କନକ ବ୍ୟୁରୋ : ନିଜ ଦାନା ବଞ୍ଚାଇବାକୁ ଚାଷୀର ସଂଘର୍ଷ । ଶୀତ କାକରକୁ ଖାତିର ନକରି ଗଛରେ ମଞ୍ଚା ବାନ୍ଧି ଧାନ ଫସଲକୁ ଦିନ ରାତି ଜଗି ବସିଛି । କାରଣ ଧାନ ଅମଳ ସମୟରେ ଜଙ୍ଗଲ ପାଦଦେଶରେ ଥିବା ବିଲ ଗୁଡିକରେ ଉପଦ୍ରବ କରୁଛନ୍ତି ହାତୀ । ଅନ୍ୟ କିଛି ଉପାୟ ନପାଇ ନିଜ ଫସଲକୁ ନିଜ ସୁରକ୍ଷା ଦେଉଛି ଚାଷୀ । ଧାନ ଅମଳ ସମୟରେ ଫସଲ ହାତୀର ଭୟ । ଖାଉଛନ୍ତି କମ୍‌, ଦଳିଚକଟି ନଷ୍ଟ କରୁଛନ୍ତି ବେଶୀ । ସେଥିପାଇଁ ତ’ ଶୀତର ପ୍ରକୋପକୁ ଖାତିର ନକରି ଗଛରେ ମଞ୍ଚା ବାନ୍ଧି ବସୁଛି ଚାଷୀ । ଦିନରେ ଘରର ସ୍ତ୍ରୀ ଲୋକ ଜଗୁଛନ୍ତି, ସଞ୍ଜ ହେଉଣୁ ସପରିବାର ଧରି ମଞ୍ଚାକୁ ଆସିଯାଉଛି ଚାଷୀ । ଏମିତି କିଛି ଖବର ଆସିଛି ନୀଳଗିରିର ଜଙ୍ଗଲ ପାଦଦେଶରେ ଥିବା ଅଞ୍ଚଳରେ । 

Advertisment

ଅଧିକ ପଢ଼ନ୍ତୁ--୨୦୧୨ ରିୟାଲିଟି ଶୋରୁ ଆରମ୍ଭ କରିଥିଲେ ସଙ୍ଗୀତର ଯାତ୍ରା, ୧୦ ବର୍ଷରେ ହାତେଇଥିଲେ ଅଦ୍ଭୁତପୂର୍ବ ସଫଳତା

ଚଳିତବର୍ଷ ନୀଳଗିରିରେ ୧୦ ହଜାର ୨୪୦ ହେକ୍ଟର ଏବଂ ଔପଦା ବ୍ଲକରେ ୯ ହଜାରରୁ ଊର୍ଦ୍ଧ୍ବ ହେକ୍ଟର ଚାଷ ଜମିରେ ଧାନ ଚାଷ ହୋଇଛି । ପ୍ରତ୍ୟେକ ଦିନ ନିକଟ କୁଳଡିହା ଜଙ୍ଗଲରୁ ହାତୀମାନେ ଖସି ଆସି ଧାନ ଫସଲ ନଷ୍ଟ କରିଦେଉଛନ୍ତି । ଚଳିତ ବର୍ଷ କୁଳଡିହା ରେଞ୍ଜରେ ହାତୀ ନଷ୍ଟ କରିଛନ୍ତି ୬୧.୯୧୪ ହେକ୍ଟର ଜମିର ଚାଷ । ୬ ଜଣଙ୍କ ଘର ଭାଙ୍ଗିଛି, ୭ ଜଣ ହାତୀ ଆକ୍ରମଣରେ ଗୁରୁତର ହୋଇଛନ୍ତି । ନୀଳଗିରି ରେଞ୍ଜରେ ୪୨ ଜଣ ଚାଷୀଙ୍କର ୧୦.୪୧୪ ହେକ୍ଟର ଚାଷ ଜମି ନଷ୍ଟ ହୋଇଛି । ଆଉ ବନ ବିଭାଗ ପକ୍ଷରୁ ଦିଆଯାଉଥିବା କ୍ଷତିପୂରଣ ସମୁଦ୍ରକୁ ଶଙ୍ଖେ ବୋଲି ଚାଷୀ ମାନେ ମତ ପ୍ରକାଶ କରିଛନ୍ତି ।ବର୍ଷାର ଅନିୟମିତତା ଓ ଚକଡା ପୋକର ଦାଉ ଚାଷୀର ମେରୁଦଣ୍ଡ ଭାଙ୍ଗିଦେଇଥିବା ବେଳେ ଏବେ ହାତୀଙ୍କ ବିତ୍ପାତ ବୋଝ ଉପରେ ନଳିତା ବିଡ଼ା ସଦୃଶ ହୋଇଛି ।