କନକ ବ୍ୟୁରୋ : ପୃଥିବୀର ସବୁ ବଡ଼ ବଡ଼ ନେତାଙ୍କ ଜୀବନ କାହାଣୀ ଭିନ୍ନ ଭିନ୍ନ । କିଛି ନେତା ପରିବାର ଅଧାରରେ କ୍ଷମତା ହାସଲ କରିଛନ୍ତି ତ କିଛି ନେତା କ୍ଷମତା ହାସଲ କରିବାକୁ କଠିନ ସଂଘର୍ଷ କରିଛନ୍ତି । ଏଭଳି ଅନେକ ନେତାଙ୍କ ଉଦାହରଣ ବିଶ୍ୱ ଦେଖିଛି । ହେଲେ ଦୀର୍ଘ ୨୫ ବର୍ଷ ହେବ ପୂର୍ବତନ ସୋଭିଏତ ୟୁନିୟନ ବା ଆଜିର ରଷିଆରେ ନିଜର ଆଧିପତ୍ୟ ବିସ୍ତାର କରି ସର୍ବୋଚ୍ଚ କ୍ଷମତା ରାଷ୍ଟ୍ରପତି ପଦରେ ବସିଥିବା ଭ୍ଲାଦିମୀର ପୁଟିନଙ୍କ ଜୀବନ କାହାଣୀ ବେସ୍ ନିଆରା । ସାରା ବିଶ୍ୱର ନଜର ଆଜି ଯେଉଁ ନେତାଙ୍କ ଉପରେ ରହିଛି ତାଙ୍କ ଅତୀତ ଯେ କେତେ ସଂଘର୍ଷମୟ ଥିଲା ତାହା କଳ୍ପାନ କରାଯାଇନପାରେ । 

Advertisment

ଭ୍ଲାଦିମୀର ପୁଟିନ ଆଜି ଯେଉଁ ସଫଳତା ସାଉଣ୍ଟିଛନ୍ତି ତା ପଛରେ କେବଳ ତାଙ୍କର କଠିନ ଅଧ୍ୟବସାୟ ରହିଛି । ତାଙ୍କ ମାଆ ଜଣେ ଶିଳ୍ପ ଶ୍ରମିକ ଥିଲେ ଓ ଦାଦା ସେତେବେଳେର ସୋଭିୟତ ୟୁନିୟନର ସବୁଠାରୁ ମହାନ ନେତା ଜୋସେଫ ଷ୍ଟାଲିନ୍ ଓ ଭ୍ଲାଦିମୀର ଲେନିନଙ୍କ ରୋଷେୟା ଭାବେ କାମ କରୁଥିଲେ । ଅକ୍ଟୋବର ୭ ତାରିଖ ୧୯୫୨ ମସିହାରେ ପୁଟିନ ସୋଭିୟତ ୟୁନିୟନର ଲେନିନଗାଦରେ ଜନ୍ମ ନେଇଥିଲେ । ପୁଟିନଙ୍କ ପିଲାବେଳ ଦାରିଦ୍ରତା ଭିତରେ କଟିଥିଲା । ତାଙ୍କ ପିତାଙ୍କୁ ସୋଭିୟତ ସେନାରେ ଜୋର ଜବରଦସ୍ତ ଭର୍ତ୍ତି କରାଯାଇଥିଲା । ଦ୍ୱିତୀୟ ବିଶ୍ୱଯୁଦ୍ଧ ବେଳେ ପୁଟିନ ତାଙ୍କର ଦୁଇଭାଇଙ୍କୁ ହରାଇଥିଲେ । 

ସବୁ ଦାରିଦ୍ରକୁ ପଦାଘାତ କରି ପୁଟିନ ଲେନିନଗାଦରେ ଷ୍ଟେଟ୍ ୟୁନିଭୟସିଟିରୁ ସ୍ନାତୋକ ପାସ କରିଥିଲେ । ଏହାପରେ ସେ ଜଣେ ଗୋଇନ୍ଦା ଏଜେଣ୍ଟ ଭାବେ କାମ କରିବା ଆରମ୍ଭ କରିଥିଲେ । ଗୋଇନ୍ଦା ଏଜେଣ୍ଟ ଭାବେ ପୁଟିନ ଦୀର୍ଘ ୧୫ ବର୍ଷ କାମ କରିଛନ୍ତି । ଏହାପରେ ସେ ୬ ବର୍ଷ ଧରି କେଜିବି ଏଜେଣ୍ଟ ଭାବେ କାମ କରି ଲେଫ୍ଟନାଣ୍ଟ କର୍ନେଲ ପଦରେ ଥାଇ ଅବସର ନେଇଥିଲେ । ଅବସର ପରେ ବଦଳି ଯାଇଥିଲା ପୁଟିନଙ୍କ ଭାଗ୍ୟ । ସୋଭିୟତ ସଂଘର ସେଣ୍ଟ ପିଟରବର୍ଗ ମେୟରଙ୍କ ପ୍ରଥମ ନିର୍ବାଚିତ ପରାମର୍ଶ ଦାତା ଭାବେ ନିଯୁକ୍ତି ପାଇଥିଲେ । ପୁଟିନଙ୍କ କାର୍ୟ୍ୟଦକ୍ଷତା ଏତେ ଶାଣିତ ଥିଲା କି, ୧୯୯୪ ମସିହାରେ ସେ ଡେପୁଟି ମେୟର ହୋଇପାରିଥିଲେ । ୧୯୯୬ ମସିହାରେ ପୁଟିନ ମସ୍କୋ ଚାଲିଯାଇଥିଲେ । ସେଠାରେ ସେ ବଡ଼ ବଡ଼ ନେତାଙ୍କ ବିଶ୍ୱାସ ଜିତିବାରେ ସମର୍ଥ ହୋଇଥିଲେ । ୧୯୯୮ ମସିହାରେ ବୋରିସ ୟେଲତାସିନ ପୁଟିନଙ୍କୁ ଘରୋଇ ଗୁଇନ୍ଦା ସଂସ୍ଥା ଫେଡରାଲ ସିକ୍ୟୁରିଟି ସର୍ଭିସର ପ୍ରମୁଖ ଭାବେ ନିଯୁକ୍ତ କରିଥିଲେ । ଏବେ ପୁଟିନ ଋଷ ସରକାରର ପ୍ରଭାବଶାଳୀ ସୁରକ୍ଷା ପରିଷଦର ସଚିବ ହୋଇଗଲେ । ୧୯୯୯ ମସିହାରେ ୟେଲତାସିନ ଯେତେବେଳେ ନିଜର ଉତ୍ତରାଧିକାରୀ ଖୋଜିବା ପାଇଁ ପ୍ରୋଫାଇଲ ଦେଖିଥିଲେ, ସେତେବେଳେ ତାଙ୍କ ନଜର ଶାନ୍ତ ସ୍ୱଭାବର ପୁଟିନଙ୍କ ଉପରେ ପଡ଼ିଥିଲା । ୟେଲତାସିନ ପୁଟିନଙ୍କୁ ପ୍ରଧାନମନ୍ତ୍ରୀ ଭାବେ ଚୟନ କରିଥିଲେ । ଆଉ ପଛକୁ ଫେରି ଚାହିଁ ନଥିଲେ ପୁଟିନ, ନିଜର ବିଚକ୍ଷଣ ରାଜନୈତିକ ଦକ୍ଷତାକୁ ଉପଯୋଗ କରି ୧୯୯୯, ୨୦୦୮ ଓ ୨୦୧୨ ରେ ସେ କ୍ରମାଗତ ଭାବେ ଋଷର ରାଷ୍ଟ୍ରପତି ପଦ ଦଖଲ କରିଛନ୍ତି ।