କନକ ବ୍ୟୁରୋ : ପିଲାଙ୍କୁ ଆକୃଷ୍ଟ କରି ବିକ୍ରି ବଢ଼ାଇବା ପାଇଁ ଚିପସ ପ୍ୟାକେଟରେ ରଖାଯାଉଛି ଛୋଟ ଛୋଟ ଖେଳଣା ଓ ବେଲୁନ । ହେଲେ ଏହା ଯେ କେତେ ଘାତକ, ତାହା ସ୍ପଷ୍ଟ କରୁଛି ବାରମ୍ୱାର ଅଘଟଣ । ୨ ମାସ ତଳେ କନ୍ଧମାଳ ଜିଲ୍ଲାର ଗୋଟିଏ ଶିଶୁ ପ୍ରାଣ ହରାଇଥିବା ବେଳେ, କିଛି ଦିନ ତଳେ ଜଣେ ଶିଶୁ ଆଖି ହରାଇବା ଏବଂ ଏବେ ପୁଣି ଖୋର୍ଦ୍ଧା ଜିଲ୍ଲାର ଶିଶୁଟିଏ ଆଖି ବୁଜିବା, ଉଦବେଗ ସୃଷ୍ଟି କରିଛି । ବାରମ୍ବାର ଅଘଟଣ ପରେ ଅପେକ୍ଷା ଅଛି ପ୍ରଶାସନର କାର୍ଯ୍ୟାନୁଷ୍ଠାନକୁ
ଅଧିକ ପଢ଼ନ୍ତୁ : କୁନି ପୁଅକୁ କାଳ ଚିପସ୍ ପ୍ୟାକେଟ୍ ! ଖେଳଣାରୁ ବିସ୍ଫୋରଣ, ଆଖି ହେଲା ନଷ୍ଟ
୬ ବର୍ଷୀୟ ତାପସ ପାଇକରାୟ । ସାଢ଼େ ୩ ବର୍ଷର ବିଗିଲ ପ୍ରଧାନ । ଜୀବନ କଣ ଜାଣିବା ଆଗରୁ ଲିଭି ଯାଇଛି ଦୁଇ ଦୁଇଟି ଜୀବନ ଦୀପ । ସେଇ ସମାନ ଘଟଣା, ସମାନ କାରଣ । ଚିପସ ପ୍ୟାକେଟ୍ ଭିତରେ ଲୁଚିଥିଲା ଯମ । ମୃତ୍ୟୁର କାରଣ ସାଜିଲା ମାଗଣା ଖେଳଣା । ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ୍ ନିଧିପୁର ଗାଁର ତାପସ ଚିପସ ପ୍ୟାକେଟରୁ ବାହାରିଥିବା ବେଲୁନ୍ ଫୁଙ୍କିବା ବେଳେ, ତାହା ପାଟି ଭିତରେ ପଶି ତଣ୍ଟିରେ ଲାଖିଯାଇଥିଲା । ପ୍ରାଣ ବିକଳରେ ଛଟଛଟ ହେଉଥିବା ଅବସ୍ଥାରେ ଡାକ୍ତରଖାନା ନିଆଯାଇଥିଲେ ବି, ତାପସକୁ ବଞ୍ଚାଇବା ସମ୍ଭବ ହୋଇନଥିଲା । ଏହି ଘଟଣା ଗାଁରେ ଶୋକର ଛାୟା ଖେଳାଇ ଦେଇଥିବା ବେଳେ, ମନେ ପକାଇ ଦେଉଛି ପ୍ରାୟ ୨ ମାସ ତଳର ଘଟଣା । ଅଙ୍ଗନବାଡ଼ି କେନ୍ଦ୍ରରୁ ଫେରିବା ବେଳେ ବାପା କିଣିଦେଇଥିବା ଚିପସ ପ୍ୟାକେଟରୁ ବାହାରିଥିବା ଖେଳଣା ବନ୍ଧୁକ ତଣ୍ଟିରେ ଲାଗି ଆଖି ବୁଜିଥିଲା କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀ ଗାଁ ଥାନା ମୁସୁମାହାପଡ଼ାର ବିଗିଲ । ଆଉ ୨ ଦିନ ତଳେ ଚିପସ୍ ପ୍ୟାକେଟ୍ ଭିତରେ ଥିବା ଖେଳଣା ନିଆଁରେ ପଡ଼ି ବିସ୍ପୋରଣ ହେବାରୁ, ଆଖି ହରାଇଛି ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ଶଗଡ଼ଘାଟ ଗାଁର ୮ ବର୍ଷର ପୁଅ ଅଙ୍କେଶ ହରପାଳ ।
ଅଧିକ ପଢ଼ନ୍ତୁ : ପେଟ ପାଇଁ ବଳି ପଡୁଛି ପିଲାଦିନ ; ପେନସିଲ, କଲମ ଆଉ ଖେଳଣା ବଦଳରେ କୋମଳ ହାତରେ ଗ୍ରୀଜ୍ ଡବା
କେବେ ବନ୍ଦ ହେବ ପିଲାଙ୍କ ଜୀବନ ସହ ଖେଳ? କାହିଁକି ବଜାରରେ ହାଉଜାଉ ଏଭଳି ଘାତକ ଚିପ୍ସ? ଖାଦ୍ୟ ପ୍ୟାକେଟ୍ ଭିତରେ ଖେଳଣା ଓ ଅଣଖାଦ୍ୟ ସାମଗ୍ରୀ ନରଖିବାକୁ ପୂର୍ବରୁ ସବୁ ରାଜ୍ୟକୁ ତାଗିଦ କରିସାରିଛି ଖାଦ୍ୟ ନିରାପତ୍ତା ଓ ମାନକ ପ୍ରାଧିକରଣ- ଏଫଏସଏସଏଆଇ । ହେଲେ କାହିଁକି ଶୋଇଛି ଆମ ରାଜ୍ୟର ଖାଦ୍ୟ ନିରାପତ୍ତା ଆୟୋଗ? ଏଭଳି ମାରାତ୍ମକ ଖାଦ୍ୟ ପ୍ୟାକେଟରେ କେବେ ଲାଗିବ ଲଗାମ?
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/01/16/toy-2026-01-16-21-38-01.jpg)