ଅଲୋଡ଼ା ହୀରା ମାଣିକ;ଆବାସ ମିଳୁନି କି ନାହିଁ ରାସନ

ହୀରା ଓ ମାଣିକ, ୨ଟି ମୂଲ୍ୟବାନ ରତ୍ନ । ଏହି ନାଁରେ ଯେତିକି ଆଭିଜାତ୍ୟ ଅଛି,ଆମେ ଦେଖୁଥିବା ହୀରା ଓ ମାଣିକଙ୍କ ଅବସ୍ଥା ସେତିକି ଦୟନୀୟ । ଅଭାବୀ ସଂସାରରେ ଓଳିଏ ଖାଇଲେ ଓଳିଏ ଉପାସ । ୭ ଜଣ ସଦସ୍ୟଙ୍କୁ ୩୫ କିଲୋ ପରିବର୍ତ୍ତେ ମିଳୁଛି ମାତ୍ର ୫ କିଲୋ , ଆବାସ ବି ସାତସପନ ।

Poor Family

Poor Family Photograph: (Kanak News)

କନକ ବ୍ୟୁରୋ: ଅନେକ ଅଯୋଗ୍ୟ ହିତାଧୀକାରୀ ସରକାରୀ ଯୋଜନା ହାତେଇ ଫାଇଦା ଉଠାଉଛନ୍ତି ହେଲେ ଯୋଗ୍ୟ ହିତାଧିକାରୀ ବଞ୍ଚିତ ରହୁଛନ୍ତି । କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ କୁଲାଡ଼େରା ଗାଁରୁ ଆସିଛି ଏହାର ବାସ୍ତବିକତା ଖବର । ଗରିବ ପରିବାରରେ ୭ ଜଣ ସଦସ୍ୟଙ୍କୁ ମିଳୁଛି ମାତ୍ର ୫ କିଲୋ । ଭଙ୍ଗା ଦଦରା ଘରେ ବର୍ଷ ବର୍ଷ ଧରି ପଡ଼ିଥିଲେ ବି ସରକାରୀ ବାବୁଙ୍କ ଆଖିରେ ପଡ଼ୁନି । ଖାଲି ପ୍ରତିଶ୍ରୁତିର ପାହାଡ଼ରେ ଲଦି ପକାଉଛନ୍ତି ।

ହୀରା ଓ ମାଣିକ, ୨ଟି ମୂଲ୍ୟବାନ ରତ୍ନ । ଏହି ନାଁରେ ଯେତିକି ଆଭିଜାତ୍ୟ ଅଛି,ଆମେ ଦେଖୁଥିବା ହୀରା ଓ ମାଣିକଙ୍କ ଅବସ୍ଥା ସେତିକି ଦୟନୀୟ । ଅଭାବୀ ସଂସାରରେ ଓଳିଏ ଖାଇଲେ ଓଳିଏ ଉପାସ । ୭ ଜଣ ସଦସ୍ୟଙ୍କୁ ୩୫ କିଲୋ ପରିବର୍ତ୍ତେ ମିଳୁଛି ମାତ୍ର ୫ କିଲୋ , ଆବାସ ବି ସାତସପନ । ଝାଟି ମାଟି କୁଡ଼ିଆର ଗୋଟିଏ ପାଖକୁ ଦଦରା ଟାଇଲ୍‌ରେ ଓ ଅନ୍ୟ ପାଖକୁ ଛିଣ୍ଡା ଜରି ପାଲରେ ଢ଼ାଙ୍କି ରହୁଛନ୍ତି । ଝଡ଼ ବାତ୍ୟା ଆସିଲେ ପର ବାରଣ୍ଡାରେ ଆଶ୍ରୟ ନେବାକୁ ପଡ଼ୁଛି । 

ଅଧିକ ପଢ଼ନ୍ତୁ--ବିଦ୍ୟାପୀଠରେ ପାଠ ସହ ସଂସ୍କାର ଶିକ୍ଷା;ସ୍କୁଲରେ ପିଲା ପଢ଼ୁଛନ୍ତି ବେଦ ଓ ଧର୍ମ ଗ୍ରନ୍ଥ

କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ ଖୁଣ୍ଟାପଡ଼ା ପଞ୍ଚାୟତ କୁଲାଡ଼େରା ଗାଁ କେନ୍ଦୁଆଦରୀ ସାହିର ମାଣିକ ମୁଣ୍ଡା । ପରିବାର କହିଲେ ୭ ଜଣ, ସ୍ବାମୀ, ସ୍ତ୍ରୀ, ୫ ପିଲା। ସାନ ଝିଅକୁ ଛାଡ଼ିଦେଲେ ସମସ୍ତଙ୍କ ଆଧାରକାର୍ଡ ଅଛି, ହେଲେ ରାସନ କାର୍ଡ ମିଳୁନି । ପକ୍କା ଘର ଓ ରାସନ କାର୍ଡ ପାଇଁ ପଞ୍ଚାୟତ ଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନ ନିକଟରେ ଅନେକ ନେହୁରା ହୋଇଛନ୍ତି । ହେଲେ ମିଳୁଛି ଖାଲି ପ୍ରତିଶ୍ରୁତି । ଅନ୍ୟପଟେ ଗରିବ ଆଦିବାସୀ ପରିବାରକୁ ରାସନ କାର୍ଡ ଯୋଗାଇଦେବା ନେଇ କହିଛନ୍ତି ସରପଞ୍ଚ । ମାଣିକ ଘରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି । କାମକୁ ଗଲେ ପରିବାର ସଦସ୍ୟଙ୍କୁ ଖାଦ୍ୟ ମୁଠାଏ ମିଳେ । ନଚେତ୍ ଉପବାସରେ ପୁରା ପରିବାର । ତେଣୁ ତୁରନ୍ତ ହୀରା ମାଣିକଙ୍କ ପରିବାରକୁ ପ୍ରାଥମିକତା ଭିତ୍ତିରେ ରାସନ ଓ ଆବାସ ଯୋଗାଇ ଦେବାକୁ ଦାବି ହୋଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe