Abhijit Majumdar Photograph: (Kanak News)
କନକ ବ୍ୟୁରୋ: ଭେଣ୍ଟିଲେଟରରୁ ବାହାରକୁ ଆସିଲେ ଓଲିଉଡର ଜଣାଶୁଣା ସଂଗୀତ ନିର୍ଦ୍ଦେଶକ ତଥା ଗାୟକ ଅଭିଜିତ ମଜୁମଦାର । ବର୍ତ୍ତମାନ ସମୟରେ ତାଙ୍କୁ ମେଡିସିନ୍ ୱାର୍ଡକୁ ସ୍ଥାନାନ୍ତରିତ କରାଯାଇଛି । ଏମ୍ସ ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁଯାୟୀ, ତାଙ୍କର ଭାଇଟାଲ୍ସ ସ୍ଥିର ରହିଛି । ତାଙ୍କୁ ଭେଣ୍ଟିଲେଟର ସର୍ପୋଟରୁ ବାହାର କରାଯାଇଛି । ଅଗଷ୍ଟ ୩୧ ତାରିଖରେ କଟକ ସିଡିଏ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ଅଭିଜିତ ।
ଆହୁରି ପଢ଼ନ୍ତୁ : ପୁଣି ବିଗିଡ଼ିଲା ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ୍ ମଜୁମଦାରଙ୍କ ସ୍ବାସ୍ଥ୍ୟାବସ୍ଥା; ଆଇସିୟୁରେ ଭର୍ତ୍ତି
ଅନେକ ଦିନରୁ ଲିଭର ଜନିତ ରୋଗରେ ପୀଡ଼ିତ ହୋଇ ଚିକିତ୍ସିତ ହୋଇ ଆସୁଛନ୍ତି ଅଭିଜିତ୍ । ଗତ ଗଣେଶ ପୂଜା ଦିନ ହଠାତ୍ ଅସୁସ୍ଥ ହୋଇ ପଡ଼ିବାରୁ ପରିବାର ତଥା ଆତ୍ମୀୟମାନେ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ସେବେଠାରୁ ସେ କୋମାରେ ରହିଛନ୍ତି । ଏହାପରେ ଗତ ସେପ୍ଟେମ୍ବର ୪ ତାରିଖରେ ଅଭିଜିତ ମଜୁମଦାରଙ୍କୁ ଭୁବନେଶ୍ବର ଏମ୍ସକୁ ଅଣାଯାଇଥିଲା । ସେଠାରେ ତାଙ୍କର ନିରନ୍ତର ଚିକିତ୍ସା ଚାଲିଛି
ସୂଚନା ଅନୁସାରେ, ଗତ ଅକ୍ଟୋବର ୨୩ରେ ତାଙ୍କର MRI brain scan କରାଯାଇଥିବା ବେଳେ ରିପୋର୍ଟରେ ମଧ୍ୟ କୌଣସି ସୁଧାର ଦେଖାଯାଇନଥିଲା । ଡାକ୍ତରମାନେ ଅଭିଜିତଙ୍କୁ ଭେଣ୍ଟିଲେଟର ସହାୟତାରୁ ଧୀରେ ଧୀରେ ମୁକ୍ତ କରିବା ପାଇଁ ପ୍ରୟାସ ଜାରି ରଖିଥିଲେ । ବର୍ତ୍ତମାନ ସେ Spontaneous mode ventilator supportରେ ରହିଥିଲେ ଏବଂ ତାଙ୍କ ଭାଇଟାଲ୍ସ ସ୍ଥିର ଥିଲା । ଏହା ସତ୍ତ୍ବେ ବି ତାଙ୍କର Neurological ସମସ୍ୟାରେ କୌଣସି ସୁଧାର ହୋଇନଥିଲା ଓ ସେ କୋମାରେ ଥିଲେ । ତାଙ୍କୁ ସୁସ୍ଥ କରିବା ପାଇଁ ପରିବାର ଓ ଡାକ୍ତରମାନେ ଉଦ୍ୟମ ଚଳାଇଥିଲେ ବି ଏପର୍ଯ୍ୟନ୍ତ ବିଶେଷ ସୁଫଳ ମିଳିନାହିଁ। ।
ଆହୁରି ପଢ଼ନ୍ତୁ : ଗୀତରେ ଗୀତରେ ଏକତାର ବାର୍ତ୍ତା ଦେଲେ କଣ୍ଠଶିଳ୍ପୀ ଅଭିଜିତ୍ ମଜୁମଦାର । କଳକାରଙ୍କ କଳିକୁ ସମାଧାନ କରିବାକୁ ନିଆରା ପ୍ରୟାସ
ସଙ୍ଗୀତରେ ଶ୍ରୋତାଙ୍କୁ ବାନ୍ଧି ରଖିବାର କଳା ତାଙ୍କୁ ବେଶ୍ ଜଣା । ଜୀବନ ସହ ସଂଗ୍ରାମ କରୁଥିବା ଅଭିଜିତ୍ ମଜୁମଦାର ଏବେ ସଙ୍କଟାପନ୍ନ ଅବସ୍ଥାରେ ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅଛନ୍ତି । ଇତି ମଧ୍ୟରେ ଓଡ଼ିଶାର ସ୍ବାସ୍ଥ୍ୟ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଅଭିଜିତ ମଜୁମଦାରଙ୍କ ସ୍ୱାସ୍ଥ୍ୟବସ୍ଥା ବୁଝିବା ପାଇଁ ଏମ୍ସ ଭୁବନେଶ୍ବରକୁ ଯାଇ ଡାକ୍ତରଙ୍କଠାରୁ ବିଶେଷ ତଥ୍ୟ ହାସଲ କରିବା ସହ ଡାକ୍ତରମାନଙ୍କୁ ଉନ୍ନତ ସ୍ବାସ୍ଥ୍ୟସେବା ଯୋଗାଇଦେବାକୁ କହିଥିଲେ । ଆଉ ଏବେ ସେ ମେଡିସିନ୍ ୱାର୍ଡକୁ ସ୍ଥାନାନ୍ତର ହୋଇଛନ୍ତି ।
Follow Us