କନକବ୍ୟୁରୋ : ବିଶ୍ୱ ବଜାରରେ ସମ୍ବଲପୁରୀ ବାନ୍ଧ ଶାଢ଼ିର ବେଶ୍ ନାଁ ରହିଛି । ସେଥିମଧ୍ୟରୁ ସୁବର୍ଣ୍ଣପୁର ଜିଲ୍ଲାର ବାନ୍ଧ ଶାଢ଼ିର ସ୍ୱତନ୍ତ୍ର ଚାହିଦା ରହିଛି  । ସୁବର୍ଣ୍ଣପୁରର ବୁଣାକାରଙ୍କ ପ୍ରସ୍ତୁତ ଭଳିକି ଭଳି ଡିଜାଇନର ବାନ୍ଧ ଶାଢ଼ି ଲୋକପ୍ରିୟତା ହାସଲ କରିଛନ୍ତି  ।  ଏଠାକାର କୁଶଳୀ କାରିଗର କେବେ ଗଣିତ ସୂତ୍ର ଥିବା ଶାଢ଼ି ତ କେବେ ହକି ବିଶ୍ବକପର ଡିଜାଇନ କରି ପ୍ରଶଂସା ସାଉଁଟିଛନ୍ତି  ।  ଏପରିକି ସମ୍ବଲପୁରୀ ଶାଢ଼ିକୁ ନୂଆ ନୂଆ ଡିଜାଇନ କରି ଅନେକ ସମୟରେ ଜାତୀୟ, ଅନ୍ତର୍ଜାତୀୟ ପୁରସ୍କାର ପାଇଛନ୍ତି। କେବଳ ପୁରସ୍କାର ନୁହେଁ ଶାଢ଼ି ତିଆରି କରି ଭଲ ବ୍ୟବସାୟ ମଧ୍ୟ କରୁଛନ୍ତି  ।