କନକ ବ୍ୟୁରୋ: ଆନ୍ଧ୍ରର ତିରୁପତି ମନ୍ଦିରରେ ନକଲି ଘିଅ ପରେ ନକଲି ସିଲ୍କ କପଡ଼ାର ମହାଘୋଟାଲ ସାମ୍ନାକୁ ଆସିଛି । ତିରୁମାଲା ତିରୁପତି ଦେବସ୍ଥାନମରେ ୨୦୧୫ରୁ ୨୦୨୫ ମଧ୍ୟରୁ ନକଲି ରେଶମୀ ଶାଲ ଯୋଗାଯାଇଥିବା ଜଣାପଡିଛି । ଏଥିରେ ୫୪ କୋଟି ଟଙ୍କାର ଦୁର୍ନୀତି ହୋଇଥିବା କୁହାଯାଉଛି । ଭିଜିଲାନ୍ସ ଅଧିକାରୀ ତଦନ୍ତରୁ ଜଣାପଡ଼ିଛି ଶୁଦ୍ଧ ରେଶମୀ ଶାଲ କହି ଶହେ ପ୍ରତିଶତ ପଲିଷ୍ଟରରେ ତିଆରି ଶାଲ ଯୋଗାଯାଇଛି । ଏଥିରେ ତିରୁମାଲା ତିରୁପତି ଦେବସ୍ଥାନମ ବୋର୍ଡକୁ ୫୪କୋଟିରୁ ଅଧିକ ଟଙ୍କାର କ୍ଷତି ହୋଇଥିବା ଜଣାପଡିଛି ।
ତିରୁପତି ମନ୍ଦିର ଦାନ ଅର୍ଥରେ ବଡ଼ ହେରଫେର; ୧୦୦କୋଟି ଦାନ ଅର୍ଥ ଲୁଟ୍ ଅଭିଯୋଗ...
ରେଶମୀ ଓଢଣୀର ଗୁଣାତ୍ମକମାନକୁ ନେଇ ଟିଟିଡି ବୋର୍ଡର ସନ୍ଦେହ ହେବାରୁ ଭିଜିଲାନ୍ସ ଦ୍ୱାର ତଦନ୍ତ କରାଯାଇଥିଲା । ରେଶମୀ କପଡାକୁ ଦୁଇଟି ସେଣ୍ଟ୍ରାଲ ସିଲ୍କ ବୋର୍ଡର ଓ ଅନ୍ୟ ଏକ ଲ୍ୟାବକୁ ପଠାଇ ଯାଞ୍ଚ କରିବା ପରେ ଏହା ଶୁଦ୍ଧ ରେଶମୀ କପଡ଼ା ବଦଳରେ ପଲିଷ୍ଟରରେ ତିଆରି ବୋଲି ଜଣାପଡିଥିଲା । ପ୍ରାୟ ୩୫୦ ଟଙ୍କା ମୁଲ୍ୟର ରେଶମୀ ଶାଲକୁ ୧୩୦୦ ଟଙ୍କାରେ ବିଲ କରାଯାଉଥିଲା । ଏବେ ଏହି ମାମଲାର ତଦନ୍ତ ଏସବି ବା ଆଣ୍ଟି କରପସନ ବ୍ୟୁରୋକୁ ଦେଇଛି ତିରୁମାଲା ତିରୁପତି ଦେବସ୍ଥାନମ ବୋର୍ଡ । ପୂର୍ବରୁ ତିରୁପତି ମନ୍ଦିରରେ ନକଲି ଘିଅର ଲଡୁ ଭୋଗ ଦୁର୍ନୀତିକୁ ନେଇ ବେଶ ହଟଚମଟ ସୃଷ୍ଟି ହୋଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/12/11/04-2025-12-11-08-21-08.jpg)