କନକ ବ୍ୟୁରୋ : ବେଲଗାମ ଆମବସ୍ , ଅମାନିଆ ଆମ ବସ୍ ଚାଳକ। ପ୍ରତିଦିନ ଆସୁଛି ଆମ ବସ ଦୁର୍ଘଟଣାର ଖବର । ଆଜି ସକାଳୁ ସ୍କୁଟି ଭୁବନେଶ୍ବର ପାତ୍ରପଡ଼ାରେ ସ୍କୁଟରକୁ ଧକ୍କା ଦେଲା ଆମ ବସ୍ । ଗୁରୁତର ସ୍କୁଟର ଚାଳକ ମେଡିକାଲ୍‌ରେ ଭର୍ତ୍ତି । ପାତ୍ରପଡ଼ା ଆମ ବସ୍‌ ଡିପୋରୁ ବସ୍‌ ବାହାରିବାବେଳେ ଦୁର୍ଘଟଣା ଘଟିଛି । ଡୁମଡୁମା ରୁଟ୍‌ରେ ଯାଉଥିବାବେଳେ ୨୫ ନମ୍ବର ବସ୍ ଦୁର୍ଘଟଣା ଘଟାଇଛି । ଦୁର୍ଘଟଣା ପରେ ଘଟଣାସ୍ଥଳରେ ବ୍ୟାପକ ଉତ୍ତେଜନା ଦେଖିବାକୁ ମିଳିଛି ।

Advertisment

ଗତକାଲି ମଧ୍ୟ ଆମ ବସ୍ ଏକ ବାଇକ୍‌କୁ ଧକ୍କା ଦେଇଥିଲା । ଗତକାଲି ଅପରାହ୍ଣରେ ମାଷ୍ଟର କ୍ୟାଣ୍ଟିନରୁ ରାଜମହଲ ଅଭିମୁଖେ ଯାଉଥିଲା ୮୨ ନମ୍ବର ରୁଟ୍‌ର ଆମ ବସ୍ । ବ୍ୟସ୍ତ ବହୁଳ ଜନପଥ ରାସ୍ତାରେ ହଠାତ୍ ଏକ ବାଇକ୍‌କୁ ଦେଇଥିଲା ଧକ୍କା । ତେବେ ଦୁର୍ଘଟଣା ଘଟାଇଥିବା ବସ୍‌କୁ ପୁଲିସ ଜବତ କରିବା ପରେ ଘଟଣାସ୍ଥଳରେ ପ୍ରକାଶ ପାଇଥିଲା ଉତ୍ତେଜନା । ଏ ରୁଟରେ ଯାଉଥିବା କିଛି ଆମ ବସ୍‌କୁ ଆକ୍ରମଣ କରିଥିଲେ ସ୍ଥାନୀୟ ବାସିନ୍ଦା । ଏହା ପୂର୍ବରୁ ଚଳିତ ମାସ ୩ ତାରିଖରେ ଆମ ବସ୍ ଚାପି ଦେବାରୁ ଜଣେ ଅଟୋ ଚାଳଙ୍କ ମୃତ୍ୟୁ ହୋଇଥିଲା । ବାରମ୍ବାର ଆମ ବସ୍ ଦୁର୍ଘଟଣା ଘଟାଉଥିବାବେଳେ ଏଥିରେ କେବେ ରୋକ୍‌ ଲାଗିବ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । 

ଅଧିକ ପଢ଼ନ୍ତୁ---'ଜନ ଗଣ ମନ' ପରି, 'ବନ୍ଦେ ମାତରମ୍' ସମୟରେ ମଧ୍ୟ ଠିଆ ହେବାକୁ ପଡିବ, ସରକାର ତିଆରି କରିବେ ଜାତୀୟ ସଙ୍ଗୀତ ପରି ନିୟମD

ଅମାନିଆ 'ଆମ ବସ୍'

  • ଜାନୁଆରି ୨୩, ୨୦୨୬: ଭୁବନେଶ୍ବର ଜନପଥରେ ବାଇକ୍‌କୁ ପିଟିଲା, ଜଣେ ଗୁରୁତର  
  • ଜାନୁଆରି ୩, ୨୦୨୬: ଭୁବନେଶ୍ବର ରୁପାଲି ଛକରେ ଅଟୋକୁ ଚାପିଦେଲା, ଜଣେ ମୃତ 
  • ଡିସେମ୍ବର ୨୦୨୫: ଅନ୍ଧାରୁଆ ଠାରେ ଆମ ବସ୍ ଧକ୍କାରେ ବାଇକ୍ ଚାଳକ ମୃତ
  • ଡିସେମ୍ବର ୨୦୨୫: ସତ୍‌ସଙ୍ଗ ବିହାର ଅଞ୍ଚଳରେ ଆମ ବସ୍ ଧକ୍କାରେ ଜଣେ ମୃତ
  • ଫେବୃଆରି ୨୦୨୫: ରଘୁନାଥପୁରରେ ଆମ ବସ୍ ଧକ୍କାରେ ନାବାଳିକାର ମୃତ୍ୟୁ
  • ଜାନୁଆରି ୨୦୨୫: ସିରିଜ୍ ଦୁର୍ଘଟଣା ଘଟାଇଥିଲା ଆମ ବସ୍
  • ୨୦୨୫ ଜୁଲାଇରୁ ଡିସେମ୍ବର ଭିତରେ ଆମ ବସ୍ ନେଇଛି ୨ ଜଣଙ୍କ ଜୀବନ
  • ଏପ୍ରିଲ ୨୦୨୪: ବାଣୀବିହାର ଛକରେ ଦୁର୍ଘଟଣା, ବାଇକ୍ ଆରୋହୀ ମୃତ
  • ଫେବୃଆରି ୨୦୨୪: ବରୁଣେଇ ନିକଟରେ ଦୁର୍ଘଟଣା, ୧୫ରୁ ଅଧିକ ଆହତ