କନକ ବ୍ୟୁରୋ: ସ୍ବାସ୍ଥ୍ୟ ସେବାର ବିକଳ ଚିତ୍ର । ରୋଗୀଙ୍କ ଦେଲେନି, ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ । ବାଲେଶ୍ବର ଜିଲ୍ଲା ରେମୁଣା ବ୍ଲକ ଶ୍ରୀଜଙ୍ଗ-ରସାଳପୁର ରାସ୍ତାର ଶ୍ରୀଜଙ୍ଗ ପ୍ରାଥମିକ ସ୍ଵାସ୍ଥ୍ୟକେନ୍ଦ୍ର ଠାରୁ ମାତ୍ର କିଛି କିମି ଦୂରରେ ତୁଣ୍ଡରା ରାସ୍ତା ପାର୍ଶ୍ୱରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ଅବଧି ସରି ନଥିବା ଔଷଧ ମେଡିକାଲରେ ରହିବା ପରିବର୍ତ୍ତେ ରାସ୍ତା ପାଖରେ ଅଳିଆ ଗଦାରେ ପଡିଛି । ଗୋଟିଏ କି ୨ ପ୍ୟାକେଟ୍ ନୁହଁ ଶହ ଶହ ପ୍ୟାକେଟ ସରକାରୀ ଆଇରନ ଓ ଫଲିକ୍ ଏସିଡ୍ ୫୦ ଏମଏଲର ସିରପ୍ ପଡ଼ି ରହିଛି ।
ନକଲି ଘିଅର ଲଡୁ ପରେ ଏବେ ରେଶମୀ ଶାଲ ଦୁର୍ନୀତି ମାମଲା, ୫୪ କୋଟି ଟଙ୍କାର ମହାଦୁର୍ନୀତି ଅଭିଯୋଗ
ଏସବୁ ରୋଗୀମାନଙ୍କୁ ମାଗଣା ଦିଆଯିବାର ଥିଲା । ହେଲେ ସେଗୁଡ଼ିକୁ ରାସ୍ତା ପାର୍ଶ୍ୱରେ ପଡ଼ିଥିବା ଦେଖିବାକୁ ମିଳିଛି । ଓଡିଶା ସରକାରଙ୍କ ଯୋଗାଣ, ବିକ୍ରୟ ପାଇଁ ନୁହେଁ ବୋଲି ଲେଖା ରହିଛି । ସେହି ଔଷଧର ପ୍ରସ୍ତୁତି ତାରିଖ ୨୦୨୫ ମସିହା ଏପ୍ରିଲ ମାସ ହୋଇଥିବା ବେଳେ ଅବଧି ରହିଛି ୨୦୨୬ ପର୍ଯ୍ୟନ୍ତ । ଅର୍ଥାତ୍ ଅବଧି ସରିବାକୁ ଆହୁରି ୯ ମାସରୁ ଅଧିକ ସମୟ ବାକିଥିବା ବେଳେ ଔଷଧ କାହିଁକି ଫିଙ୍ଗା ଯାଇଛି ତାହା ବଡ଼ ପ୍ରଶ୍ନ । ସେପଟେ ସରକାରୀ ମେଡିକାଲରେ ରୋଗୀଙ୍କୁ ସଠିକ ମାଗଣା ଔଷଧ ମିଳୁନଥିବା ବେଳେ ଘଣ୍ଟା ଘଣ୍ଟା ଧାଡିରେ ଛିଡ଼ା ହୋଇ ଶେଷରେ ଔଷଧ ନପାଇ ନିରାଶ ହେବା ସହ ବାଧ୍ୟ ହୋଇ ବାହାରୁ ଔଷଧ କିଣିବାକୁ ବାଧ୍ୟ ହେଉଛନ୍ତି । ଏଭଳି ସ୍ଥିତିରେ ଏମିତି ରାସ୍ତାରେ ମେଡିସିନ୍ ଫୋପାଡ଼ିବା ଚିନ୍ତାର ବିଷୟ ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/12/11/07-2025-12-11-08-49-29.jpg)