କନକ ବ୍ୟୁରୋ : ବସ୍ରେ ନିଆଁ ଲାଗି ଅଘଟଣ । ଏନଏଚ୍ ଉପରେ ହୁତ୍ ହୁତ୍ ହୋଇ ଜଳିଗଲା ବସ୍ । ବସ୍.ରେ ନିଆଁ ଲାଗି ୨୦ରୁ ଅଧିକ ଜୀବନ୍ତ ଦଗ୍ଧ ହୋଇଯାଇଥିବା ଯାହା ସୂଚନା ମିଳିଛି, କିନ୍ତୁ କୌଣସି ସଠିକ୍ ତଥ୍ୟ ହସ୍ତଗତ ହୋଇନାହିଁ । ତେବେ ହାଇଦ୍ରାବାଦରୁ ବେଙ୍ଗାଲୁରୁ ଅଭିମୁଖେ ଯାଉଥିବା ବେଳେ ଏନଏଚରେ ଏହି ଅଘଟଣ ଘଟିଛି । ଆନ୍ଧ୍ରର କୁର୍ଣ୍ଣୁଲ ଜିଲ୍ଲା ଚିନ୍ନା ଟେକୁରୁ ଗାଁ ନିକଟରେ ବାଇକ୍ ସହ ଧକ୍କା ହେବାରୁ ବସ୍ ଲାଗିଥିଲା ନିଆଁ । ବସ୍ ଯାଉଥିବା ବେଳେ ହଠାତ୍ ବସଟି ସାମ୍ନାପଟୁ ଆସି ପିଟି ହୋଇଥିଲା । ଯାହାଫଳରେ ନିଆଁ ଲାଗିଯାଇଥିଲା । ବସରେ ପ୍ରାୟ ୪୨ ଜଣ ଯାତ୍ରୀ ଯାଉଥିଲେ । ସେମାନଙ୍କ ମଧ୍ୟରେ ୩୦ରୁ ଅଧିକ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି ।
ଜମୁଛି ନୂଆପଡ଼ା ଉପନିର୍ବାଚନ ପ୍ରଚାର : ଆଜି ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷଦିନ, ୧୯ ଜଣ ପ୍ରାର୍ଥୀଙ୍କ ନାମାଙ୍କନପତ୍ର ଦାଖଲ
ତେବେ ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ବସ୍ ଟି କିଛି ମିନିଟ୍ ମଧ୍ୟରେ ସମ୍ପୂର୍ଣ୍ଣ ଜଳିଯାଇଥିଲା । ତଥାପି, ଏବେ ନିଆଁକୁ ନିୟନ୍ତ୍ରଣ କରାଯାଇଛି । ପ୍ରାଥମିକ ସୂଚନା ଅନୁଯାୟୀ, ବେଙ୍ଗାଲୁରୁ-ହାଇଦ୍ରାବାଦ ରାଜପଥରେ କାଳେଶ୍ୱରମ୍ ଟ୍ରାଭେଲ୍ସର ଏକ ବସ୍ ଏକ ମୋଟରସାଇକେଲ ସହିତ ଧକ୍କା ଦେଇଥିଲା । ପରେ ବସ୍ଟି ନିଆଁ ଲାଗିଯାଇଥିଲା । ପୁଲିସ କହିଛି, ଦୁର୍ଘଟଣା ସମୟରେ ଡ୍ରାଇଭର ଏବଂ ସହାୟକଙ୍କ ସମେତ ମୋଟ ୪୨ ଜଣ ବସ୍ରେ ଥିଲେ। ଏପର୍ଯ୍ୟନ୍ତ ୧୫ ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏହା ମଧ୍ୟ ଉଲ୍ଲେଖନୀୟ ଯେ ପୂର୍ବରୁ ଅନେକ ବସ୍ ଦୁର୍ଘଟଣା ଘଟିଛି ।
ମହିଳା ଦିନିକିଆ ବିଶ୍ୱକପ୍ ସେମିଫାଇନାଲରେ ଭାରତ
ମିଳିପାରିନି ମୃତ୍ୟୁ ସଂଖ୍ୟାର ସଠିକ୍ ତଥ୍ୟ
ଏହି ବସ୍ ଦୁର୍ଘଟଣାରେ ଅନେକ ଲୋକଙ୍କ ମୃତ୍ୟୁ ହେବାର ଆଶଙ୍କା କରାଯାଉଛି । ଯଦିଓ ସଠିକ୍ ସଂଖ୍ୟା ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ, କିନ୍ତୁ ଯେଉଁମାନେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ସେମାନଙ୍କର ଚିକିତ୍ସା ଚାଲିଛି ।
I am shocked to learn about the devastating bus fire accident near Chinna Tekur village in Kurnool district. My heartfelt condolences go out to the families of those who have lost their loved ones. Government authorities will extend all possible support to the injured and…
— N Chandrababu Naidu (@ncbn) October 24, 2025
ଦୁଃଖ ପ୍ରକାଶ କଲେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ
ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଦୁର୍ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି । ସେ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ଏକ ପୋଷ୍ଟ ସେୟାର କରିଛନ୍ତି । ସେ ଲେଖିଛନ୍ତି, "କୁର୍ଣ୍ଣୁଲ ଜିଲ୍ଲାର ଚିନେଟକୁର ଗାଁ ନିକଟରେ ଘଟିଥିବା ଭୟଙ୍କର ବସ୍ ଦୁର୍ଘଟଣା ବିଷୟରେ ଜାଣିବା ପରେ ମୁଁ ମର୍ମାହତ । ଯେଉଁମାନେ ସେମାନଙ୍କ ପ୍ରିୟଜନଙ୍କୁ ହରାଇଛନ୍ତି ସେମାନଙ୍କ ପରିବାର ପ୍ରତି ମୋର ସମବେଦନା । ଆହତ ଏବଂ ପ୍ରଭାବିତ ପରିବାରକୁ ସରକାର ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବେ ।"
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/10/24/14-2025-10-24-08-19-22.jpg)