କନକ ବ୍ୟୁରୋ: ଉତ୍କଳ ବିଶ୍ଵବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ବିରୋଧରେ ଛାତ୍ରମାନେ ଏକାଠି ହୋଇ ପ୍ରତିବାଦ କରିଛନ୍ତି । ଛାତ୍ରଙ୍କ ଅଭିଯୋଗ କରିଛନ୍ତି, ’କଲେଜ କର୍ତ୍ତୃପକ୍ଷ ବିଶ୍ୱବିଦ୍ୟାଳୟ ଭିତରେ ଥିବା ହଷ୍ଟେଲରୁ ଅପରେସନ ବ୍ଲୁଷ୍ଟାର୍ କରି ଅଣଛାତ୍ରଙ୍କୁ କାଢ଼ିଲେ । ଏହାକୁ ଆମେ ସ୍ବାଗତ କରୁଛୁ । କିନ୍ତୁ କ୍ୟାମ୍ପସରେ କେବେ ଆରମ୍ଭ ହେବ ଅପରେସନ ଅଲଆଉଟ୍ ? ବିଶ୍ବବିଦ୍ୟାଳୟ କ୍ୟାମ୍ପସ ଭିତରେ ଥିବା ସରକାରୀ କ୍ୱାର୍ଟର ଗୁଡିକ ଭଡ଼ାରେ ଲାଗିଛି । କ୍ୟାମ୍ପସ ଭିତରେ ବେଆଇନ ଭାବେ ପ୍ରାୟ ୧୦୦ ଏକର ଜମିକୁ ଅକ୍ତିଆର କରିଛନ୍ତି ବସ୍ତି ବାସିନ୍ଦା । ଏହାକୁ କେବେ ଉଚ୍ଛେଦ ହେବ?’ ଏଭଳି ପ୍ରଶ୍ନ କରିଛନ୍ତି ଛାତ୍ର ଗୋଷ୍ଠୀ ।
କାହିଁକି ବିଶ୍ୱବିଦ୍ୟାଳୟର କୁଳପତି ଏ ଘଟଣାକୁ ଅଣଦେଖା କରୁଛନ୍ତି । କାହା ଚାପରେ ନିରବଦ୍ରଷ୍ଟା ସାଜିଛନ୍ତି କୁଳପତି ? ସେଲ୍ଫ ଫାଇନାନ୍ସ କୋର୍ସରେ ପାଠପଢୁଥିବା ପିଲାଙ୍କୁ କୌଣସି ସୁବିଧା ମିଳୁନାହିଁ କାହିଁକି? ପିଏଚଡି କରୁଥିବା ଛାତ୍ରମାନଙ୍କୁ ହଷ୍ଟେଲ ମିଳୁନି । ତୁରନ୍ତ ଦାବି ପୂରଣ ନହେଲେ ଆଗକୁ ଛାତ୍ର ଆନ୍ଦୋଳନ ତୀବ୍ରତର ହେବ ବୋଲି ଚେତେଇ ଦେଇଛନ୍ତି ଛାତ୍ର ସମୂହ ।