କନକ ବ୍ୟୁରୋ : ଦିନକୁ ଦିନ ବଢୁଛି ଦୁର୍ଘଟଣା। ରୋଡ ହିପ୍ନୋସିସ୍ ବା ପଥ ସମ୍ମୋହନ ଏବେ ଦୁର୍ଘଟଣାର ଅନ୍ୟତମ ପ୍ରମୁଖ କାରଣ ହୋଇଛି । ଏହି କାରଣରୁ ପ୍ରତିବର୍ଷ ଦୁର୍ଘଟଣା ମଧ୍ୟ ବୃଦ୍ଧି ପାଉଛି । ପଥ ସମ୍ମୋହନରୁ ରକ୍ଷା ପାଇବା ପାଇଁ ରାଜ୍ୟ ପରିବହନ ପ୍ରାଧିକରଣ ଆରମ୍ଭ କରିଛି ସଚେତନତା । 

Advertisment

ଅଧିକ ପଢ଼ନ୍ତୁ :  ଭୁବନେଶ୍ୱରରେ ଲାଗିବ ସଡ଼କ ଦୁର୍ଘଟଣା ଘଣ୍ଟା । ସଚେତନ ହେବେ ଲୋକେ, କମିବ ଦୁର୍ଘଟଣା ହାର

ରାସ୍ତାରେ ଗଡ଼ୁଛି ଗାଡ଼ି । ଘଣ୍ଟା ଘଣ୍ଟା ଧରି ଶହ ଶହ କିଲୋମିଟର ଗାଡି ଚଳାଉଛନ୍ତି ଡ୍ରାଇଭର।  କିନ୍ତୁ ହଠାତ ହୋଇଯାଉଛି ଦୁର୍ଘଟଣା ।  ଗାଡି ବି ଠିକ ଅଛି, ଆଉ ରାସ୍ତା ବି ଭଲ ଅଛି। ଗାଡି ଚାଳକଙ୍କର ବି ଅନେକ ବର୍ଷର ଅଭିଜ୍ଞତା ରହିଛି। ତଥାପି ଦୁର୍ଘଟଣା ଘଟୁଛି। ଏହାର କାରଣ ଖୋଜିଲା ବେଳକୁ ସାମ୍ନାକୁ ଆସିଲା ପଥ ସମ୍ମୋହନ। ଏହି ଶବ୍ଦ ଅନେକଙ୍କ ପାଇଁ ନୂଆ ହୋଇପାରେ। ପଥ ସମ୍ମୋହନ ଏପରି ଏକ ଶାରୀରିକ ସ୍ଥିତି ଯାହା ସଂପର୍କରେ ଅଧିକାଂଶ ଚାଳକ ସଚେତନ ନ ଥା’ନ୍ତି । ରାଜପଥଗୁଡ଼ିକରେ ପଥ ସମ୍ମୋହନ ପ୍ରାୟତଃ ରାତିରେ ଘଟିଥାଏ । ଚାଳକର ଆଖି ଖୋଲା ଥିଲେ ମଧ୍ୟ ମସ୍ତିଷ୍କ ଅବଚେତନ ଅବସ୍ଥାକୁ ଚାଲିଯାଇଥାଏ ।

ଅଧିକ ପଢ଼ନ୍ତୁ :  ଅଧପନ୍ତରିଆ ବାଇପାସ୍‌ ରାସ୍ତା; ଅସମୂର୍ଣ୍ଣ ରାସ୍ତା ଘଟାଉଛି ଦୁର୍ଘଟଣା !

ପଥ ସମ୍ମୋହନରୁ ରକ୍ଷା ପାଇବା ପାଇଁ ଅଢ଼େଇ ଘଣ୍ଟା ଗାଡ଼ି ଚଳାଇବା ପରେ ୫ରୁ ୧୦ ମିନିଟ୍ ବିଶ୍ରାମ ନେବା, ମୁହଁକୁ ଭଲ ଭାବେ ଧୋଇ ନେବା ଓ ଆବଶ୍ୟକ ପଡ଼ିଲେ ଚା’ ପିଇ କିଛି ସମୟ ଚଲାବୁଲା କରିବା ପରେ ପୁଣି ଗାଡ଼ି ଚଳାଇବାକୁ ପରାମର୍ଶ ଦେଇଛି ରାଜ୍ୟ ପରିବହନ ପ୍ରାଧୀକରଣ।  ପଥ ସମ୍ମୋହନର ଅର୍ଥ ବୁଝିନଥିଲେ ବି ସଜାଗ ହୋଇ ଗାଡି ଚଳାଇବାକୁ ନିଷ୍ପତ୍ତି ନେଇଛନ୍ତି ଆନ୍ଧ୍ରପ୍ରଦେଶର ଏହି ଦୁଇ ଡ୍ରାଇଭର । ଗାଡି ଚଳାଇ ଥକିପଡିଲେ ଟିକେ ବିଶ୍ରାମ ନିଅନ୍ତୁ, କାରଣ ଏହି ବିଶ୍ରାମ ଆପଣଙ୍କ ଜୀବନ ବଞ୍ଚାଇପାରେ।