କନକ ବ୍ୟୁରୋ :୧୯୯୯ ମହାବାତ୍ୟା କୁ ପୂରିଛି ୨୬ବର୍ଷ । ଏହାରି ଭିତରେ ମହାବାତ୍ୟାର ତାଣ୍ଡବରେ ସର୍ବାଧିକ ଧନଜୀବନ ହାନି ଘଟିଥିବା ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକର ଚିତ୍ର ବଦଳିଛି । ମାତ୍ର ଆଜି ବି ଅନେକ ଗାଁରେ ହଜାର ହଜାର ଲୋକ ଚାଳ ଝୁମ୍ପୁଡି ଘରେ ଜୀବନ ବିତାଉଛନ୍ତି । ଏଯାଏଁ ଏମାନଙ୍କ ପାଖେ ପହଞ୍ଚିପାରିନି ପକ୍କା ଘର । କେବେ ପ୍ରଶାସନ ଗାଁରେ ପହଞ୍ଚିବ ଆଉ ଦୁଃଖ ବୁଝିବ ତାକୁ ଅପେକ୍ଷା କରି ଭୟରେ କାଳ କାଟୁଛନ୍ତି ପରିବାର ।
୨୬ ବର୍ଷ ତଳେ ଆଜିର ଦିନରେ ଓଡ଼ିଶାରେ ତାଣ୍ଡବ ରଚିଥିଲା ମହାବାତ୍ୟା। ଓଡ଼ିଶା ଇତିହାସର ସବୁଠାରୁ ଭୟଙ୍କର ପ୍ରାକୃତିକ ବିପର୍ଯ୍ୟୟ । ଆଜି ବି ସେଦିନର କଥା ମନେ ପଡ଼ିଲେ ଲୋମ ଟାଙ୍କୁରି ଉଠେ। ଅନେକ ଲୋକ ଏଥିରେ ପ୍ରାଣ ହରାଇଥିଲେ । ବହୁ ପରିବାର ବାସହରା ହୋଇଯାଇଥିଲେ । ହେଲେ ସବୁଠାରୁ ଅଧିକ କ୍ଷତି ସହିଥିଲା ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକର ସରବା ଗାଁ । ମହାବାତ୍ୟାରେ ଗାଁରୁ ୨୨୬ ଜଣଙ୍କର ମୃତ୍ୟୁ ହୋଇଥିଲା । ଏହା ପରେ ମହାରାଷ୍ଟ୍ର ସରକାର ଗାଁକୁ ପୋଷ୍ୟ ଭାବେ ଗ୍ରହଣ କରିଥିଲେ । ଗାଁରେ ଏକ ବାତ୍ୟା ଆଶ୍ରୟସ୍ଥଳୀ କରିବା ସହ ପ୍ରତ୍ୟେକ ପରିବାରକୁ ୨ ବଖରା ବିଶିଷ୍ଟ ୬୯୦ଟି ପକ୍କା ଘର ପ୍ରଦାନ କରିଥିଲେ । ରକ୍ଷଣାବେକ୍ଷଣ ଅଭାବରୁ ସେଗୁଡ଼ିକ କିନ୍ତୁ ଏବେ ଭଗ୍ନ ଅବସ୍ଥାରେ ।
ପୂର୍ବରୁ ଗୋଟିଏ ଲେଖାଁଏ ଘର ମିଳିଥିଲା। ଧୀରେଧୀରେ କିନ୍ତୁ ପରିବାର ସଂଖ୍ୟା ବଢ଼ିଛି । ହେଲେ ପରବର୍ତ୍ତୀ ସମୟରେ ଅନ୍ୟମାନଙ୍କୁ ଘର ମିଳିପାରିନାହିଁ । ପରିଣାମ ହେଲା, ଝୁମ୍ପୁଡ଼ି ଘରେ ବିପଦପୂର୍ଣ୍ଣ ଭାବେ ବିତୁଛି ଅନେକଙ୍କ ଜୀବନ । ଏପଟେ ତଦନ୍ତ କରାଯାଇ ପ୍ରକୃତ ହିତାଧିକାରୀଙ୍କୁ ଘର ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛି ପ୍ରଶାସନ ।
୧୯୯୯ ମହାବାତ୍ୟାକୁ ବିତିଛି ୧୭ ବର୍ଷ : ଝୁରାବାଲିର କାରିଗର ସୁଦର୍ଶନ ଜଣାଇଲେ ଶ୍ରଦ୍ଧାଂଜଳି
ପ୍ରତିବର୍ଷ ବାତ୍ୟାର ସମ୍ମୁଖୀନ ହେଉଥିବା ଏହି ଅଞ୍ଚଳର ଲୋକଙ୍କ ପାଇଁ ସୁରକ୍ଷା ଦୃଷ୍ଟିରୁ ପରିବାର ଗୁଡ଼ିକୁ ପକ୍କା ଘର ଯୋଗାଇ ଦେବା ଜରୁରୀ । ଅପେକ୍ଷା ରହିଲା, ସରକାର କେବେ ଗ୍ରାଉଣ୍ଡ ଜିରୋରେ ସର୍ଭେ କରିବେ ଓ ଲୋକଙ୍କୁ ମିଳିବ ଘର ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/10/29/cyclone-2025-10-29-17-57-01.jpg)