Nimapada Photograph: (KanakNews)
କନକ ବ୍ୟୁରୋ: ଛିଣ୍ଡିପଡ଼ିଲା ୧୧କେଭି ବିଦ୍ୟୁତ୍ ତାର ଛିଡ଼ି ଜଳିଗଲା ପାଳ ଗଦା । ପିପିଲି-ନିମାପଡା ମୁଖ୍ୟ ରାସ୍ତାର ଗରପଦା ଗାଁରେ ୧୧ କେଭି ବିଦ୍ୟୁତ୍ ତାର ଛିଣ୍ଡି ଗାଁର ଅକ୍ରୁର ଜେନାଙ୍କ ପାଳ ଗଦାରେ ନିଆଁ ଲାଗି ସମ୍ପୂର୍ଣ ଜଳି ଯାଇଛି ।
ଅଧିକ ପଢନ୍ତୁ: ବାଲେଶ୍ବର କଲେଜ ରୋଡ୍ ଷ୍ଟେସନାରୀ ଦୋକାନରେ ଭୟଙ୍କର ନିଆଁ : ଖଲ୍ଲିକୋଟ ନୂଆସାହିରେ ଗ୍ୟାସ୍ ଫାଟି ଜଳିଗଲା ୩ ମହଲା ଘର
ଅକ୍ରୁର ଏବର୍ଷ ନିଜର ୪ଏକର ଏବଂ ଭାଗରେ ୩ ଏକର ଏଭଳି ମୋଟ ୭ ଏକର ଜମିରେ ଧାନ କରିଥଲେ । ଧାନ ଅମଳ ପରେ ପାଳ ଗୁଡ଼ିକ ଗଦା କରିଥଲେ । ଗତ ରାତିରେ ସେହି ପାଳଗଦା ଉପରେ ଯାଇଥିବା ୧୧କେଭି ବିଦ୍ୟୁତ୍ ତାର ଛିଣ୍ଡି ପଡ଼ିଥିଲା । ଫଳରେ ଗଦାରେ ନିଆଁ ଲାଗି ଯାଇଥିଲା । ପିପିଲି ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଁଚି ସ୍ଥାନୀୟ ଲୋକଙ୍କ ସହାୟତାରେ ନିଆଁକୁ ଆୟତ୍ତ କରିଥିଲେ । ତେବେ ସେତେବେଳକୁ ସବୁକିଛି ପୋଡ଼ି ପାଉଁଶ ହୋଇଯାଇଥିଲା।
Follow Us