କନକ ବ୍ୟୁରୋ : ବାଲେଶ୍ଵର ସହରକୁ ସବୁଜ ସୁନ୍ଦର କରିବା ପାଇଁ ପ୍ରମୁଖ ରାସ୍ତାର ଡିଭାଇଡରରେ ବିଭିନ୍ନ ପ୍ରକାରର ଗଛ ଲଗା ଯାଇଥିଲା । ଏଥିପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ବି କରାଗଲା । ହେଲେ ଗଛ ଲଗାଇବାକୁ ଟେଣ୍ଡର ପାଇଥିବା ସ୍ଵୟଂ ସହାୟକ ଗୋଷ୍ଠୀ ପାଣି ଦେବାକୁ ଭୁଲିଗଲା। ଫଳରେ ରକ୍ଷଣାବେକ୍ଷଣ ଅଭାବରୁ ଗଛ ସବୁ ମରିଗଲା। 

Advertisment

ଅଧିକ ପଢ଼ନ୍ତୁ : ଗଛ ଲଗାଇ ପରିବେଶକୁ ସବୁଜ ସୁନ୍ଦର କରୁଛନ୍ତି ‘ବୃକ୍ଷବନ୍ଧୁ ବିଶ୍ୱନାଥ’। ସୃଷ୍ଟି କରିଚାଲିଛନ୍ତି ଜଙ୍ଗଲ ।

୨୦୨୫ ଅକ୍ଟୋବରରେ ସହରର ବିଭିନ୍ନ ସ୍ଥାନରେ ଗଛ ଲଗାଇବା ପାଇଁ ପୌରପାଳିକା ଅଣ୍ଟା ଭିଡ଼ିଥିଲା। ୧୪ଟି ପର୍ଯ୍ୟାୟରେ  ୨୦ ଲକ୍ଷ ଟଙ୍କା ବ୍ୟୟରେ ସହରର ରୋଡ୍‌ ଡିଭାଇଡରରେ ଗଛ ଲଗାଯାଇଥିଲା । ମାତ୍ର ଗଛ ଲଗାଇବାର ୧୫ ଦିନ ପରଠାରୁ ଗଛ ଶୁଖିବା ଆରମ୍ଭ  ହୋଇଗଲା । କାରଣ ପାଣି ଦିଆଗଲା ନାହିଁ କି ଯତ୍ନ ନିଆଗଲା ନାହିଁ । ଗଛ ଯତ୍ନ ନେବା ପାଇଁ ୫ ଲକ୍ଷ ଟଙ୍କା ବଜେଟ୍ ରହିଥିଲା । କିନ୍ତୁ ରକ୍ଷଣାବେକ୍ଷଣ ଅଭାବରୁ ଗଛ ମରିଗଲା।

ଅଧିକ ପଢ଼ନ୍ତୁ :କଏଦୀଙ୍କ ମାନସିକତାରେ ପରିବର୍ତ୍ତନ ଆଣୁଛି ଜଳେଶ୍ୱରର ସବୁଜ ସୁନ୍ଦର ଉପ-କାରାଗାର । ଜେଲରେ ଶୋଭା ପାଉଛି ସୁନ୍ଦର ଚାଷ ।

 ଗୁରୁତ୍ଵପୂର୍ଣ୍ଣ କଥା ହେଲା ଯଦି ଗଛର ରକ୍ଷଣାବେକ୍ଷଣ କରାଯାଇପାରୁନି ତା’ହେଲେ କାହିଁକି ସରକାରୀ ତହବିଲରୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଉଛି। ପ୍ରଥମ ପର୍ୟ୍ୟାୟରେ ୩ ଲକ୍ଷ ୬୪ ହଜାର ଟଙ୍କା ବ୍ୟୟରେ ସହରର ବିଭିନ୍ନ ଡିଭାଇଡରରେ ଦାମୀ ଗଛ ସବୁ ଲଗାଯାଇଥିଲା । ଏହାର ରକ୍ଷଣାବେକ୍ଷଣ ପାଇଁ ୪ଟି ସ୍ବୟଂସହାୟକ ଗୋଷ୍ଠୀର ମହିଳାମାନଙ୍କୁ ଦାୟିତ୍ବ ଦିଆଯାଇଛି । ସହରର ଓଟି ରୋଡ୍, ଫାଣ୍ଡି ଛକ, ବିବେକାନନ୍ଦ ମାର୍ଗ, ହସପିଟାଲ ରୋଡ୍, ପୁରୁଣା ଷ୍ଟାଡିୟମ, ପୁଲିସ ଲାଇନ୍‌ ଛକ ଆଦି ସ୍ଥାନରେ ଏବଂ ଡିଭାଇଡରରେ ଗଛ ଲଗାଯାଇଥିଲା।