବିଭାଗୀୟ ଅଧିକାରୀ ମାନେ ଆଦିବାସୀ ସମବାୟ ସମିତି ଗୁଡ଼ିକର ଷ୍ଟଲ ସ୍ଥାପନ କରି ଆନ୍ଧ୍ରର ବିଭିନ୍ନ ସାମଗ୍ରୀ ବିକ୍ରି କରିଛନ୍ତି । ସେମାନେ ସ୍ଥାନୀୟ ବଜାରରେ ଦୋକାନଗୁଡ଼ିକୁ ମଧ୍ୟ ବୁଲି ସାମଗ୍ରୀ ଗୁଡ଼ିକୁ ମଧ୍ୟ ଯାଞ୍ଚ କରିଛନ୍ତି । ଯଦି କେହି ଆଦିବାସୀ ଅଞ୍ଚଳରେ ଲୋକଙ୍କୁ ଠକିବାକୁ ଚେଷ୍ଟା କରନ୍ତି ତେବେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନି ଦେଇଥିବା ନେଇ ଜଣାପଡିଛି ।
ଓଡ଼ିଶା ଉପରୁ ହଟୁନି ପଡ଼ିଶା ଆଖି । କୋଟିଆରୁ ତ ବିଲକୁଲ୍ ନୁହେଁ । କଳବଳ କୌଶଳେ କୋଟିଆର ନିରିହ ଲୋକଙ୍କୁ ନିଜର କରିବାକୁ ଉଦ୍ୟମ ଜାରି ରଖିଛି । ଆନ୍ଧ୍ରପ୍ରଦେଶର ଚାଲାକିକୁ ବୁଝିବାରେ ବାରମ୍ବାର ବିଫଳ ହେଉଛି ଓଡ଼ିଶା । ବିଭିନ୍ନ ସମୟରେ ଆନ୍ଧ୍ର ପ୍ରଶାସନ ଭିନ୍ନଭିନ୍ନ କାର୍ଯ୍ୟକ୍ରମ ଜରିଆରେ କୋଟିଆ ଗ୍ରାମପୁଞ୍ଜରେ ପଶୁଛି । କେତେବେଳେ ବାଣ୍ଟୁଛି ଡିଜିଟାଲ କାର୍ଡ, ଆଉ କେତେବେଳେ ଅନୁପ୍ରବେଶ କରି ଗାଁ ଲୋକଙ୍କୁ ରାସନକାର୍ଡ ବାଣ୍ଟିଛି । ଏବେ ବିର୍ସା ମୁଣ୍ଡାଙ୍କ ଜନ୍ମବାର୍ଷିକୀ ଅବସରରେ କୋଟିଆରେ ଆଦିବାସୀ ମେଳା ଆୟୋଜନ କରିଛି ଆନ୍ଧ୍ର ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/11/12/kotia-dispute-2025-11-12-09-55-45.jpg)