କନକ ବ୍ୟୁରୋ : ଘନଉଛି ଆଫଗାନିସ୍ତାନ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ । ପାକିସ୍ତାନର ଏୟାରଷ୍ଟ୍ରାଇକ୍ରେ ୧୪ ଆଫଗାନ୍ ନାଗରିକଙ୍କ ମୃତ୍ୟୁ ହୋଇଛି । ସବୁଠାରୁ ବଡ଼ କଥା ହେଉଛି ଆକ୍ରମଣରେ ଯାଇଛି ୩ ଯୁବ କ୍ରିକେଟରଙ୍କ ଜୀବନ, ପାକିସ୍ତାନର ଆକ୍ରମଣରେ ତାଲିବାନ୍ ଫାୟାର, ଘଟିପାରେ କିଛି ବଡ଼ ଅଘଟଣ । ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ୪୮ ଘଣ୍ଟାର ଅସ୍ତ୍ରବିରତି ଶୁକ୍ରବାର ସନ୍ଧ୍ୟା ୬ଟାରେ ଶେଷ ହୋଇଛି । କିନ୍ତୁ ଏହାର କିଛି ଘଣ୍ଟା ପରେ ପାକିସ୍ତାନ ପାକ୍ତତିକା ପ୍ରଦେଶରେ ଏୟାର ଷ୍ଟ୍ରାଇକ୍ କରିଛି। ଆଫଗାନ ଗଣମାଧ୍ୟମ ଅନୁଯାୟୀ, ଆକ୍ରମଣରେ ଉରଗୁନ୍ ଏବଂ ବର୍ମାଲ ଜିଲ୍ଲାର ଅନେକ ଘରକୁ ଟାର୍ଗେଟ୍ କରାଯାଇଥିଲା। ଏହି ଘଟଣାର ପ୍ରତିକ୍ରିୟା ସ୍ୱରୂପ, ନଭେମ୍ବରରେ ପାକିସ୍ତାନରେ ହେବାକୁ ଥିବା ତ୍ରିରାଷ୍ଟ୍ରୀୟ ଟି-୨୦ ସିରିଜରୁ ଆଫଗାନ୍ ଓହରି ଯିବାର ଘୋଷଣା କରିଛି ।
ୟୁକ୍ରେନ ରାଷ୍ଟ୍ରପତିଙ୍କୁ ଭେଟିଲେ ଆମେରିକା ରାଷ୍ଟ୍ରପତି, ଜେଲେନସ୍କିଙ୍କୁ ମନାଇବା ପୁଣି କରିଛନ୍ତି ଚେଷ୍ଟା
ପ୍ରଥମ ଥର ପାଇଁ ଆଫଗାନିସ୍ତାନ ନିଜ ଘରୋଇ ମାଟିରେ ପାକିସ୍ତାନ ସହିତ ଖେଳିଥାନ୍ତା। ଏସିବି କହିଛି, ନିହତ କ୍ରିକେଟରଙ୍କ ପ୍ରତି ସମ୍ମାନାର୍ଥେ ଏହି ପଦକ୍ଷେପ ନିଆଯାଇଛି। ଏସିବି ଏକ୍ସରେ କହିଛି, ପାକ୍ତତିକା ପ୍ରଦେଶରୁ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ୍ ମ୍ୟାଚ୍ ଖେଳି ଫେରୁଥିବା ଖେଳାଳି ଆକ୍ରମଣର ଶିକାର ହୋଇଥିଲେ । ଘଟଣାକୁ ଗମ୍ଭୀରତାର ସହ ନେଇଛନ୍ତି ଆଫଗାନ୍ କ୍ରିକେଟର, ରସିଦ ଖାଁ ଲେଖିଛନ୍ତି, ଆଫଗାନିସ୍ତାନରେ ସମ୍ପ୍ରତି ପାକିସ୍ତାନୀ ବିମାନ ଆକ୍ରମଣରେ ସାଧାରଣ ଲୋକଙ୍କ ଜୀବନହାନିରେ ମୁଁ ଦୁଃଖିତ। ଦୁଃଖଦ ଘଟଣା ଯାହା ମହିଳା, ପିଲା ଏବଂ ଯୁବ କ୍ରିକେଟରଙ୍କ ଜୀବନ ନେଇଛି ଯେଉଁମାନେ ନିଜ ଦେଶ ପାଇଁ ଖେଳିବାର ସ୍ୱପ୍ନ ଦେଖୁଥିଲେ ।
ଆଫଗାନ୍ କ୍ରିକେଟରଙ୍କୁ ମାରିଦେଲା ପାକିସ୍ତାନ! ଆଉ ପାକିସ୍ତାନ ସହ କ୍ରିକେଟ ଖେଳିବନି ଆଫଗାନ୍
ଅଲରାଉଣ୍ଡର ଗୁଲବଦ୍ଦିନ ନାଇବ କହିଛନ୍ତି, ଏହି ଆକ୍ରମଣରେ ଆମେ ଦୁଃଖିତ, ଯେଉଁଥିରେ ନିରୀହ ସାଧାରଣ ନାଗରିକ ଏବଂ ସାଥୀ କ୍ରିକେଟରମାନେ ପ୍ରାଣ ହରାଇଥିଲେ । ପାକିସ୍ତାନୀ ସେନାର ଆକ୍ରମଣ ଆମ ଜନତା ଏବଂ ସ୍ୱାଧୀନତା ଉପରେ ଆକ୍ରମଣ, କିନ୍ତୁ କେବେ ବି ଆଫଗାନିସ୍ତାନର ମନୋବଳକୁ ଭାଙ୍ଗିବ ନାହିଁ।ଜାତିସଂଘ ଅନୁଯାୟୀ, ଏହି ସପ୍ତାହରେ ଆଫଗାନିସ୍ତାନର ଛଅଟି ପ୍ରଦେଶରେ ପାକିସ୍ତାନୀ ଆକ୍ରମଣରେ ୩୭ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି ଏବଂ ୪୨୫ ଜଣ ଆହତ ହୋଇଛନ୍ତି। ନଜର ପକାଇବା ଗତ ତିନି ଦିନର ଘଟଣାକ୍ରମ
୧୬ ଅକ୍ଟୋବର – ପାକିସ୍ତାନ ଉପରେ ଆଫଗାନ୍ର ବିଜୟ ଉତ୍ସବ ପାଳନ
୧୭ ଅକ୍ଟୋବର – ପାକ୍ ଆର୍ମି କ୍ୟାମ୍ପ ଉପରେ ଟିଟିପିର ଆକ୍ରମଣ
୭ ପାକ୍ ସୈନିକ ମୃତ
୧୮ ଅକ୍ଟୋବର – ପାକ୍ ଏୟାରଷ୍ଟ୍ରାଇକ୍ରେ ୩ କ୍ରିକେଟରଙ୍କ ମୃତ୍ୟୁ
୧୭ ମୃତ, ୧୬ ଆହତ
ଆଫଗାନ୍ ସହ ଯୁଦ୍ଧ ପରିସ୍ଥିତି ଉପୁଜିଥିବା ବେଳେ ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫ୍ କହିଛନ୍ତି, ଦେଶରେ ରହୁଥିବା ସବୁ ଆଫଗାନୀ ତୁରନ୍ତ ଦେଶ ଛାଡ଼ ,ସେପଟେ ଚୁପ୍ ବସିବନି ଆଫଗାନ୍ ହୁଏତ ଏବେ ଠାରୁ ମୁଜାହିଦ୍ଦିନକୁ ନିଜ ସେନାରେ ସାମିଲ କରିବାକୁ ଯୋଜନା ବନାଇପାରେ ତାଲିବାନ୍ ସରକାର ।