କନକ ବ୍ୟୁରୋ : ପ୍ରଦୂଷଣ ଆଇନକୁ ଖୋଲାଖୋଲି ଉଲ୍ଲଙ୍ଘନ କରି ଗଢ଼ି ଉଠିଛି ମାଳ ମାଳ ଇଟାଭାଟି । ବେଆଇନ ନାଲି ଇଟା ଭାଟି ଯୋଗୁଁ ଦୂଷିତ ହେଉଛି ବାୟୁ । ପ୍ରଶାସନର କଟକଣାକୁ ଖାତିର ନକରି ବାଲେଶ୍ବର ବସ୍ତାରେ ଖୋଲାଖୋଲି ଚାଲିଛି ଶତାଧିକ ନାଲି ଇଟା ଭାଟି । ବସ୍ତା ଅଞ୍ଚଳରେ ଛତୁ ଫୁଟିଲା ଭଳି ଚାଲିଛି ବେଆଇନ ନାଲି ଇଟା ଭାଟି । ଜିଲ୍ଲା ପ୍ରଶାସନ ସାଜିଛି ନିରବ ଦ୍ରଷ୍ଟା । ଇଟା ଭାଟିରୁ ନିର୍ଗତ ଧୂଆଁ ଧୂଳିରେ ଅତିଷ୍ଠ ଅଂଚଳବାସୀ । ପ୍ରଶାସନର କାର୍ଯ୍ୟାନୁଷ୍ଠାନ ଅଭାବରୁ ପ୍ରଦୂଷଣ ସୀମା ଅତିକ୍ରମ କରୁଛନ୍ତି ଇଟାଭାଟି ମାଲିକ । ଦେଶରେ ପ୍ରଦୂଷଣ ତାଲିକାରେ ଓଡ଼ିଶାର ତାଳଚେର ରହିଥିବା ବେଳେ ତା ପଛକୁ ଅଛି ବାଲେଶ୍ୱର । ଏହା ଉପରେ ରୋକ ଲଗାଇବା ପାଇଁ ଜିଲ୍ଲା ପ୍ରଶାସନ ରାତି ୮ ଟାରୁ ସକାଳ ୧୦ ଟା ପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ମାତ୍ର ଗ୍ରାମାଞ୍ଚଳ ପ୍ରତି ଯେମିତି ସମ୍ପୂର୍ଣ୍ଣ ଆଖି ବୁଜି ଦେଇଛନ୍ତି । ଏହାର ସୁଯୋଗ ନେଇ ପରିବେଶର ଧଜ୍ଜିଆ ଉଡ଼ାଇଛନ୍ତି ଇଟାଭାଟି ମାଲିକ ।
ବସ୍ତା ତହସିଲ ଅଞ୍ଚଳରେ ଥିବା ମାଳମାଳ ନାଲି ଇଟା ଭାଟିରୁ ନିର୍ଗତ ଧୂଆଁ ପ୍ରଦୂଷଣ ବୃଦ୍ଧି କରୁଥିବାରୁ ଏହାକୁ ବନ୍ଦ କରିବା ପାଇଁ ସରକାରଙ୍କ ନିର୍ଦ୍ଦେଶ ରହିଛି । ମାତ୍ର ଇଟାଭାଟି ମାଲିକ ମାନେ ଏହାକୁ ବେଖାତିର କରି ଭାଟି ଚଲାଇ ଆସୁଛନ୍ତି । ସୁବର୍ଣ୍ଣରେଖା ନଦୀ ଅବବାହିକାରେ ଥିବା ଉର୍ବର ପଟୁମାଟିକୁ ଇଟା ମାଫିଆ ମାନେ ଖୋଳି ଆଣି ଇଟା ତିଆରି କରୁଛନ୍ତି । ଫଳରେ ଜମିର ଉର୍ବରତା କମି ଯାଉଛି । ନଦୀର ଅବବାହିକା ଅଞ୍ଚଳ ରଘୁନାଥପୁର, କରୁଆ, ସିଂଲା, ପାଉଁଶକୁଲି, ତାଡଦା, ଭେଲୋରା, ସନ୍ତୋଷପୁର, କାଦରାୟାଁ ପ୍ରଭୃତି ପଞ୍ଚାୟତରେ ଗଢ଼ି ଉଠିଛି ଶହ ଶହ ନାଲି ଇଟା ଭାଟି ।
ଅଧିକ ପଢ଼ନ୍ତୁ---ଚଣ୍ଡିଖୋଲ-ପାରାଦୀପ ୫୩ ନମ୍ବର ଏନ. ଏଚ୍ରେ ଅଣ୍ଡରପାସ୍ ସମ୍ପ୍ରସାରଣ ଦାବି; ବିକ୍ଷୋଭକାରୀଙ୍କ ସହ ପୁଲିସର ଧସ୍ତାଧସ୍ତି
ଏହି ଇଟାଭାଟିରେ ବ୍ୟବହୃତ ହେଉଥିବା କୋଇଲାର ଧୂଆଁରୁ ଅଞ୍ଚଳରେ ପ୍ରଦୂଷଣ ବଢ଼ିବା ସହିତ ଆଖାପାଖ ଅଞ୍ଚଳରେ ପାଉଁଶ ଉଡ଼ି ଚାକ୍ଷ କ୍ଷତିଗ୍ରସ୍ତ କରୁଛି । ଏହା ଖାଦ୍ୟ ପଦାର୍ଥରେ ମିଶିବା ଦ୍ୱାରା ବିଭିନ୍ନ ରୋଗରେ ପଡୁଛନ୍ତି ଲୋକେ। ଏହା ସହିତ ଇଟା ଭାଟିକୁ ଗାଡ଼ି ଦ୍ରୁତ ଗତିରେ ଯାତାୟାତ କରୁଥିବାରୁ ବିଭିନ୍ନ ସମୟରେ ଦୁର୍ଘଟଣା ଘଟୁଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ ।
ପୂର୍ବାଞ୍ଚଳ ସବୁଜ ପ୍ରାଧୀକରଣର ନିୟମ ଅନୁଯାୟୀ, ନାଲି ଇଟାଭାଟି ବନ୍ଦ ପାଇଁ ନିର୍ଦ୍ଦେଶନାମା ଜାରି କରାଯାଇଛି, ଯେଉଁମାନେ ଏହାକୁ ଉଲଙ୍ଘନ କରି ଇଟାଭାଟି ଚଳାଇବେ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ରହିଛି । ମାତ୍ର ଏହା ଖଣି ବିଭାଗ ହାତରେ ରହିଥିବାରୁ ବିଭାଗୀୟ ଅଧିକାରୀ ଏଥିପ୍ରତି ଆଦୌ ଦୃଷ୍ଟି ଦେଉ ନାହାନ୍ତି । ଫଳରେ ବିନା ପଞ୍ଜୀକରଣରେ ନାଲିଇଟା ଭାଟି ଗଢି ଉଠୁଛି । ଆଉ ଏହାର ପରିଣାମ ଭୋଗୁଛନ୍ତି ସ୍ଥାନୀୟ ଲୋକେ । କିଛି ଦୁର୍ନୀତିଗ୍ରସ୍ତ ଅସାଧୁ ସରକାରୀ ଅଧିକାରୀ ଏବଂ କର୍ମଚାରୀଙ୍କ ପାଇଁ ଏହି ନିୟମ କାର୍ଯ୍ୟକାରୀ ହୋଇ ପାରୁନଥିବା ସାଧାରଣ ଲୋକେ ଅଭିଯୋଗ କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2026/01/09/brick-kilns-2026-01-09-16-36-50.jpg)