କନକ ବ୍ୟୁରୋ: ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାରଙ୍କ ସ୍ବାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ । ପୁଣିଥରେ ଆଇସିୟୁରେ ଭର୍ତ୍ତି ହେଲେ ଅଭିଜିତ । ଗତ ୨୪ ଘଣ୍ଟାରେ ତାଙ୍କର ସ୍ଥିତି ଅଧିକ ଖରାପ ହୋଇଥିବା ସୂଚନା ଦେଇଛି ଭୁବନେଶ୍ୱର ଏମ୍ସ । ତାଙ୍କର ସ୍ନାୟୁ ଜନୀତ ସମସ୍ୟାରେ କୌଣସି ସୁଧାର ହୋଇନାହିଁ, ସେ ନିରନ୍ତର ଅଚେତ ଅବସ୍ଥାରେ ଅଛନ୍ତି ବୋଲି ଭୂବନେଶ୍ୱର ଏମ୍ସ କର୍ତ୍ତୃପକ୍ଷ ଜଣାଇଛନ୍ତି ।
ଅଭିଜିତ୍ Osmotic Demyelination Syndrome ଅର୍ଥାତ ଏକ ସ୍ନାୟୁ ଜନୀତ ରୋଗରେ ପୀଡ଼ିତ । ନିମୋନିଆ ସହିତ ଫୁସଫୁସରେ ସଂକ୍ରମଣ ହୋଇଛି । ରକ୍ତରେ ଜୀବାଣୁ ସଂକ୍ରମଣ ଓ ପୁରୁଣା ଯକୃତ୍ ରୋଗ ସମସ୍ୟା ଏବଂ ଭିଟାମିନ 'ଡି' ଓ ଫଲିକ ଏସିଡ ଭଳି ପୋଷକ ତତ୍ତ୍ବର ଅଭାବ ରହିଛି । ଗତ ୨୫ ସେପ୍ଟେମ୍ବରରେ ଅଭିଜିତ ମଜୁମଦାରଙ୍କୁ Medical ICU ରୁ Medicine Ward କୁ ଅଣାଯାଇଥିଲା । କିନ୍ତୁ ଆଜି ସ୍ବାସ୍ଥ୍ୟ ବିଗିଡ଼ିବାରୁ ପୁଣିଥରେ ଆଇସିୟୁରେ ଭର୍ତ୍ତି କରାଯାଇଛି ।