Ama Bus Accident Photograph: (KanakNews)
କନକ ବ୍ୟୁରୋ: ଆମ ବସ୍ ଦୁର୍ଘଟଣାରେ ଲାଗୁନି ରୋକ । ବେଲଗାମ ଆମବସ୍ । ଅମାନିଆ ଆମ ବସ୍ ଚାଳକ । ପ୍ରତିଦିନ ଆସୁଛି ଆମ ବସ ଦୁର୍ଘଟଣାର ଖବର। ଗତକାଲି ଜନପଥରେ ଆମ ବସ୍ ଏକ ବାଇକ୍ ଉପରେ ମାଡ଼ି ଯାଇଥିବା ବେଳେ ଆଜି ସକାଳୁ ଭୁବନେଶ୍ବର ପାତ୍ରପଡ଼ାରେ ଏକ ସ୍କୁଟରକୁ ଧକ୍କା ଦେଇଛି । ୨୦୨୫ରେ ଆମ ବସ୍ ୫ଟି ମୁଣ୍ଡ ନେଇଥିବା ବେଳେ ୨୦୨୬ ଜାନୁଆରିରେ ଆମ ବସ୍ ଧକ୍କାରେ ଜଣେ ଅଟୋ ଚାଳକଙ୍କ ଜୀବନ ଯାଇଛି । ଆଜି ସକାଳୁ ପାତ୍ରପଡ଼ାରେ ଏକ ସ୍କୁଟରକୁ ଧକ୍କା ଦେଇଛି ଆମ ବସ୍ । ଗୁରୁତର ହୋଇଛନ୍ତି ସ୍କୁଟିରେ ଚଳାଉଥିବା ଡେଲିଭରି ବଏ । ତାଙ୍କୁ ମେଡିକାଲ୍ରେ ଭର୍ତ୍ତି କରାଯାଇଛି ।
ପାତ୍ରପଡ଼ା ଆମ ବସ୍ ଡିପୋରୁ ବସ୍ ବାହାରିବା ବେଳେ ଏହି ଦୁର୍ଘଟଣା ଘଟିଛି । ଡୁମୁଡୁମା ରୁଟ୍ରେ ଯାଉଥିବାବେଳେ ୨୫ ନମ୍ବର ବସ୍ ଦୁର୍ଘଟଣା ଘଟାଇଥିଲା । ଦୁର୍ଘଟଣା ପରେ ଘଟଣାସ୍ଥଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା । ଗତକାଲି ଜନପଥରେ ଆମ ବସ୍ ଏକ ବାଇକ୍କୁ ଧକ୍କା ଦେଇଥିଲା । ଦୁର୍ଘଟଣା ପରେ ବାଇକ୍ ଚାଳକ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ଘଟଣାସ୍ଥଳରେ ତୁମୁଳକାଣ୍ଡ ଘଟାଇଥିଲେ ଉତ୍ତ୍ୟକ୍ତ ଲୋକ। ରାସ୍ତାରେ ଯାଉଥିବା ଅନ୍ୟ ଆମ ବସ୍ ଉପରକୁ ଢେଲା ପଥର ମାଡ଼ କରିଥିଲେ। ପରିସ୍ଥିତି ଏପରି ହୋଇଥିଲା ଯେ, ପୁଲିସକୁ ଲାଠି ଚାଳନା କରିବାକୁ ପଡ଼ିଥିଲା । ପରେ ଦୁର୍ଘଟଣା ଘଟାଇଥିବା ବସ୍କୁ ପୁଲିସ ଜବତ କରିଥିଲା ।
ଅଧିକ ପଢନ୍ତୁ: ଅମାନିଆ ଆମ ବସ୍ ; ପୁଣି ପାତ୍ରପଡ଼ାରେ ସ୍କୁଟିକୁ ଦେଲା ଧକ୍କା
ଏହା ପୂର୍ବରୁ ଚଳିତ ମାସ ୩ ତାରିଖରେ ଆମ ବସ୍ ଚାପି ଦେବାରୁ ଜଣେ ଅଟୋ ଚାଳଙ୍କ ମୃତ୍ୟୁ ହୋଇଥିଲା। ବାରମ୍ବାର ଆମ ବସ୍ ଦୁର୍ଘଟଣା ଘଟାଉଥିବାବେଳେ ଏଥିରେ କେବେ ରୋକ୍ ଲାଗିବ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ରାଜଧାନୀ ରାଜପଥରେ ଆତଙ୍କ ଖେଳାଉଛନ୍ତି ଆମ ବସ୍। ଭଙ୍ଗାରୁଜା, ରାସ୍ତାରୋକ, ପ୍ରତିବାଦ ପରେ ବି କୌଣସି ଫରକ ପଡ଼ୁନି। କ୍ରୁଟ୍ ଘଟଣାର ତଦନ୍ତ କରୁଛି । କିଛି ମାମଲାରେ ମୋ ବସ୍ ପାଇଲଟ୍ଙ୍କୁ ସସପେଣ୍ଡ କରାଯାଉଛି । ହେଲେ ଦୁର୍ଘଟଣା କମିବାର ନାଁ ଧରୁନି ।
Follow Us