କନକ ବ୍ୟୁରୋ: ପାଣିରେ ଭାସୁଛି ବୋଇତ, ଏପଟେ ଚାଲିଛି ଆଳତି । କଟକ ମହାନଦୀ ଗଡ଼ଗଡ଼ିଆ ଘାଟର ଏ ଦୃଶ୍ୟ । ଘଣ୍ଟଘଣ୍ଟା ଧ୍ବନିରେ ପ୍ରକଂପିତ ପରିବେଶ । ଚାଲିଛି ମହାନଦୀ ଆଳତି । ଚଳିତ ବର୍ଷ କାର୍ତ୍ତିକ ପୂର୍ଣ୍ଣିମାକୁ ସ୍ବତନ୍ତ୍ର କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏ ନିଆରା ଆୟୋଜନ ହୋଇଥିଲା । ଯାହା ମହାନଦୀ କୂଳରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିଲା ।
ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା: ଭୋରରୁ ବୋଇତ ବନ୍ଦାଣ କଲେ ଶ୍ରଦ୍ଧାଳୁ
ଡଙ୍ଗା ଭସାଇବା ପାଇଁ ଆଜି ସକାଳୁ ସକାଳୁ ଲୋକାରଣ୍ୟ ହୋଇପଡ଼ିଥିଲା ଗଡ଼ଗଡ଼ିଆ ଘାଟ । ଏଥିଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ କରାଯାଇଥିଲା ସ୍ବତନ୍ତ୍ର ବ୍ୟବସ୍ଥା। ଖୋଦ ଜିଲ୍ଲାପାଳ, ଡିସିପି ଏବଂ ଓରମାସ ସଦସ୍ୟଙ୍କ ଉପସ୍ଥିତିରେ ମହାନଦୀରେ ଭସାଯାଇଛି ଶାଳପତ୍ରରେ ପ୍ରସ୍ତୁତ ୨୨ ହଜାର ଡଙ୍ଗା । ଯାହା ଚଳିତ ଥର ଏକ ନିଆରା ରେକର୍ଡ ସୃଷ୍ଟି କରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/11/05/kartika-purnim-2025-11-05-19-49-07.png)