ସୁନା ଓ ରୁପା ଦରର ଅସ୍ବାଭାବିକ ବୃଦ୍ଧି ଜାରି, ୩ ସପ୍ତାହରେ ୨୪ କ୍ୟାରେଟ୍‌ ସୁନା ଦର ୧୦ ଗ୍ରାମ ପିଛା ୭୦୦୦ ଟଙ୍କା ବୃଦ୍ଧି

Advertisment

ଅନ୍ତର୍ଜାତୀୟ ବଜାରରେ ଡଲାର ଦୁର୍ବଳ ହେବା ସହିତ ରୁଷ-ୟୁକ୍ରେନ ଯୁଦ୍ଧର ପ୍ରଭାବ ।

ଅନ୍ତର୍ଜାତୀୟ ବଜାରରେ ଡଲାର ଦୁର୍ବଳ ହେବା ସହିତ ରୁଷ-ୟୁକ୍ରେନ ଯୁଦ୍ଧର ପ୍ରଭାବ ।

Gold Price

Gold Price Photograph: (KanakNews)

କନକ ବ୍ୟୁରୋ: ଚଳିତବର୍ଷ ସୁନା ଓ ରୁପା ଦରର ଅସ୍ବାଭାବିକ ବୃଦ୍ଧି ଜାରି ରହିଛି । ଗତ ୩ ସପ୍ତାହ ମଧ୍ୟରେ ୨୪ କ୍ୟାରେଟ୍‌ ସୁନା ଦର ୧୦ ଗ୍ରାମ ପିଛା ଭୁବନେଶ୍ବର ବଜାରରେ ପାଖାପାଖି ୭୦୦୦ ଟଙ୍କା ମହଙ୍ଗା ହୋଇଯାଇଛି । ସେହିଭଳି ୨୨ କ୍ୟାରେଟ୍‌ ସୁନା ଦର ୬୩୦୦ ଟଙ୍କା ମହଙ୍ଗା ହୋଇଛି । ତେବେ ଶୁକ୍ରବାର ତୁଳନାରେ ଶନିବାର ସୁନା ଦର ସାମାନ୍ୟ କମିଛି । ୩ ସପ୍ତାହ ପୂର୍ବରୁ ଭୁବନେଶ୍ବର ବଜାରରେ ୨୪ କ୍ୟାରେଟ୍‌ ସୁନା ଦର ପ୍ରାୟ ୧,୨୭,୦୦୦ ଟଙ୍କା ଏବଂ ୨୨ କ୍ୟାରେଟ୍‌ ସୁନା ଦର ୧,୧୬,୪୫୦ ଟଙ୍କା ରହିଥିଲା । ସାଧାରଣ ଲୋକ ଅଧିକ ମାତ୍ରାରେ ବ୍ୟବହାର କରୁଥିବା ରୁପା ଦର ବୃଦ୍ଧି ସୁନାକୁ ବଳିଯାଇଛି । ଗତ ୩ ସପ୍ତାହରେ କିଲୋଗ୍ରାମ ପିଛା ରୁପା ଦର ୩୯ ହଜାର ଟଙ୍କା ବୃଦ୍ଧି ଘଟିଛି। ଶନିବାର ଭୁବନେଶ୍ବର ବଜାରରେ ରୁପା ଦର ୨ଲକ୍ଷ ୧୦ହଜାର ଟଙ୍କାରେ ରହିଛି ।

ଅଧିକ ପଢନ୍ତୁ : ସୁନା ନୁହେଁ ବରଂ ଏବେ ରୁପା ରଖି ବ୍ୟାଙ୍କ ଦେବ ଋଣ, ଜାଣନ୍ତୁ କ'ଣ ରହିଛି ନିୟମ

ଇଣ୍ଡିଆନ ବୁଲିଅନ ଆଣ୍ଡ ଜୁଏଲର୍ସ ଆସୋସିଏସନର ସୂଚନା ଅନୁଯାୟୀ, ଚଳିତମାସ ୫ ତାରିଖରେ ୧ କିଗ୍ରା ରୁପା ଦର ଦେଶରେ ୧ଲକ୍ଷ ୭୮ହଜାର ୨୧୦ ଟଙ୍କା ଥିଲା। ଚଳିତ ସପ୍ତାହରେ ଏଥିରେ ୧୬ହଜାର ୯୭୦ ଟଙ୍କା ବୃଦ୍ଧି ଘଟିଛି । ସେହିଭଳି, ପୂର୍ବ ସପ୍ତାହର ଶେଷ କାରବାର ଦିବସରେ ଦେଶରେ ସୁନା ଦର ୧୦ ଗ୍ରାମ୍‌ ପିଛା ୧ଲକ୍ଷ ୨୮ହଜାର ୫୯୨ ଟଙ୍କା ଥିଲା। ଶୁକ୍ରବାର ଏହା ୧ଲକ୍ଷ ୩୨ହଜାର ୭୧୦ ଟଙ୍କାରେ ପହଞ୍ଚିଛି ।

ଅନ୍ତର୍ଜାତୀୟ ବଜାରରେ ଡଲାର ଦୁର୍ବଳ ହେବା ସହିତ ରୁଷ-ୟୁକ୍ରେନ ଯୁଦ୍ଧ ଭଳି ଭୂରାଜନୈତିକ ଅନିଶ୍ଚିତତା ଏବଂ କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ଅଧିକ ମାତ୍ରାରେ ସୁନା କିଣିବା ଫଳରେ ଏହି ଧାତୁର ଦର ବଢ଼ୁଛି । ଅନ୍ୟପକ୍ଷରେ ରୁପାକୁ କେବଳ ଗହଣା ଭାବେ ବ୍ୟବହାର କରାଯାଉନାହିଁ । ସୋଲାର, ଇଲେକ୍ଟ୍ରୋନିକ୍ସ ଓ ଇଭି ଶିଳ୍ପରେ ଏହାର ବ୍ୟବହାର ବଢ଼ୁଛି । ଏଥିସହିତ ଅନ୍ୟ କେତେକ କାରଣରୁ ବଜାରରେ ରୁପା ଦର ବଢ଼ୁଛି ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି ।
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe