ଗୀତରେ ଗୀତରେ ଏକତାର ବାର୍ତ୍ତା ଦେଲେ କଣ୍ଠଶିଳ୍ପୀ ଅଭିଜିତ୍ ମଜୁମଦାର । କଳକାରଙ୍କ କଳିକୁ ସମାଧାନ କରିବାକୁ ନିଆରା ପ୍ରୟାସ ।

388

କନକ ବ୍ୟୁରୋ: କଳାକାର କଳି ଭିତରେ ଗୀତ ଗାଇ ଏକତାର ବାର୍ତ୍ତା ଦେଲେ ସଂଗୀତ ନିର୍ଦ୍ଦେଶକ ତଥା କଣ୍ଠଶିଳ୍ପର ଅଭିଜିତ୍ ମଜୁମଦାର । କିଛି ଦିନ ହେବ କଳାକାରଙ୍କ ମଧ୍ୟରେ ବିବାଦ ଲାଗି ରହିଥିବା ବେଳେ ଏଥିପାଇଁ ଅଭିଜିତ୍ ମଜୁମଦାର ଏକ ସ୍ୱତନ୍ତ୍ର ଗୀତ ରେକର୍ଡିଂ କରିଛନ୍ତି । ଗତକାଲି ଏହି ଗୀତର ରେକର୍ଡିଂ ସରିଛି । ଅଭିଜିତ୍ ମଜୁମଦାର ନିଜେ ଏହି ଗୀତକୁ ଗାଇଛନ୍ତି । ଗୀତର ଟ୍ୟାଗ୍ ଲାଇନ୍ ‘ମିଳିମିଶି ରହିଥିବା ଆମେ ସବୁ କଳାକାର’ । ଅଭିନେତା, ଲେଖକ, ଗାୟକ ସମସ୍ତେ ଏଠି କଳାକାର ବୋଲି ଗୀତ ମାଧ୍ୟମରେ କହିଛନ୍ତି ଅଭିଜିତ୍ ।