କନକ ବ୍ୟୁରୋ : ପୂର୍ତ୍ତ ବିଭାଗର ଅଜବ ନୀତି ! କଂକ୍ରିଟ୍ ପୋଲ ଭାଙ୍ଗି ପିଚୁ ପଡ଼ୁଛି । କ୍ଷତିଗ୍ରସ୍ତ ବ୍ରିଜକୁ ଛାଡ଼ି ଭଲ ଭଲ ବ୍ରିଜ ଉପରେ ଚାଲିଛି ରାସ୍ତା କାମ । ନାକଟିଦେଉଳ ଠାରୁ ବାଟଗାଁକୁ ସଂଯୋଗ କରୁଥିବା ୫୫ ନଂ ଜାତୀୟ ରାଜପଥ ଛାତି ଉପରେ କମ୍ପ୍ରେସର ଲଗାଇ ଭଲ ବ୍ରିଜକୁ ଖୋଳିବାରେ ବ୍ୟସ୍ତ ଠିକାଦାର । ଲୋକଙ୍କ ଗମନାଗମନ ପାଇଁ ରାଜ୍ୟ ସରକାର କିଛି ବର୍ଷ ପୂର୍ବରୁ ପୂର୍ତ୍ତ ବିଭାଗ ଏକ ଜଣାଶୁଣା ଠିକାସଂସ୍ଥା ଦ୍ୱାରା ନାକଟିଦେଉଳ ଠାରୁ ବାଟଗାଁ ପର୍ଯ୍ୟନ୍ତ ବ୍ରିଜ ଓ ରାସ୍ତା ନିର୍ମାଣ କରାଇଥିଲେ । ହେଲେ ବର୍ତ୍ତମାନ ଏହା ଭଲ ଥିବା ବେଳେ ବିଭାଗୀୟ ଅଧିକାରୀଙ୍କ କଥାରେ କଙ୍କ୍ରିଟକୁ ଖୋଳି ପିଚୁ ପକାହେବ ।
ସେପଟେ ଅସ୍ଥାୟୀ କାଠପୋଲରେ ଯା’ଆସ କରୁଛନ୍ତି ଲୋକେ । ହେଲେ ସେଥିପ୍ରତି ପ୍ରଶାସନର ନିଘା ନାହିଁ । ଏଣୁ ବାଧ୍ୟ ହୋଇ ନାଳ ଉପରେ ନିଜସ୍ବ ଉଦ୍ୟମରେ ପୋଲ ନିର୍ମାଣ କରୁଛନ୍ତି ଲୋକେ । ସମ୍ବଲପୁର ଜିଲ୍ଲା ଗଦାଧରପୁର ସହ ୮ ଖଣ୍ଡ ଗାଁର ଲୋକଙ୍କ ଏହା ହିଁ ଯାତାୟାତର ଏକମାତ୍ର ମାଧ୍ୟମ । ବ୍ରିଜ୍ଟିଏ ନିର୍ମାଣ ପାଇଁ ଦାବି ହୋଇଆସୁଛି କିନ୍ତୁ ଫଳ ଶୂନ । ସେଥିପାଇଁ ପ୍ରତି ବର୍ଷ ଗାଁ ଲୋକ ଏମିତି କାଠ ପୋଲ ତିଆରି କରି ଯିବାଆସିବା କରୁଛନ୍ତି । ଲୋକଙ୍କ କହିବା କଥା ସ୍ଥାନୀୟ ଅଞ୍ଚଳରେ ଏକ ବ୍ରିଜ ନିର୍ମାଣ ପାଇଁ ବିଭିନ୍ନ ସମୟରେ ପ୍ରଶାସନକୁ ଦାବି ଜଣାଇ ଆସୁଥିଲେ ମଧ୍ୟ ସରକାରଙ୍କ ଦୃଷ୍ଟି ପଡୁନାହିଁ କି କାମ ହେଉନାହିଁ ।
ଅଧିକ ପଢ଼ନ୍ତୁ---ଅଣନିଃଶ୍ବାସୀ କରୁଛି ମାଳମାଳ ବେଆଇନ ଇଟାଭାଟି ; ପ୍ରଦୂଷଣ ଆଇନକୁ ଖୋଲାଖୋଲି ଉଲ୍ଲଂଘନ
କିଛି ବର୍ଷ ତଳେ ଲୋକଙ୍କ ଗମନାଗମନ ପାଇଁ ପୂର୍ତ୍ତ ବିଭାଗ ପକ୍ଷରୁ ଏକ ଜଣାଶୁଣା ଠିକାସଂସ୍ଥା ଦ୍ୱାରା ନାକଟିଦେଉଳ ଠାରୁ ବାଟଗାଁ ପର୍ଯ୍ୟନ୍ତ ବ୍ରିଜ ଓ ରାସ୍ତା ନିର୍ମାଣ କରାଯାଇଥିଲା । ଏହାର ଅବସ୍ଥା ବର୍ତ୍ତମାନ ଭଲ ଅଛି, ହେଲେ କଂକ୍ରିଟ ଉଠାଇ ପିଚୁ ପକାଇବାକୁ ପୂର୍ତ୍ତ ବିଭାଗ ଅଧିକାରୀ ଆଦେଶ ଦେଇଛନ୍ତି । ସେଥିରେ ପୁଣି ଜଣେ ଠିକାଦାର ୫ଟି ପୋଲ କାମ ପାଇଛନ୍ତି । ଯାହା ୯୦ ଦିନ ଭିତରେ ସରିବା କଥା, ୨ ମାସ ହେଲାଣି ଗୋଟେ କାମ ବି ସରିନି । ଫଳରେ ପୋଲ ଉପରେ ଯା’ଆସ କରୁଥିବା ଲୋକ ଦୁର୍ଘଟଣାର ସମ୍ମୁଖୀନ ହେଉଥିବା ଅଭିଯୋଗ ଆସିଛି ।
ରାସ୍ତାକୁ ଖୋଳି ସରକାର ଟଙ୍କା ହଡ଼ପ କରିବାର ଏହା ଏକ ବିଧିବଦ୍ଧ ଯୋଜନା ବୋଲି ଲୋକେ କହିଛନ୍ତି । କଙ୍କ୍ରିଟ ରାସ୍ତାକୁ ଖୋଳା ଯିବା ଫଳରେ ବ୍ରିଜର ଆୟୁଷ ହାନି ହେଉଛି । ପୂର୍ତ୍ତ ବିଭାଗରେ ମନ୍ତ୍ରୀଠାରୁ ସଚିବ ଯନ୍ତ୍ରୀ ମୋଟା ଅଙ୍କର ଟଙ୍କା ଦରମା ନେଉଥିବା ବେଳେ ଜନତାଙ୍କ ଟଙ୍କା ଅପବ୍ୟବହାର ହେଉଥିବା ଲୋକେ କହିଛନ୍ତି l ତେବେ ପ୍ରଥମରୁ ଯଦି ଠିକ ଭାବରେ ପ୍ଲାନିଂ କରି ପୋଲ କାମ ହୋଇଥାନ୍ତି, ତେବେ ଦୁଇଥର କାମ କରିବାକୁ ପଡ଼ିନଥାନ୍ତା କି ଅର୍ଥ ଅପଚୟ ହୋଇନଥାନ୍ତା ବୋଲି ମତ ପ୍ରକାଶ ପାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2026/01/09/road-work-2026-01-09-17-02-32.jpg)