ଗଛ ଲଗାଇ ଭୁଲିଗଲା ପ୍ରଶାସନ, ଯତ୍ନ ଅଭାବରୁ ଶୁଖିଗଲାଣି ଶହ ଶହ ଗଛ, ପାଣିରେ ପଡ଼ିଲା ଲକ୍ଷ ଲକ୍ଷ ଟଙ୍କା

Advertisment

୨୦୨୫ ଅକ୍ଟୋବରରେ ସହରର ବିଭିନ୍ନ ସ୍ଥାନରେ ଗଛ ଲଗାଇବା ପାଇଁ ପୌରପାଳିକା ଅଣ୍ଟା ଭିଡ଼ିଥିଲା। ୧୪ଟି ପର୍ଯ୍ୟାୟରେ  ୨୦ ଲକ୍ଷ ଟଙ୍କା ବ୍ୟୟରେ ସହରର ରୋଡ୍‌ ଡିଭାଇଡରରେ ଗଛ ଲଗାଯାଇଥିଲା । ମାତ୍ର ଗଛ ଲଗାଇବାର ୧୫ ଦିନ ପରଠାରୁ ଗଛ ଶୁଖିବା ଆରମ୍ଭ  ହୋଇଗଲା । କାରଣ ପାଣି ଦିଆଗଲା ନାହିଁ କି ଯତ୍ନ ନିଆଗଲା ନାହିଁ । ଗଛ ଯତ୍ନ ନେବା ପାଇଁ ୫ ଲକ୍ଷ ଟଙ୍କା ବଜେଟ୍ ରହିଥିଲା ।

୨୦୨୫ ଅକ୍ଟୋବରରେ ସହରର ବିଭିନ୍ନ ସ୍ଥାନରେ ଗଛ ଲଗାଇବା ପାଇଁ ପୌରପାଳିକା ଅଣ୍ଟା ଭିଡ଼ିଥିଲା। ୧୪ଟି ପର୍ଯ୍ୟାୟରେ  ୨୦ ଲକ୍ଷ ଟଙ୍କା ବ୍ୟୟରେ ସହରର ରୋଡ୍‌ ଡିଭାଇଡରରେ ଗଛ ଲଗାଯାଇଥିଲା । ମାତ୍ର ଗଛ ଲଗାଇବାର ୧୫ ଦିନ ପରଠାରୁ ଗଛ ଶୁଖିବା ଆରମ୍ଭ  ହୋଇଗଲା । କାରଣ ପାଣି ଦିଆଗଲା ନାହିଁ କି ଯତ୍ନ ନିଆଗଲା ନାହିଁ । ଗଛ ଯତ୍ନ ନେବା ପାଇଁ ୫ ଲକ୍ଷ ଟଙ୍କା ବଜେଟ୍ ରହିଥିଲା ।

bls

କନକ ବ୍ୟୁରୋ : ବାଲେଶ୍ଵର ସହରକୁ ସବୁଜ ସୁନ୍ଦର କରିବା ପାଇଁ ପ୍ରମୁଖ ରାସ୍ତାର ଡିଭାଇଡରରେ ବିଭିନ୍ନ ପ୍ରକାରର ଗଛ ଲଗା ଯାଇଥିଲା । ଏଥିପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ବି କରାଗଲା । ହେଲେ ଗଛ ଲଗାଇବାକୁ ଟେଣ୍ଡର ପାଇଥିବା ସ୍ଵୟଂ ସହାୟକ ଗୋଷ୍ଠୀ ପାଣି ଦେବାକୁ ଭୁଲିଗଲା। ଫଳରେ ରକ୍ଷଣାବେକ୍ଷଣ ଅଭାବରୁ ଗଛ ସବୁ ମରିଗଲା। 

ଅଧିକ ପଢ଼ନ୍ତୁ : ଗଛ ଲଗାଇ ପରିବେଶକୁ ସବୁଜ ସୁନ୍ଦର କରୁଛନ୍ତି ‘ବୃକ୍ଷବନ୍ଧୁ ବିଶ୍ୱନାଥ’। ସୃଷ୍ଟି କରିଚାଲିଛନ୍ତି ଜଙ୍ଗଲ ।

୨୦୨୫ ଅକ୍ଟୋବରରେ ସହରର ବିଭିନ୍ନ ସ୍ଥାନରେ ଗଛ ଲଗାଇବା ପାଇଁ ପୌରପାଳିକା ଅଣ୍ଟା ଭିଡ଼ିଥିଲା। ୧୪ଟି ପର୍ଯ୍ୟାୟରେ  ୨୦ ଲକ୍ଷ ଟଙ୍କା ବ୍ୟୟରେ ସହରର ରୋଡ୍‌ ଡିଭାଇଡରରେ ଗଛ ଲଗାଯାଇଥିଲା । ମାତ୍ର ଗଛ ଲଗାଇବାର ୧୫ ଦିନ ପରଠାରୁ ଗଛ ଶୁଖିବା ଆରମ୍ଭ  ହୋଇଗଲା । କାରଣ ପାଣି ଦିଆଗଲା ନାହିଁ କି ଯତ୍ନ ନିଆଗଲା ନାହିଁ । ଗଛ ଯତ୍ନ ନେବା ପାଇଁ ୫ ଲକ୍ଷ ଟଙ୍କା ବଜେଟ୍ ରହିଥିଲା । କିନ୍ତୁ ରକ୍ଷଣାବେକ୍ଷଣ ଅଭାବରୁ ଗଛ ମରିଗଲା।

ଅଧିକ ପଢ଼ନ୍ତୁ :କଏଦୀଙ୍କ ମାନସିକତାରେ ପରିବର୍ତ୍ତନ ଆଣୁଛି ଜଳେଶ୍ୱରର ସବୁଜ ସୁନ୍ଦର ଉପ-କାରାଗାର । ଜେଲରେ ଶୋଭା ପାଉଛି ସୁନ୍ଦର ଚାଷ ।

 ଗୁରୁତ୍ଵପୂର୍ଣ୍ଣ କଥା ହେଲା ଯଦି ଗଛର ରକ୍ଷଣାବେକ୍ଷଣ କରାଯାଇପାରୁନି ତା’ହେଲେ କାହିଁକି ସରକାରୀ ତହବିଲରୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଉଛି। ପ୍ରଥମ ପର୍ୟ୍ୟାୟରେ ୩ ଲକ୍ଷ ୬୪ ହଜାର ଟଙ୍କା ବ୍ୟୟରେ ସହରର ବିଭିନ୍ନ ଡିଭାଇଡରରେ ଦାମୀ ଗଛ ସବୁ ଲଗାଯାଇଥିଲା । ଏହାର ରକ୍ଷଣାବେକ୍ଷଣ ପାଇଁ ୪ଟି ସ୍ବୟଂସହାୟକ ଗୋଷ୍ଠୀର ମହିଳାମାନଙ୍କୁ ଦାୟିତ୍ବ ଦିଆଯାଇଛି । ସହରର ଓଟି ରୋଡ୍, ଫାଣ୍ଡି ଛକ, ବିବେକାନନ୍ଦ ମାର୍ଗ, ହସପିଟାଲ ରୋଡ୍, ପୁରୁଣା ଷ୍ଟାଡିୟମ, ପୁଲିସ ଲାଇନ୍‌ ଛକ ଆଦି ସ୍ଥାନରେ ଏବଂ ଡିଭାଇଡରରେ ଗଛ ଲଗାଯାଇଥିଲା। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe