କନକ ବ୍ୟୁରୋ : ଦେଶର କୃଷକମାନଙ୍କ ପାଇଁ ଆଜି ଖୁସି ଖବର । ଦେଶର ୯ କୋଟି ଚାଷୀଙ୍କ ଖାତାକୁ କେନ୍ଦ୍ର ସରକାର ପିଏମ୍ କିସାନ ଯୋଜନାର ୨୧ ତମ କିସ୍ତି ଟଙ୍କା ପଠାଇଛନ୍ତି । ଦେଶର ୯ କୋଟି ଚାଷୀଙ୍କ ଖାତାକୁ ଏହି ଟଙ୍କା ଆସିଛି । ଯୋଗ୍ୟ ହିତାଧିକାରୀଙ୍କ ଖାତାକୁ ୨୦୦୦ ହଜାର ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରିଛନ୍ତି ସରକାର ଏହି କ୍ରମରେ ୯ କୋଟି ଚାଷୀଙ୍କ ଖାତାକୁ ୧୮ ହଜାର କୋଟି ଟଙ୍କା ପ୍ରଦାନ କରାଯାଇଛି । କେନ୍ଦ୍ର ସରକାରଙ୍କ ଏହି ଯୋଜନାରେ ରାଜ୍ୟର ୩୪ ଲକ୍ଷ ଚାଷୀ ସାମିଲ ଅଛନ୍ତି । ୩୪ ଲକ୍ଷ ଚାଷୀଙ୍କ ଖାତାକୁ ୭ ଶହ କୋଟି ଟଙ୍କା ଯାଇଛି ।
ଆସନ୍ତା ୨୧ରେ ଶ୍ରୀମନ୍ଦିର ପରିଚାଳନା କମିଟିର ଦ୍ବିତୀୟ ଗୁରୁତ୍ବପୂର୍ଣ୍ଣ ବୈଠକ
କେନ୍ଦ୍ର ସରକାର ୨୦୧୯ ମସିହାରେ ଏହି ଯୋଜନାର ପ୍ରଣୟନ କରିଥିଲେ । ଯୋଜନା ମୁତାବକ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏହି ଯୋଜନାର ଲାଭ ପାଉଛନ୍ତି । ବର୍ଷକୁ ସରକାର ୩ ଟି କିସ୍ତିରେ ମୋଟ ୬ ହଜାର ଟଙ୍କା ସହାୟତା ପ୍ରଦାନ କରୁଛନ୍ତି । ଯାହା କି, ଚାଷୀଙ୍କ ଆର୍ଥିକ ମେରୁଦଣ୍ଡକୁ ମଜବୁତ କରିବାରେ ସହାୟକ ହେଉଛି । ଗତ ଅଗଷ୍ଟ ୨ ତାରିଖରେ ସରକାର ୨୦ ତମ କିସ୍ତି ପ୍ରଦାନ କରିଥିଲେ ।
ସାବଧାନ ! ମାତିଛନ୍ତି ମିନି ଜାମତାରା ଗ୍ୟାଙ୍ଗ୍ ; ଗେମିଂ ନାଁରେ ଟଙ୍କା ଲୁଟୁଛନ୍ତି
କେନ୍ଦ୍ରରେ ମୋଦୀ ସରକାର ଚାଷୀମାନଙ୍କର ଆୟ ବୃଦ୍ଧି କରିବା ଓ ସେମାନଙ୍କୁ ଆର୍ଥିକ ଭାବେ ସ୍ୱଚ୍ଛଳ କରିବାକୁ ଅନେକ ପଦକ୍ଷେପ ଗ୍ରହଣ କରୁଛନ୍ତି । ତା ମଧ୍ୟରୁ ଏହି ପ୍ରଧାନମନ୍ତ୍ରୀ କିସାନ ସମୃଦ୍ଧି ଯୋଜନା ଅନ୍ୟତମ । ହେଲେ ଏହି ସହାୟତା ଚାଷୀଙ୍କ ପାଇଁ ପର୍ଯ୍ୟାପ୍ତ ନୁହେଁ । କାରଣ ୨୦୧୪ ପୂର୍ବରୁ ରାସାୟନିକ ସାର, ଓ ବିଷର ମୂଲ୍ୟ ଯାହା ଥିଲା ଏବେ ତାହା ଦୁଇଗୁଣାରୁ ଅଧିକ ବଢ଼ିଛି । ସେପଟେ ୨୦୧୪ ପରେ କୃଷକମାନଙ୍କ ଦ୍ୱାରା ଉତ୍ପାଦିତ ଫସଲର ସହାୟକ ମୂଲ୍ୟ ସେହି ତୁଳନାରେ ବୃଦ୍ଧି ପାଉନାହିଁ । କିଛି ରାଜ୍ୟ ସରକାର ଇନପୁଟ୍ ସବସିଡ୍ ଦେଇ ସେହି କ୍ଷତିକୁ ଭରଣା କରିବାକୁ ଚେଷ୍ଟା କରୁଛନ୍ତି । ରାଜ୍ୟରେ ବିଜେପି ସରକାର ଆସିବା ପରେ ଧାନ କୁଇଣ୍ଟାଲ ପ୍ରତି ୮୦୦ ଟଙ୍କା ଇନପୁଟ୍ ସବସିଡ୍ ପ୍ରଦାନ କରୁଛନ୍ତି । ଫଳରେ ରାଜ୍ୟର ଧାନଚାଷୀମାନଙ୍କ ଆର୍ଥିକ ସ୍ୱଚ୍ଛଳତା ବଢ଼ିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/11/19/pm-kishan-2025-11-19-16-23-14.jpg)