government quarter Photograph: (KanakNews)
କନକ ବ୍ୟୁରୋ: ବାଜିଲା ଖବର, ଆକ୍ସନ ମୋଡରେ ପ୍ରଶାସନ । ସରକାରୀ କ୍ବାର୍ଟର୍ସ ଜବରଦଖଲ ପ୍ରସଙ୍ଗରେ କଠୋର ହୋଇଛି ମହାନଗର ନିଗମ । ଜବରଦଖଲ ଉଚ୍ଛେଦ ଲାଗି ପ୍ରକ୍ରିୟା ବି ଆରମ୍ଭ ହୋଇଛି । ଲାଞ୍ଜିପଲ୍ଲୀ ଠାରେ ଥିବା ସରକାରୀ କ୍ବାର୍ଟର୍ସ ଜବରଦଖଲ ନେଇ ଖବର ପ୍ରସାରଣ କରିଥିଲା କନକ ନ୍ୟୁଜ୍ ।
ଅଧିକ ପଢନ୍ତୁ: ’ଭଡ଼ା ଦେଇଥିବା କ୍ବାର୍ଟର୍ସ ଛାଡ଼’ ; ବାଣୀବିହାର କର୍ତ୍ତୃପକ୍ଷଙ୍କ ବିରୋଧରେ ତାତିଲେ ଛାତ୍ର
ଯାହାକୁ ନେଇ ବ୍ରହ୍ମପୁର ମହାନଗର ନିଗମ ଆକ୍ସନ ମୋଡକୁ ଆସିଛି । ଜବରଦଖଲରେ ଥିବା ମୋଟ୍ ୪୬ ପରିବାରକୁ ନୋଟିସ୍ ଦିଆଯାଇଥିଲା ବେଳେ ବନ୍ଦ ଥିବା ୬ଟି ଘରେ ଲଟ୍କା ଲଗାଯାଇଛି । ରାତିରେ ସହକାରୀ କମିସନର ବିଶାଲ ଗୌରବ ଟିମ୍ ସହ ସେଠାରେ ପହଞ୍ଚି ନୋଟିସ୍ ଦେଇଛନ୍ତି ।
ଅଧିକ ପଢନ୍ତୁ : ଭେଣ୍ଡିଆ ପୁଅକୁ ହରାଇ ଅଥୟ ମା, ପଥର ପାଲଟି ଯାଇଛି ବାପା; ପେପର ବିକିଲେ ହେବ ପୁଅର ଶୁଦ୍ଧି
ଜବରଦଖଲକାରୀଙ୍କୁ ୭ ଦିନ ଭିତରେ ସମସ୍ତ ପ୍ରମାଣପତ୍ର ସହ ମହାନଗର ନିଗମ କାର୍ଯ୍ୟାଳୟରେ ହାଜର ହେବାକୁ କୁହାଯାଇଛି । କ୍ବାର୍ଟର୍ସ ଆବଣ୍ଟନ ନେଇ କୌଣସି ପ୍ରମାଣ ଥିଲେ ମହାନଗର ନିଗମ କାର୍ଯ୍ୟାଳୟର ୧୧ ନମ୍ବର ପ୍ରକୋଷ୍ଠରେ ଥିବା ସିଙ୍ଗଲ ୱିଣ୍ଡୋରେ ହାଜର ହେବାକୁ କୁହାଯାଇଛି । ମହାନଗର ନିଗମ କର୍ତ୍ତୃପକ୍ଷ ଆସନ୍ତା ୨୦ ତାରିଖରେ ବିଇଏମ୍ସି କାର୍ଯ୍ୟାଳୟରେ ଏହି ମାମଲାର ଶୁଣାଣି କରିବେ । ଏଥିରେ ଖିଲାପ କଲେ କର୍ତ୍ତୃପକ୍ଷ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ନୋଟିସ୍ରେ ଉଲ୍ଲେଖ ରହିଛି ।
Follow Us