ଗୋଆ ଅଗ୍ନିକାଣ୍ଡ; ଥାଇଲ୍ୟାଣ୍ଡରେ ଅଟକ ଦୁଇ କ୍ଲବ୍ ମାଲିକ, ପାସପୋର୍ଟ ରଦ୍ଦ

Advertisment

ଗୋଆ ଅଗ୍ନିକାଣ୍ଡ ଘଟଣାରେ ବଡ଼ ଆକ୍ସନ । ଥାଇଲ୍ୟାଣ୍ଡରେ ଅଟକ ରହିଲେ କ୍ଲବର ଦୁଇ ମାଲିକ । ତେବେ ଡିସେମ୍ବର ୬ ତାରିଖରେ ଗୋଆର ଆରପୋରାରେ ଥିବା ନାଇଟ୍ କ୍ଲବ୍ ବିର୍ଚ ବାଇ ରୋମିଓ ଲେନରେ ଘଟିଥିବା ଭୟଙ୍କର ଅଗ୍ନିକାଣ୍ଡ ଘଟଣାରେ ଏବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

ଗୋଆ ଅଗ୍ନିକାଣ୍ଡ ଘଟଣାରେ ବଡ଼ ଆକ୍ସନ । ଥାଇଲ୍ୟାଣ୍ଡରେ ଅଟକ ରହିଲେ କ୍ଲବର ଦୁଇ ମାଲିକ । ତେବେ ଡିସେମ୍ବର ୬ ତାରିଖରେ ଗୋଆର ଆରପୋରାରେ ଥିବା ନାଇଟ୍ କ୍ଲବ୍ ବିର୍ଚ ବାଇ ରୋମିଓ ଲେନରେ ଘଟିଥିବା ଭୟଙ୍କର ଅଗ୍ନିକାଣ୍ଡ ଘଟଣାରେ ଏବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

luthra-brothers

luthra-brothers Photograph: (kanak news)

କନକ ବ୍ୟୁରୋ: ଗୋଆ ଅଗ୍ନିକାଣ୍ଡ ଘଟଣାରେ ବଡ଼ ଆକ୍ସନ । ଥାଇଲ୍ୟାଣ୍ଡରେ ଅଟକ ରହିଲେ କ୍ଲବର ଦୁଇ ମାଲିକ । ତେବେ ଡିସେମ୍ବର ୬ ତାରିଖରେ ଗୋଆର ଆରପୋରାରେ ଥିବା ନାଇଟ୍ କ୍ଲବ୍ ବିର୍ଚ ବାଇ ରୋମିଓ ଲେନରେ ଘଟିଥିବା ଭୟଙ୍କର ଅଗ୍ନିକାଣ୍ଡ ଘଟଣାରେ ଏବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । କ୍ଲବ୍ ମାଲିକ ସୌରଭ ଏବଂ ଗୌରବ ଲୁଥ୍ରାଙ୍କୁ ଥାଇଲ୍ୟାଣ୍ଡରେ ଅଟକ ରଖାଯାଇଛି । 

ଜାଣିରଖିବା ଉଚିତ ଯେ, ଗୋଆ କ୍ଲବ ଅଗ୍ନିକାଣ୍ଡ ଘଟଣାର କିଛି ଘଣ୍ଟା ପରେ, ଦୁଇ ଭାଇ ସକାଳୁ ଥାଇଲ୍ୟାଣ୍ଡ ପାଇଁ ଏକ ବିମାନ ବୁକ୍ କରିଥିଲେ ଏବଂ ଭାରତ ଛାଡ଼ିଦେଇଥିଲେ । ଏହାପରଠାରୁ ଭାରତର ଏଜେନ୍ସିଗୁଡ଼ିକ ସେମାନଙ୍କୁ ଧରିବାକୁ ଚେଷ୍ଟା କରୁଥିଲେ । ଆଉ ଶେଷରେ ଦୁହେଁ ଥାଇଲ୍ୟାଣ୍ଡରୁ ଧରାପଡ଼ିଛନ୍ତି । ମିଳିଥିବା ସୂଚନା ଅନୁସାରେ, ବୈଦେଶିକ ମନ୍ତ୍ରଣାଳୟ (MEA) ଉଭୟ ଭାଇଙ୍କ ପାସପୋର୍ଟକୁ ଅନ୍ୟ ଦେଶକୁ ଯାତ୍ରା କରିବାରୁ ରୋକିବା ପାଇଁ ରଦ୍ଦ କରିଛି ।

ଆହୁରି ପଢ଼ନ୍ତୁ : ରୋଗୀଙ୍କୁ ମିଳୁନି, ରାସ୍ତା କଡ଼ରେ ଫିଙ୍ଗା ହେଉଛି ସରକାରୀ ଔଷଧ 

ସୂଚନାଯୋଗ୍ୟ ଯେ, ଗୋଆର ଏକ ନାଇଟ୍ କ୍ଲବରେ ଅଗ୍ନିକାଣ୍ଡ ଘଟି ୨୫ ଜଣ ପୋଡ଼ି ମୃତ୍ୟୁବରଣ କରିଥିଲେ। ଏଥିରେ ୨୦ ଜଣ କର୍ମଚାରୀ ଏବଂ ପାଞ୍ଚ ଜଣ ପର୍ଯ୍ୟଟକ ଥିଲେ। ଏହି ବଡ଼ ଘଟଣା ସତ୍ତ୍ୱେ, କ୍ଲବ ମାଲିକ ସୌରଭ ଏବଂ ଗୌରବ ଲୁଥ୍ରା କିଛି ଘଣ୍ଟା ପରେ ଇଣ୍ଡିଗୋ ବିମାନରେ ଦିଲ୍ଲୀ ଆଉ ପରେ ପରେ ଥାଇଲ୍ୟାଣ୍ଡ ପଳାଇ ଯାଇଥିଲେ। ଆଉ ଏବେ ଏହି ଦୁଇ ଭାଇମାନଙ୍କୁ ଥାଇଲ୍ୟାଣ୍ଡରେ ଅଟକ ରଖାଯାଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe