ସମ୍ବଲପୁର ଦେଉଗାଁ ପ୍ରସ୍ତାବିତ ଇଥାନଲ ପ୍ଲାଣ୍ଟକୁ ପ୍ରଶାସନର ଅହେତୁକ ଅନୁକମ୍ପା, ଲୋକଙ୍କ ବିରୋଧ ସତ୍ତେ୍ୱ୍ୱ ମିଳିଯାଇଛି ପରିବେଶ ମଞ୍ଜୁରି

Advertisment

ପ୍ରଶାସନର କମ୍ପାନି ପ୍ରୀତି ଏତିକିରେ ସରିନି । ପରିବେଶ ମଞ୍ଜୁରି ଦସ୍ତାବିଜରେ ଉଲ୍ଲେଖ ଅଛି ପ୍ଲାଣ୍ଟ ନିର୍ମାଣ ପୂର୍ବରୁ ଜନଶୁଣାଣି ହୋଇଛି । କିନ୍ତୁ ଜନଶୁଣାଣି କେବେ ଓ କେଉଁଠି ହେଲା ତାହା ସ୍ଥାନୀୟ ସରପଞ୍ଚ ଓ ପ୍ରଭାବିତ ଗାଁ ଲୋକ ମଧ୍ୟ ଜାଣିନାହାନ୍ତି । ଏନେଇ ପ୍ରଦୂଷଣ ବୋର୍ଡ ଆଞ୍ଚଳିକ ଅଧିକାରୀଙ୍କ ପ୍ରତିକ୍ରିୟା ପାଇଁ ତାଙ୍କ  କାର୍ଯ୍ୟାଳୟକୁ  ଆମେ ଯାଇଥିଲୁ କିନ୍ତୁ ତାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।  

sambalpur

କନକ ବ୍ୟୁରୋ : ଲୋକଙ୍କ ସ୍ୱାର୍ଥର ସୁରକ୍ଷା ପାଇଁ ଅଛନ୍ତି ପ୍ରଶାସନ ଓ ସରକାର । କିନ୍ତୁ ସମ୍ୱଲପୁରରେ ହେଉଛି ଠିକ ତାର ଓଲଟା । ମାନେଶ୍ୱର ବ୍ଲକରେ ପ୍ରସ୍ତାବିତ ଇଥାନଲ ପ୍ଲାଣ୍ଟ ପାଇଁ କମ୍ପାନିକୁ ଅହେତୁକ ଅନୁକମ୍ପା ଦେଖାଉଛି ପ୍ରଶାସନ । ଲୋକଙ୍କ ବିରୋଧ  ସତ୍ତେ୍ୱ  ନିୟମକୁ ଦଳିମକଚି ଇଥାନଲ ପ୍ଲାଣ୍ଟକୁ ପରିବେଶ ମଞ୍ଜୁରି ଦିଆଯାଇଛି ।

ଅଧିକ ପଢ଼ନ୍ତୁ: ଟୟୋଟା ଆୟୋଜନ କରୁଛି ଏକ୍ସପେରିଏନ୍ସିଆଲ ଡ୍ରାଇଭିଂ, ଦାରୁଠେଙ୍ଗର ଜୁଝାଗଡ଼ାରେ ହାଇଲକ୍ସ ପ୍ରିମିୟମ ଅଫ୍ ରୋଡକୁ ଦେଖିଲେ ଶହ ଶହ ଲୋକ

ସମ୍ୱଲପୁର ଜିଲ୍ଲା ମାନେଶ୍ୱର ବ୍ଲକ ଦେଓଗାଁ ନିକଟରେ ପ୍ରସ୍ତାବିତ ଇଥାନଲ ପ୍ଲାଣ୍ଟକୁ ଲୋକଙ୍କ ବିରୋଧ ସତ୍ତ୍ୱେ ପ୍ରଶାସନ ଅହେତୁକ ଅନୁକମ୍ପା ଦେଖାଉଛି।  ଏହାର ପ୍ରମାଣ ହେଉଛି ଇଥାନଲ ପ୍ଲାଣ୍ଟକୁ ମିଳିଥିବା ପରିବେଶ ମଞ୍ଜୁରି । ଏଥିରେ ଲେଖାଅଛି ପ୍ଲାଣ୍ଟର ୧୦ କିଲୋମିଟର ପରିସରରେ ଜାତୀୟ ଉଦ୍ୟାନ, ଅଭୟାରଣ୍ୟ କି ସଂରକ୍ଷିତ ଜଙ୍ଗଲ ନାହିଁ । କିନ୍ତୁ ପ୍ଲାଣ୍ଟର ମାତ୍ର ୪୦ ମିଟର ଦୂରରେ ଅଛି ସଂରକ୍ଷିତ ଜଙ୍ଗଲ । କିଏ ସର୍ଭେ କରିଥିଲା  କେମିତି ତାଙ୍କୁ ପ୍ଲାଣ୍ଟକୁ ଲାଗିଥିବା ସଂରକ୍ଷିତ ଜଙ୍ଗଲ ଦେଖାଗଲାନାହିଁ । ଏନେଇ ସମ୍ବଲପୁର ଫରେଷ୍ଟ ଡିଭିଜନର ଡିଏଫଓଙ୍କୁ ପଚାରିଲେ କହୁଛନ୍ତି ପ୍ଲାଣ୍ଟ ପାଖରେ ସଂରକ୍ଷିତ ଜଙ୍ଗଲ ଥିବା ସେ ଜାଣିନାହାଁନ୍ତି । ଗ୍ରାଉଣ୍ଡକୁ ଯାଇ ତର୍ଜମା କରିବେ ।

ଅଧିକ ପଢ଼ନ୍ତୁ: ସରକାରଙ୍କ ଉପରେ ଭରସା କରିପାରୁନାହାଁନ୍ତି ପ୍ରାଥମିକ ଶିକ୍ଷକ, ଦୁଇଦଫା ଦାବି ନେଇ ପୁଣି ରାଜଧାନୀରେ ଗୁରୁଙ୍କ ଗୁରୁ ଗର୍ଜନ

ପ୍ରଶାସନର କମ୍ପାନି ପ୍ରୀତି ଏତିକିରେ ସରିନି । ପରିବେଶ ମଞ୍ଜୁରି ଦସ୍ତାବିଜରେ ଉଲ୍ଲେଖ ଅଛି ପ୍ଲାଣ୍ଟ ନିର୍ମାଣ ପୂର୍ବରୁ ଜନଶୁଣାଣି ହୋଇଛି । କିନ୍ତୁ ଜନଶୁଣାଣି କେବେ ଓ କେଉଁଠି ହେଲା ତାହା ସ୍ଥାନୀୟ ସରପଞ୍ଚ ଓ ପ୍ରଭାବିତ ଗାଁ ଲୋକ ମଧ୍ୟ ଜାଣିନାହାନ୍ତି । ଏନେଇ ପ୍ରଦୂଷଣ ବୋର୍ଡ ଆଞ୍ଚଳିକ ଅଧିକାରୀଙ୍କ ପ୍ରତିକ୍ରିୟା ପାଇଁ ତାଙ୍କ  କାର୍ଯ୍ୟାଳୟକୁ  ଆମେ ଯାଇଥିଲୁ କିନ୍ତୁ ତାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।  

ଅଧିକ ପଢ଼ନ୍ତୁ: ୩୭ତମ ସବ ଜୁନିଅର ଜାତୀୟ ବ୍ୟାଡ୍‌ମିଣ୍ଟନ ଚାମ୍ପିୟାନସିପ

ଇଥାନଲ ପ୍ଲାଣ୍ଟକୁ ବାରମ୍ବାର ପ୍ରତିବାଦ ଓ ବିରୋଧ ସତ୍ବେ କେହି ଶୁଣୁନାହାନ୍ତି। ଏପଟେ ଇଥାନଲ୍ ପ୍ଲାଣ୍ଟ କାହା ପାଇଁ ଟଙ୍କାର ପାହାଡ଼ ତ ଆଉ କାହା ପାଇଁ ଆନ୍ଧାରୀ ଭବିଷ୍ୟତର ସଙ୍କେତ ବନିଛି । ପ୍ଲାଣ୍ଟ ହେଲେ କିଛିଲୋକ ମାଲେମାଲ ହେବେ ଆଉ କିଛି ଲୋକ ସର୍ବହରା । ନଦୀ ମରିବ, ଜଙ୍ଗଲ ଜୀବନ ହାରିବ । ଇଥାନଲ ପ୍ଲାଣ୍ଟକୁ ପରିବେଶ ମଞ୍ଜୁରି ମିଳିବା ପରେ ସ୍ୱାଭାବିକ ଭାବେ ପ୍ରଶ୍ନ ଉଠୁଛି କାହା ପାଇଁ ପ୍ରଦୂଷଣ ବୋର୍ଡ, କାହାପାଇଁ ଏ ବନ ବିଭାଗ? ପରିବଶ ଓ ଜଙ୍ଗଲ ରକ୍ଷା ପାଇଁ ନା କମ୍ପାନିର ଗୋଲାମୀ କରିବା ପାଇଁ?

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe