ED RAID Photograph: (KANAK NEWS)
କନକ ବ୍ୟୁରୋ : କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଅଞ୍ଚଳର ନତକାଇ ଓ ରାମକୃଷ୍ଣପୁର ଦୁଇ ଜଣ ବ୍ୟକ୍ତିଙ୍କ ଘରେ ଇଡି ରେଡ । ଆଦର୍ଶ ଗ୍ରୁପ ଚିଟଫଣ୍ଡ ଠକେଇ ମାମଲାରେ ପ୍ରବର୍ତନ ନିର୍ଦେଶଳୟ ଚଢ଼ାଉ କରିଛି । ନତକାଇ ଗ୍ରାମ ପଂଚାୟତର ବିଜୟ ରାଉତ ଓ ରାମକୃଷ୍ଣପୁର ପଂଚାୟତ ଜିତେନ୍ଦ୍ର ଓଝାଙ୍କ ଘରେ ସକାଳୁ ସକାଳୁ ଚଢ଼ାଉ କରିଛି ଇଡି । ସେମାନଙ୍କ ଘରେ ବିଭିନ୍ନ କାଗଜପତ୍ର ଯାଞ୍ଚ କରିବା ସହ ପଚରା ଉଚରା କରିଛି । ଏହାପରେ ଜିତେନ୍ଦ୍ର ଓଝାଙ୍କୁ ନିଜ ସହ ନେଇଚି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।
ଏହାସହ ଏହି କମ୍ପାନିର ବହୁ କର୍ମଚାରୀଙ୍କ ଘରେ ଏକାଧିକ ଜାଗାରେ ତଦନ୍ତ ଆରମ୍ଭ ହୋଇଥିବା ସୂଚନା ମିଳିଛି । ଏହି ଖୋଳତାଡ଼ରେ ଦୁଇଟି ଟିମର ୮ ଜଣ ଅଫିସର ସାମିଲ ହୋଇଛନ୍ତି । ସୂଚନା ଅନୁଯାୟୀ ୨୦୧୪ରେ ସିବିଆଇ କେଶ ଆଧାରରେ ଇଡି ଆଜି ଯାଞ୍ଚ ପ୍ରକିୟା ଜାରି ରଖିଛି । ଆଦର୍ଶ ଗ୍ରୁପର ମୁଖ୍ୟ କୁହାଯାଉଥିବା ବିଜୟ ରାଉତକୁ ସେହି ସମୟରେ ଚିଟ୍ଫଣ୍ଡ ଅର୍ଥ ଅନିୟମିତତା ଅଭିଯୋଗରେ ଗିରଫ କରାଯାଇଥିଲା । ୪ ବର୍ଷ ଜେଲରେ ବିତାଇଲା ପରେ ବିଜୟ ରାଉତ ବେଲରେ ଆସିଥିଲେ । ସେହି ମାମଲାକୁ ଆଧାର କରି ଇଡିର ଦୁଇଟି ଟିମ ନିଶ୍ଚିନ୍ତକୋଇଲି ବିଜୟ ରାଉତଙ୍କ ପୈତୃକ ଘର ସହିତ ଅନ୍ୟ ବୋର୍ଡ ମେମ୍ବର ମାନଙ୍କ ଘରେ ମଧ୍ୟ ଚଢ଼ାଉ ଜାରି ରଖିଛି ।
ଅଧିକ ପଢ଼ନ୍ତୁ--ବାପା ସିଆର୍ପିଏଫ୍ ଯବାନ, ପୁଅ ଆତଙ୍କବାଦୀ: ଧରା ପଡ଼ିଲା ୧୯ ବର୍ଷୀୟ ଆତଙ୍କବାଦୀ ସାଜିଦ୍
ସେପଟେ ରାଜଧାନୀରେ ମଧ୍ୟ ବଡ଼ ଧରଣର ଇଡି ରେଡ୍ । ସେଣ୍ଟ୍ରାଲ ଫୋର୍ସ ଉପସ୍ଥିତିରେ ଚାଲିଛି ଚଢ଼ାଉ । ଲୋକଙ୍କ କୋଟି କୋଟି ଟଙ୍କା ହେରଫେର ମାମଲାରେ ‘ଆଦର୍ଶ ଚିଟଫଣ୍ଡ’ ଏମଡିଙ୍କ ଘରେ ରେଡ୍ ଜାରି । ଆଦର୍ଶ ଚିଟଫଣ୍ଡ ଏମଡି ନିକୁଞ୍ଜ ସାମନ୍ତରାୟଙ୍କ ଘରେ ଇଡିର ଛାନଭିନ୍ ଜାରି ରହିଛି । ଚିଟଫଣ୍ଡ ଠକେଇ ମାମଲରେ ନିକୁଞ୍ଜଙ୍କୁ ୪ବର୍ଷ ଜେଲ ଦଣ୍ଡ ଶୁଣାଇଥିଲେ କୋର୍ଟ । ୩ହଜାର ୭ଶହ କୋଟି ଟଙ୍କା ହେରଫେର ମାମଲାରେ ହୋଇଛି ଏହି ରେଡ୍ । କମ୍ପାନି ଆରମ୍ଭ ହୋଇଥିଲା ମାର୍ଚ୍ଚ ୨୧,୨୦୧୦ମସିହାରେ । ୨୦୧୪ମସିହାରେ ଚଢ଼ାଉ କରିଥିଲା ସିବିଆଇ । ସେତେବେଳେ କମ୍ପାନିର ଏକାଧିକ ଅଧିକାରୀଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଇଥିଲା । ଆଜି ପୁଣିଥରେ ଇଡି ପକ୍ଷରୁ ଚାଲିଛି ରେଡ୍ ।
Follow Us