କନକ ବ୍ୟୁରୋ: ୟୁକ୍ରେନ ରାଷ୍ଟ୍ରପତିଙ୍କୁ ଭେଟିଲେ ଆମେରିକା ରାଷ୍ଟ୍ରପତି । ଗତକାଲି ୱାସିଂଟନ ଡିସିରେ ଯୁକ୍ରେନ ରାଷ୍ଟ୍ରପତି ଜେଲେନେସ୍କିଙ୍କୁ ଭେଟିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଦୁଇ ନେତାଙ୍କ ମଧ୍ୟରେ ପ୍ରାୟ ୨ ଘଣ୍ଟା ଧରି ବୈଠକ ହୋଇଥିଲା । ଆମେରିକା ରାଷ୍ଟ୍ରପତି ଭାବେ ଶପଥ ନେବା ପରେ ଉଭୟ ନେତାଙ୍କ ମଧ୍ୟରେ ଏହା ଷଷ୍ଠ ବୈଠକ । ଋଷିଆ ଓ ୟୁକ୍ରେନ ଯୁଦ୍ଧ ବନ୍ଦ କରିବା ପାଇଁ ଟ୍ରମ୍ପ ଲଗାତାର ଭାବେ ଚେଷ୍ଟା କରି ଆସୁଛନ୍ତି । ଯୁଦ୍ଧ ବନ୍ଦ କରିବାକୁ ଜେଲେନସ୍କିଙ୍କୁ ମନାଇବା ପାଇଁ ପୁଣି ଚେଷ୍ଟା କରିଛନ୍ତି ଟ୍ରମ୍ପ । ସେପଟେ ଋଷିଆର ସହମତି ବିନା ଯୁଦ୍ଧ ବନ୍ଦ ହୋଇପାରିବ ନାହିଁ ବୋଲି କହିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଜେଲେନେସ୍କି । ଟ୍ରମ୍ପ କହିଛନ୍ତି, ଯୁଦ୍ଧ ତୁରନ୍ତ ବନ୍ଦ କରାଯାଉ । ସୀମାରେଖାରୁ ହିଁ ଉଭୟ ପକ୍ଷ ଫେରିଯାଆନ୍ତୁ । ହତ୍ୟା ବନ୍ଦ ହେଉ । ଏହି ପରାମର୍ଶ ଜେଲେନସ୍କି ଓ ଋଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍‌ଙ୍କୁ ଟ୍ରମ୍ପ୍ ଦେଇଛନ୍ତି ।

Advertisment

ୟୁକ୍ରେନ ରାଷ୍ଟ୍ରପତିଙ୍କୁ ଭେଟିଲେ ଟ୍ରମ୍ପ
ଯୁଦ୍ଧ ବନ୍ଦ କରିବାକୁ ଦେଲେ ଆହ୍ବାନ
“ସୀମାରୁ ସୈନିକ ଫେରିଯାଆନ୍ତୁ”
ୟୁକ୍ରେନ କହିଲା, ରୁଷିଆ ସହମତି ଦରକାର