କନକ ବ୍ୟୁରୋ : ହୁ ହୁ ହେଇ ଜଳିଗଲା ଷ୍ଟେସନାରୀ ଦୋକାନ । କୋଟିରୁ ଅଧିକ ଟଙ୍କାର ସାମଗ୍ରୀ ଜଳିପୋଡ଼ି ପାଉଁଶ । ବାଲେଶ୍ବର କଲେଜ୍ ରୋଡ୍ରେ ଘଟିଛି ଭୟାବହ ଅଗ୍ନିକାଣ୍ଡ । କଲେଜ ରୋଡରେ ଥିବା ଷ୍ଟେସନାରୀ ଦୋକାନରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି ଘଟିଛି । ନିଆଁ ଏତେ ଭୟଙ୍କର ଥିଲା ଯେ, ଏହାକୁ ଆୟତ କରିବା ପାଇଁ ଦମକଳ ବାହିନୀର ୧୦ଟି ଗାଡ଼ି ନିୟୋଜିତ ହୋଇିଛି । ତେବେ କେମିତି ଓ କେଉଁ ପରିସ୍ଥିତିରେ ଲାଗିଲା ନିଆଁ, ତାହା ଜଣାପଡ଼ିନାହିଁ । ସେପଟେ ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଛନ୍ତି ।
ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ନୂଆ ସାହିରେ ଭୟଙ୍କର ଅଗ୍ନିକାଣ୍ଡ । ଗ୍ୟାସ ସିଲିଣ୍ଡର ଫାଟି ଜଳିଗଲା ତିନି ମହଲା ଘର । ଗତକାଲି ବିଳମ୍ବିତ ରାତି ପ୍ରାୟ ୨ଟା ସମୟରେ ଅଜିତ ମହାନ୍ତିଙ୍କ ଘରେ ସମସ୍ତେ ଶୋଇଥିବା ବେଳେ ଲାଗିଥିଲା ନିଆଁ । ଘରେ ଏକ ଇଭି ବାଇକ ଚାର୍ଜରେ ବସିଥିବା ବେଳେ ସର୍ଟ ସର୍କିଟ ହୋଇ ଜଳିଯାଇଥିଲା । ପରେ ପାଖରେ ଥିବା ଗ୍ୟାସ ସିଲିଣ୍ଡରରେ ଲାଗିଯାଇଥିଲା ନିଆଁ । ନିଆଁ ଲାଗିବାର କିଛି ସମୟ ପରେ ପ୍ରଚଣ୍ଡ ଶବ୍ଦ ସହିତ ସିଲିଣ୍ଡରଟି ଫାଟି ଯାଇଥିଲା । ଯାହା ଫଳରେ ନିଆଁ ଉପର ମହଲାକୁ ବ୍ୟାପି ଯାଇଥିଲା । ବିଳମ୍ୱିତ ରାତିରେ ପ୍ରଚଣ୍ଡ ଶବ୍ଦ ଶୁଣି ସାହି ବାସିନ୍ଦା ଘରୁ ବାହାରି ଆସିଥିଲେ । ସେହି ଘରେ ରହୁଥିବା ୧୧ ଜଣ ମଧ୍ୟରୁ ୨ଶିଶୁ ରହିଥିବା ବେଳେ ଅନ୍ୟ ୪ଜଣ ବାରି ପଛପଟ ରାସ୍ତା ଦେଇ ଜୀବନ ବିକଳରେ ଧାଇଁ ଆସିଥିଲେ । ଅନ୍ୟ ୬ଜଣଙ୍କୁ ଅଗ୍ନିଶମ ବାହିନୀ ଓ ଖଲିକୋଟ ପୁଲିସ୍ ନିଆଁକୁ ଆୟତ୍ତ କରି ଲୋକ ମାନଙ୍କୁ ଉଦ୍ଧାର କରିଥିଲେ l ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କା କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି ।