୧୯୯୯ ମହାବାତ୍ୟା ପରେ ୮ଟି ବାତ୍ୟା ସାମ୍ନା କରିଛି ରାଜ୍ୟ : ବାତ୍ୟା ଗୁଡିକରେ ୧୬୦ ଜଣଙ୍କର ମୃତ୍ୟୁ ଘଟିଛି; ଗୃହରେ ଉତ୍ତର ରଖିଲେ ରାଜସ୍ୱ ଓ ବିପର୍ଯ୍ୟୟ ମନ୍ତ୍ରୀ

135

କନକ ବ୍ୟୁରୋ : ୧୯୯୯ ମହାବାତ୍ୟା ପରେ ରାଜ୍ୟ ୮ଟି ବାତ୍ୟା ସାମ୍ନା କରିଛି । ୮ଟି ବାତ୍ୟା ସାମ୍ନା କରିଥିବା ଓଡିଶା ବେଶ କ୍ଷୟକ୍ଷତି ସହିଛି । ଫାଇଲିନ୍, ହୁଡହୁଡ, ତିତିଲି, ପେଥାଇ, ଡାଏ, ଫନା, ବୁଲବୁଲ, ଅମ୍ଫାନ । ବାତ୍ୟା ଗୁଡିକରେ ରାଜ୍ୟରେ ୧୬୦ ଜଣଙ୍କର ମୃତ୍ୟୁ ଘଟିଛି । ୩୧୯୪୫.୮୦ କୋଟିର ଧନ ଜୀବନ କ୍ଷୟକ୍ଷତି ହୋଇଛି । ଏହି ବାତ୍ୟା ଗୁଡିକରେ ରିଲିଫ୍ ଓ ପୁନଃରୁଦ୍ଧାର ପାଇଁ କେନ୍ଦ୍ର ସରକାରଙ୍କୁ ମୋଟ ୨୯୪୮.୩୭ କୋଟି ଟଙ୍କାର ସହାୟତା ପ୍ରଦାନ ପାଇଁ ଅନୁରୋଧ କରାଯାଇଛି । କେନ୍ଦ୍ର ସରକାର ଜାତୀୟ ବିପର୍ଯ୍ୟୟ ସହାୟତା ପାଣ୍ଠିରୁ ମୋଟ ୫୨୮୫.୬୫ କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରିଛନ୍ତି । ତାରା ପ୍ରସାଦ ବାହିନୀପତିଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ମନ୍ତ୍ରୀ ସୁଦାମ ମାର୍ଣ୍ଡି ।

ବାତ୍ୟା ଫାଇଲିନ୍ ୨୦୧୩ରେ ହୋଇଥିବା ବେଳେ ଏଥିରେ ୨୧ଜଣଙ୍କର ମୃତ୍ୟୁ ହୋଇଥିଲା । ୧୪୩୭୩.୪୭ କ୍ଷୟକ୍ଷତିର ଆକଳନ କରାଯାଇଛି । ଜାତୀୟ ବିପର୍ଯ୍ୟୟ ସହାୟତା ପାଣ୍ଠିରୁ ୧୧୪୯.୮୩ ଅର୍ଥରାଶି ମିଳିଛି । ସେହିପରି ୨୦୧୪ ହୋଇଥିବା ହୁଡହୁଡ ବାତ୍ୟାରେ ୩ଜଣଙ୍କର ମୃତ୍ୟୁ ହୋଇଥିଲା । ୨୦୨୦ରେ ହୋଇଥିବା ଅମ୍ଫାନ୍ ବାତ୍ୟାରେ କାହାର ମୃତ୍ୟୁ ହୋଇନଥିବା ବେଳେ ୨୩୬.୬୮ କ୍ଷୟକ୍ଷତିର ଆକଳନ କରାଯାଇଛି ।