ଆଇନଜୀବୀ ପୀତବାସ ପଣ୍ଡା ହତ୍ୟାକାଣ୍ଡର ଡେମୋ ଦେଖାଇଲା ଅଭିଯୁକ୍ତ, କ୍ରାଇମ ସ୍ପଟରେ କ୍ରାଇମସିନର ରିକ୍ରିଏସନ କଲା ସାର୍ପସୁପଟର କୁରୁପତି

ସେପଟେ ପୀତବାସଙ୍କ ଭାଇ ଆଣିଛନ୍ତି ଆଉ ଏକ ବଡ଼ ଅଭିଯୋଗ । ହତ୍ୟାକାଣ୍ଡର ୭ରୁ ୮ ଦିନ ପୂର୍ବରୁ ପୀତବାସଙ୍କ ପୁଅକୁ ଆସିଥିଲା ଧମକପୂର୍ଣ୍ଣ ଫୋନ୍‌ କଲ୍ । ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ହତ୍ୟା ଧମକ ଦେଇଥିଲେ । କିଏ କାହାର ରାଜନୈତିକ ଶତ୍ରୁ ହୋଇପାରେ, ହେଲେ କ’ଣ ମଣିଷ ମାରିଦେବେ ବୋଲି ସେ ପ୍ରଶ୍ନ କରିଛନ୍ତି । 

pitabas

କନକ ବ୍ୟୁରୋ : ଆଇନଜୀବୀ ପୀତବାସ ହତ୍ୟାକାଣ୍ଡ ମାମଲାରେ ଆଜି କ୍ରାଇମ୍‌ସିନ୍ ରିକ୍ରିଏସନ୍ କରିଛି ପୁଲିସ । ସାର୍ପସୁଟର କୁରୁପତି ଓ ବାଇକ୍‌ ଚାଳକ ଚିଣ୍ଟୁକୁ ନିଆଯାଇଥିଲା କ୍ରାଇମ୍‌ସ୍ପଟ୍ । ପୁଲିସ ଆଗରେ ହତ୍ୟାକାଣ୍ଡର ପୂରା କାହାଣୀ କହିଥିଲେ ଏହି ଦୁଇ ଅଭିଯୁକ୍ତ । ପୀତବାସଙ୍କ ପାଖକୁ ଯାଇ କିପରି ନମସ୍କାର କରିଥିଲେ ? ପୀତବାସ କିଏ ବୋଲି ପଚାରିବା ପରେ କେମିତି ଗୁଳିମାଡ଼ କରି ଘଟଣାସ୍ଥଳରୁ ଦୌଡ଼ି ପଳାଇଥିଲେ, ତାହାର ଡିମୋ ଦେଖାଇଛି ସାର୍ପସୁଟର କୁରୁପତି । ଆଉ ଏସବୁର ଭିଡିଓଗ୍ରାଫି କରିଛି ପୁଲିସ ।

୬ ଦିନ ପରେ ଭୋଟ ଦେଇ ନେତା ବାଛିବେ ନୂଆପଡ଼ାବାସୀ, ଫାଇନାଲ ଫାଇଟ୍ ପୂର୍ବରୁ କାଲି ମଇଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ

ସେପଟେ ପୀତବାସଙ୍କ ଭାଇ ଆଣିଛନ୍ତି ଆଉ ଏକ ବଡ଼ ଅଭିଯୋଗ । ହତ୍ୟାକାଣ୍ଡର ୭ରୁ ୮ ଦିନ ପୂର୍ବରୁ ପୀତବାସଙ୍କ ପୁଅକୁ ଆସିଥିଲା ଧମକପୂର୍ଣ୍ଣ ଫୋନ୍‌ କଲ୍ । ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ହତ୍ୟା ଧମକ ଦେଇଥିଲେ । କିଏ କାହାର ରାଜନୈତିକ ଶତ୍ରୁ ହୋଇପାରେ, ହେଲେ କ’ଣ ମଣିଷ ମାରିଦେବେ ବୋଲି ସେ ପ୍ରଶ୍ନ କରିଛନ୍ତି । 

ଉତ୍କଳୀୟ ପରମ୍ପରାର ଝଲକ, କାର୍ତ୍ତିକ ପୂର୍ଣ୍ଣିମାରେ ଭାସିଲା ଡଙ୍ଗା

ଆଇନଜୀବୀ ପୀତବାସ ହତ୍ୟାକାଣ୍ଡ ମାମଲାରେ ପୂର୍ବତନ ବିଜେଡି ବିଧାୟକ ବିକ୍ରମ ପଣ୍ଡାଙ୍କ ସମେତ ମୋଟ୍‌ ୧୬ ଜଣଙ୍କୁ ଗିରଫ କରାଯାଇଛି । ସାର୍ପସୁଟର କୁରୁପତିଙ୍କ ସମେତ ୬ ଜଣଙ୍କୁ ରିମାଣ୍ଡରେ ନେଇଛି ପୁଲିସ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe