କନକ ବ୍ୟୁରୋ:  ଉତ୍ତରପ୍ରଦେଶ ସୋନଭଦ୍ରରେ ଅଘଟଣ । ପଥରଖଣିରେ ଫସି ରହିଛନ୍ତି ୧୫ରୁ ଅଧିକ ଶ୍ରମିକ । ଶନିବାର କାମ କରୁଥିବା ସମୟରେ ବଡ ଖଣିଖାଦାନର ଏକ ଭାଙ୍ଗ ଭାଙ୍ଗିଯିବା ଫଳରେ ରାସ୍ତା ଅବରୋଧ ହୋଇଯାଇଛି । ଏଥସହ ପଥରଖଣ୍ଡ ତଳେ ଚାପି ହୋଇ ୨ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଶନିବାର କାମ ଚାଲିଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା ।

Advertisment

ଶିଳ୍ପ ଶ୍ରମିକ ଭାବେ କାମ କରୁଥିଲେ ମାଆ, ଲେନିନ୍ ଓ ଷ୍ଟାଲିନଙ୍କ ରୋଷେୟା ଥିଲେ ଦାଦା, ହେଲେ ପୁଅ ପାଲଟିଗଲେ ରାଷ୍ଟ୍ରପତି

ଅନ୍ୟ ଶ୍ରମିକମାନେ ବିପଦ ସଙ୍କୁଳ ସ୍ଥିତିରେ ଥିବାବେଳେ ପ୍ରଶାସନ ତା ଉପରେ ନଜର ରଖିଛି । ଘଟଣାସ୍ଥଳରେ ଏନ.ଡି.ଆର.ଏଫ ଓ ଏସ.ଡି.ଆର.ଏଫ ଟିମ ପହଞ୍ଚି ଉଦ୍ଧାର କାମ ଜାରି ରଖିଛନ୍ତି। ସେପଟେ ଘଟଣା ବାବଦରେ ଟିକିନିଖି ତଥ୍ୟ ନେବା ସହିତ ସୁରକ୍ଷିତ ଭାବେ କିଭଳି ଶ୍ରମିକଙ୍କୁ ଉଦ୍ଧାର କରାଯିବ, ସେନେଇ ଚେଷ୍ଟା ଚାଲିଥିବା କହିଛନ୍ତି ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ।