କନକ ବ୍ୟୁରୋ: ଦୁର୍ଘଟଣା ରୋକିବା ସହ ଲୋକଙ୍କ ସୁରକ୍ଷା ପାଇଁ ସରକାର ଜୋରିମାନା ଉପରେ ଜୋରିମାନା ଆଦାୟ କରୁଛନ୍ତି । ଲୋକଙ୍କ ସଚେତନ ବି କରାଯାଉଛି । ହେଲେ ପ୍ରଶାସନର ଅବହେଳା ଯୋଗୁ ରାସ୍ତା ମଝିରେ ଜଗିଛି ମୃତ୍ୟୁର ଦୂତ । ମଝି ରାସ୍ତରେ ରହିଛି ଏକାଧିକ ବିଦ୍ୟୁତ୍ ଖୁଣ୍ଟ ଯାଉଛି । ଯାହା ଦୁର୍ଘଟଣାର ସମ୍ଭାବନାକୁ ବୃଦ୍ଧି କରିଛି। ନବରଙ୍ଗପୁର ଜିଲ୍ଲା ଉମରକୋଟରୁ ଦେଖିବା ଏହି ରିପୋର୍ଟ ।  ରାସ୍ତା ମଝିରେ ବିଦ୍ୟୁତ୍ ଖୁଣ୍ଟ । ସବୁ ଦେଖି ପ୍ରଶାସନ ଚୁପ୍ ।  ନବରଙ୍ଗପୁର ଜିଲ୍ଲାର ବ୍ୟବସାୟିକ ପେଣ୍ଠସ୍ଥଳ ଉମରକୋଟ ଅଞ୍ଚଳର ।  ଗୋଟିଏ କି ଦୁଇଟି ନୁହଁ  ରାସ୍ତା ମଝିରେ ରହିଛି ୬ ଟି ବିଦ୍ୟୁତ ଖୁଣ୍ଟ ।
ଅଧିକ ପଢନ୍ତୁ:  ସାମାନ୍ୟ ଭୁଜିଆ ପାଇଁ ଗଣିଲେ ଲକ୍ଷେ ଟଙ୍କା ତଣ୍ଡ, ରାୟଗଡ଼ା ଏଫସିଆଇ ଛକରେ ଥିବା ବିଶାଳ ମେଗା ମାର୍ଟକୁ ଜୋରିମାନା ଲଗାଇଲେ ଖାଦ୍ୟ ସୁରକ୍ଷା ଅଧିକାରୀ…

Advertisment

ବ୍ୟସ୍ତବହୁଳ ରାସ୍ତାରେ ଏଭଳି ବିଦ୍ୟୁତ୍ ଖଣ୍ଟକୁ ଦୁର୍ଘଟଣାକୁ ଯେପରି ଆମନ୍ତ୍ରଣ  କରୁଛି। ଏହା ହେଉଛି ଉମରକୋଟ ଠାରୁ ଛତିଶଗଡ଼କୁ ସଂଯୋଗ କରୁଥିବା ଭାରତମାଳା ରାସ୍ତାର ଅଧିକାରୀଗୁଡା ନିକଟସ୍ଥ ଓଭରବ୍ରିଜର ବାଇପାସ୍ ରାସ୍ତା। ଦୈନିକ ଶହ ଶହ ଗାଡି ଏହି ରାସ୍ତାରେ ଯାତାୟାତ କରଛନ୍ତି । କିନ୍ତୁ ପ୍ରଶାସନର ଏଥିପ୍ରତି ନିଘା ନାହିଁ । ରାସ୍ତାରୁ ବିଦ୍ୟୁତ ଖୁଣ୍ଟ ସ୍ଥାନନ୍ତର ପାଇଁ  ସ୍ଥାନୀୟ ଲୋକେ ପ୍ରଶାସନ ଓ ବିଦ୍ୟୁତ୍ ବିଭାଗ ନିକଟରେ ବାରମ୍ବାର ଅଭିଯୋଗ କରିଥିଲେ ଫଳ ଶୁନ୍ୟ । ନା ସ୍ଥାନୀୟ ପ୍ରଶାସନ ନା ଭାରତମାଳା ଅଧିକାରୀ କାହାରି ନିଘା ନାହିଁ । ମାସ ମାସ ଧରି ଲୋକେ ଭୟ ଓ ବିପଦ ଭିତରେ ଯାତାୟତ କରୁଥିଲେ ମଧ୍ୟ ଭାରତ ମାଳା ଅଧିକାରୀ ଅବା ସ୍ଥାନୀୟ ବିଦ୍ୟୁତ ଅଧିକାରୀ କେହି କେମେରା ସମୁଖରେ ମୁହଁ ଖୋଲିବାକୁ ନାରାଜ ।