ଭଙ୍ଗା ଘରେ ଗୋଟିଏ ପରିବାରର ଭବିଷ୍ୟତ । ୧୯୯୯ ମହାବାତ୍ୟା ପର ଠୁ ଭଙ୍ଗା ଘରେ ରହୁଛନ୍ତି କୁଜଙ୍ଗ ବ୍ଲକ ପଙ୍କପାଳ ଗାଁର ନିତ୍ୟାନନ୍ଦ ଓଝାଙ୍କ ପରିବାର

152

କନକ ବ୍ୟୁରୋ : ଭଙ୍ଗା ମାଟି କାନ୍ଥ । ମୁଣ୍ଡ ଉପରେ ଛିଣ୍ଡା ପଲିଥିନର ଛାତ । କବାଟ ନାହିଁ କି ବିଜୁଳି ନାହିଁ । ମହମବତୀ ଜଳିଲେ ହଟୁଛି ଅନ୍ଧାର । ୧୯୯୯ ମହାବାତ୍ୟା ପର ଠାରୁ ଏମିତି ଦୟନିୟ ଅବସ୍ଥାରେ ରହୁଛନ୍ତି ଜଗତସିଂହପୁର କୁଜଙ୍ଗ ବ୍ଲକ ପଙ୍କପାଳ ଗାଁର ନିତ୍ୟାନନ୍ଦ ଓଝାଙ୍କ ପରିବାର । ମହାବାତ୍ୟାରେ ଉଜୁଡି ଯାଇଥିବା ଗାଁ ଗଣ୍ଡା ଧିରେଧିରେ ସୁଧୁରି ଗଲାଣି । ସମୁଦ୍ରର ଲୁଣା ଜୁଆରରେ ନିଶ୍ଚିନ୍ନ ହୋଇଯାଇଥିବା ଗଛ ପୁଣି ମୁଣ୍ଡ ଟେକିଲେଣି । ହେଲେ ନିତ୍ୟାନନ୍ଦଙ୍କ ଘର ଆଜି ବି ଜରାଜିର୍ଣ୍ଣ ହୋଇରହିଛି ।

ଦାରିଦ୍ରତାର କଷାଘାତରେ ମୂଲ ଲାଗିଲେ ଚୁଲି ଜଳେ, ବାପା-ମା, ଝିଅ ପୁଅ ଗଣ୍ଡାଏ ଖାଆନ୍ତି । ଏଭଳି ସ୍ଥିତିରେ ସରକାରୀ ଘର ଏମାନଙ୍କ ପାଇଁ ଯେମିତି ଦିବା ସ୍ୱପ୍ନ ପାଲଟିଯାଇଛି । ପକା ଘର ତ ଛାଡନ୍ତୁ ଭଙ୍ଗା ଘରେ ବିଜୁଳି ସଂଯୋଗ ବି ହୋଇନାହିଁ । ତେଣୁ ଦିନରୁ ଦିନରୁ ଗଣ୍ଡାଏ ରୋଷେଇ କରି ସଂଧ୍ୟାରେ ମହମବତୀ ଆଲୁଅରେ ଖିଆପିଆ ସାରି ଶୋଇପଡନ୍ତି ସାରା ପରିବାର ।

ଅର୍ଥ ଅଭାବରୁ ପୁଅ ଝିଅ ଦୁଇଜଣଙ୍କ ପାଠପଢା ଅଧାରୁ ବନ୍ଦ ହୋଇଛି । ଗରିବ ଆଉ ସରଳ ଜୀବନ ଜିଉଁ ଥିବା ପରିବାରର ଅନେକ ଅନୁରୋଧ ସରକାରୀ ବାବୁଙ୍କ ହୃଦୟକୁ ଛୁଇଁ ପାରିନି କି ଏମାନଙ୍କ ଭାଗ୍ୟରେ ଆବାସ ଘରଟିଏ ଜୁଟି ନାହିଁ ।