କନକ ବ୍ୟୁରୋ : କେନ୍ଦ୍ରାପଡ଼ାର ଜରାଜୀର୍ଣ୍ଣ ମିସନ ଶକ୍ତି କାଫେ । ନିର୍ମାଣ ଅଳ୍ପ କିଛି ଦିନ ଚାଲିଲା । ଏବେ ଏଥିରେ ତାଲା ଝୁଲୁଛି । ବଣ ବୁଦା ବି ମାଡ଼ିଗଲାଣି । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ସ୍ଥାନୀୟ ବାସିନ୍ଦା ।
ମହିଳା ସ୍ୱାବଲମ୍ବୀ ହେବେ । ସୁସ୍ୱାଦୁ ଭୋଜନ ମିଳିବ । ଏଥିପାଇଁ କୋଟିକୋଟି ଟଙ୍କା ଖର୍ଚ୍ଚ କରାଯାଇ ନିର୍ମାଣ ହେଲେ ମିଶନ ଶକ୍ତି କାଫେ । ଗୋଟିଏ କେନ୍ଦ୍ରାପଡ଼ା ବ୍ଲକ ପରିସରରେ, ଅନ୍ୟଟି ଗରଦପୁର ବ୍ଲକ ପରିସରରେ । କିନ୍ତୁ ବିଡମ୍ବନା, ଦୁଇଟି ଯାକର ଅବସ୍ଥା ଶୋଚନୀୟ । ବଡ଼ ବଡ଼ ଅକ୍ଷରରେ ଲେଖା ହୋଇଛି ମିସନ ଶକ୍ତି କାଫେ । ଫ୍ରିଜର୍, ଚେୟାର୍, ଟେବୁଲ୍ ଭିତରେ ସବୁ ଅଛି । କିନ୍ତୁ ବାହାରେ ତାଲା ଝୁଲୁଛି । ବ୍ୟବହାରରେ ନଲାଗି ବାହାରେ ଗଛ ଲତା ମାଡ଼ିଗଲାଣି । ହେଲେ କାହାର ଏଥିପ୍ରତି ନିଘା ନାହିଁ ।
ଅଧିକ ପଢ଼ନ୍ତୁ : ପଶ୍ଚିମରୁ ଦକ୍ଷିଣ ସବୁଠି ମଣ୍ଡି ତାତି ; ଚାଷଠୁ କଷ୍ଟ ହେଲାଣି ଧାନ ବିକ୍ରି
ନିର୍ମାଣର ଅଳ୍ପ ଦିନ ଯାଏଁ ଚାଲିବା ପରେ ରକ୍ଷଣା ବେକ୍ଷଣ ଅଭାବରୁ ଏହା ବନ୍ଦ ହୋଇପଡ଼ିଥିବା ଅଭିଯୋଗ ଆସିଛି । ଖାଲି ସେତିକି ନୁହେଁ, ମିସନ ଶକ୍ତି ବିଭାଗ ରହିଛି । କର୍ମଚାରୀ ବି ମୋଟା ଅଙ୍କର ଦରମା ପାଉଛନ୍ତି । କିନ୍ତୁ କାଫେ ପୁନରୁଦ୍ଧାର ନେଇ କାହାର ଚିନ୍ତା ନାହିଁ ? କାହିଁକି ବନ୍ଦ ପଡ଼ିଛି ତଦାରଖ କରିବାକୁ କେହି ନଥିଲା ପରି ମନେ ହେଉଛି । ଆଉ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ କହୁଛନ୍ତି, ଆମେ ଅନୁଧ୍ୟାନ କରି ପୁନରୁଦ୍ଧାର କରିବା ଦିଗରେ ଗୁରୁତ୍ୱ ଦେବୁ ।
କୋଟିକୋଟି ଟଙ୍କାର ପ୍ରକଳ୍ପ ଏବେ ଅଲୋଡ଼ା । କାହା ସ୍ୱାର୍ଥରେ ଏହାର ନିର୍ମାଣ କରାଯାଇଥିଲା, ତାର ଉତ୍ତର ଦେବାକୁ ବି କେହି ନାହିଁ । କର୍ମଚାରୀ ଦରମା ନେଉଛନ୍ତି, ଆଉ ପ୍ରକଳ୍ପକୁ ଖତ ଖାଇବାକୁ ଛାଡ଼ି ଦେଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2026/01/03/mission-shakti-cafe-2026-01-03-18-26-39.jpg)