କନକ ବ୍ୟୁରୋ : ପର୍ଯ୍ୟଟନ ଋତୁ ରେ ପର୍ଯ୍ୟଟନସ୍ଥଳୀ ଚଳଚଞ୍ଚଳ । ହେଲେ ଏମିତି କିଛି ସ୍ଥାନ ରହିଛି ଯାହା ଏବେ ବି ସମସ୍ତଙ୍କ ନଜର ଆଢୁଆଳରେ। ସେମିତି ଏକ ପର୍ଯ୍ୟଟନସ୍ଥଳୀ ମୟୂରଭଞ୍ଜର ଚାଉଳ ଭଜା। ଏହା ଯେତିକି ସୁନ୍ଦର ସେତିକି ମନଲୋଭା ମଧ୍ୟ। ଏଠାକୁ ଯିବାକୁ ହେଲା ପାହାଡ଼ ଝରଣା ପାର ହୋଇ ଯିବାକୁ ପଡ଼ିବ। ହେଲେ ଏହି ଜଳପ୍ରପାତ ଵା ପର୍ଯ୍ୟଟନସ୍ଥଳୀ ଆଜି ବି ଲୋକ ଲୋଚନରେ ରହିଥିବାରୁ ବହୁତ କମ ପର୍ଯ୍ୟଟକ ଏଠାକୁ ଆସୁଛନ୍ତି, ହେଲେ ଯେଉଁମାନେ ଆସୁଛନ୍ତି ବେଶ ମନଭରି ଉପଭୋଗ କରୁଛନ୍ତି ।
ଅଧିକ ପଢ଼ନ୍ତୁ : ଅନ୍ଧାରରେ ଭୋଗରାଇର ପର୍ଯ୍ୟଟନ ବଳୟ: ପାଣିରେ ପଡ଼ିଲା ସରକାରୀ ଅର୍ଥ
ସୁଉଚ୍ଚ ପାହାଡ଼ର ବୁକୁ ଚିରି ବହି ଯାଉଛି ଝରଣା। ଏହାର କୁଳୁକୁଳୁ ନାଦ କାନରେ ବାଜିଲେ ମନରୁ ସବୁ ଅବସାଦ ଦୂର ହୋଇଯିବେ। ପ୍ରକୃତି କୋଳରେ କିଛି ସମୟ ହଜିଯିବା ଭଳି ଲାଗିବ। ହେଲେ ଏହି ଜଳପ୍ରପାତର ମଜା ନେବାକୁ ହେଲେ ଆପଣଙ୍କୁ ବେଶ ସଜା ବି ପାଇବାକୁ ପଡ଼ିବ। ସେଥିପାଇଁ ତ’ ଏହି ପର୍ଯ୍ୟଟନସ୍ଥଳୀର ନା’ ଚାଉଳଭଜା - ଯେତିକି ମଜ୍ଜା, ସେତିକି ସଜ୍ଜା।
ଅଧିକ ପଢ଼ନ୍ତୁ : ପର୍ଯ୍ୟଟନ ମାନଚିତ୍ରରେ ମିଳିଲା ସ୍ଥାନ; ହୋଇପାରୁନି ଉନ୍ନତୀକରଣ, ନାହିଁ ନାହିଁରେ ବଞ୍ଚିଛି କଳାହାଣ୍ଡି କୋକସରାର ଡୋକାରିଚଞ୍ଚରା
ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ବ୍ଲକ ସପନଚୁଆ ପଞ୍ଚାୟତ ଅଧୀନରେ ରହିଛି ଏହି ଜଳପ୍ରପାତ। ଯାହାକି ଜାତୀୟ ଉଦ୍ୟାନ ଶିମିଳିପାଳ ଭିତରେ ରହିଛି। ଜଙ୍ଗଲ ଭିତରେ ଥିବା ପଥର ସନ୍ଧିରେ ପଶି ଝରଣା ପାଣିରେ ୩ ରୁ ୪ କିଲୋମିଟର ଚାଲିକି ୨ଟି ଝରଣା ପାର ହେଲେ ପଡ଼ିବ ଚାଉଳଭଜା ଜଳପ୍ରପାତ। ହେଲେ ଏଥିପାଇଁ ପଥରରେ ଲାଗିଥିବା ତୀର ଚିହ୍ନ ଦେଖି ଆଗକୁ ଯିବେ ନହେଲେ ବାଟବଣା ହେବାର ସମ୍ଭାବନା ଅଛି। କେଉଁଠି ବଡ଼ ପଥର ଚଢିବେ କେଉଁଠି ବିପଦପୂର୍ଣ୍ଣ ଭାବେ ଉପରୁ ତଳକୁ ଓହ୍ଲାଇବେ। ଯାହା ଯେତିକି କଷ୍ଟଦାୟକ ସେତିକି ଦୁଃସାହାସିକ। ହେଲେ ଝରଣା ପାଖରେ ପହଁଞ୍ଚିଲେ ସବୁ କଷ୍ଟ ଭୁଲିଯିବେ । ଏବେ ଚାଉଳ ଭଜା ଜଳପ୍ରପାତରେ ପର୍ଯ୍ୟଟକଙ୍କ ଭିଡ଼ ଲାଗୁଛି। ଆଗମନ ହେଉଛି। ତେଣୁ ଏହାର ବିକାଶ ଦିଗରେ ପ୍ରଶାସନ ନଜର ଦେଲେ ମୟୂରଭଞ୍ଜର ପର୍ଯ୍ୟଟନ କ୍ଷେତ୍ରର କଳେବର ବୃଦ୍ଧି ପାଇପାରନ୍ତା।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/01/07/kdj-2026-01-07-18-42-05.jpg)