କନକବ୍ୟୁରୋ : ଉତ୍ତରାଖଣ୍ତରେ ବନ୍ୟା ଉତ୍ତରାଖଣ୍ତରେ ବନ୍ୟା ଉତ୍ତରାଖଣ୍ତରେ ବନ୍ୟା ଉତ୍ତରାଖଣ୍ଡର ଉତ୍ତରକାଶୀ ଜିଲ୍ଲାରେ ରବିବାର ସକାଳେ ବାଦଲ ଫାଟିବାରୁ ଭୂସ୍ଖଳନ ଘଟି ୯ ଜଣ ଶ୍ରମିକ ନିଖୋଜ ଅଛନ୍ତି ।  ଯମୁନୋତ୍ରୀ ଜାତୀୟ ରାଜପଥର ସିଲାଇ ଅଞ୍ଚଳରେ ଏକ ନିର୍ମାଣାଧୀନ ହୋଟେଲ ନିକଟରେ ୧୯ ଜଣ ଶ୍ରମିକ ରହୁଥିବା ବେଳେ ସେମାନଙ୍କ କ୍ୟାମ୍ପକୁ ବାଦଲଫଟା ବର୍ଷା ଧୋଇ ନେଇଛି। ୧୦ ଜଣ ଶ୍ରମିକଙ୍କୁ ଉଦ୍ଧାର କରାଯାଇଥିବା ବେଳେ ୯ ଜଣ ନିଖୋଜ ଅଛନ୍ତି ।  

Advertisment

ଘଟଣାସ୍ଥଳରୁ ଦୁଇ ଜଣ ଶ୍ରମିକଙ୍କ ଶବ ଉଦ୍ଧାର ହୋଇଛି। ଜାତୀୟ ବିପର୍ଯ୍ୟୟ ମୁକାବିଲା ବାହିନୀ (ଏନ୍‌ଡିଆରଏଫ), ରାଜ୍ୟ ବିପର୍ଯ୍ୟୟ ମୁକାବିଲା ବାହିନୀ (ଏସ୍‌ଡିଆରଏଫ) ଏବଂ ପୁଲିସର ଏକାଧିକ ଟିମ୍ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି ।  ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ କହିଛନ୍ତି ଯେ ସେ ଅଧିକାରୀଙ୍କ ସହ ନିରନ୍ତର ଯୋଗାଯୋଗରେ ଅଛନ୍ତି ଏବଂ ସମସ୍ତଙ୍କ ସୁରକ୍ଷା ପାଇଁ ପ୍ରାର୍ଥନା କରିଛନ୍ତି । ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଉତ୍ତରାଖଣ୍ଡର ଚାରିଧାମ ଯାତ୍ରାକୁ ଗୋଟିଏ ଦିନ ପାଇଁ ସ୍ଥଗିତ ରଖାଯାଇଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି)  ସୋମବାର ପାଇଁ ଉତ୍ତରାଖଣ୍ଡ ନିମନ୍ତେ ରେଡ୍ ଆଲର୍ଟ ଜାରି କରିଛି  ଏବଂ କେତେକ ସ୍ଥାନରେ ଅତି ପ୍ରବଳ ବର୍ଷା ଓ ବଜ୍ରପାତ  ହେବ ବୋଲି ଚେତାବନୀ ଦେଇଛି ।