କନକ ବ୍ୟୁରୋ : ଭାରତରେ ନିପା ଭାଇରସ୍ରେ ଦୁଇଜଣ ସଂକ୍ରମିତ ହୋଇଥିବା ଜଣାପଡ଼ିଛି । ନିପା ସଂକ୍ରମଣ ସମ୍ପର୍କରେ ଜଣାପଡ଼ିବା ପରେ ଏସିଆର ଅନେକ ଦେଶରେ ବିଦେଶରୁ ଆସୁଥିବା ଯାତ୍ରୀଙ୍କୁ ବିମାନ ବନ୍ଦରରେ କଡ଼ା ଯାଞ୍ଚ କରାଯାଉଛି । ଏହାକୁ ଦେଖି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍ଓ) ଶୁକ୍ରବାର କହିଛି ଯେ, ଭାରତରେ ନିପା ଭାଇରସ ବ୍ୟାପିବାର ସମ୍ଭାବନା କମ୍ ରହିଛି । ତେଣୁୁ ଯାତ୍ରା କିମ୍ବା ବାଣିଜ୍ୟ କଟକଣାର ଆବଶ୍ୟକତା ନାହିଁ । ଡବ୍ଲ୍ୟୁଏଚ୍ଓ ଦ୍ବାରା ଏହାର ୱେବସାଇଟରେ ଦିଆଯାଇଥିବା ତଥ୍ୟ ଅନୁଯାୟୀ, ନିପା ଭାଇରସ୍ ଯୋଗୁ ମଣିଷରୁ ମଣିଷକୁ ସଂକ୍ରମଣ ବୃଦ୍ଧିର କୌଣସି ପ୍ରମାଣ ନାହିଁ । ଏହାଦ୍ବାରା ଜାତୀୟ, ଆଞ୍ଚଳିକ ଏବଂ ବିଶ୍ୱସ୍ତରରେ ବିପଦ କମ୍ ରହିଛି । ପଶ୍ଚିମବଙ୍ଗର ଉତ୍ତର ୨୪ ପରଗଣା ଜିଲ୍ଲାରେ ନିପା ଭାଇରସରେ ଦୁଇ ଜଣ ସଂକ୍ରମିତ ହୋଇଥିବା ଜଣାପଡ଼ିଛି ।
ଡବ୍ଲ୍ୟୁଏଚ୍ଓ କହିଛି ଯେ ମାମଲାଗୁଡ଼ିକ କେବଳ ଜିଲ୍ଲା ମଧ୍ୟରେ ସୀମିତ ଏବଂ ରୋଗୀମାନଙ୍କର କୌଣସି ଯାତ୍ରା ଇତିହାସ ରିପୋର୍ଟ କରାଯାଇ ନାହିଁ । ଭାରତର ଅନ୍ୟ କୌଣସି ରାଜ୍ୟ କିମ୍ବା ଅନ୍ତର୍ଜାତୀୟ ସ୍ତରରେ ଏହା ବ୍ୟାପିବାର ସମ୍ଭାବନା କମ୍ ରହିଛି । ଯାତ୍ରା କଟକଣା ଲଗାଇବାର କୌଣସି ଆବଶ୍ୟକତା ନଥିବା ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ପକ୍ଷରୁ କୁହାଯାଇଛି । ନିପା ଭାଇରସ୍ ବାଦୁଡ଼ିଠାରୁ ମଣିଷକୁ ବ୍ୟାପି ଥାଏ ।
ଅଧିକ ପଢ଼ନ୍ତୁ---‘ତୋ ଭଉଣୀକୁ ମୁଁ ହତ୍ୟା କରୁଛି’, ଭାଇକୁ ଫୋନ୍ ଲାଇନରେ ରଖି ଭଉଣୀକୁ ହତ୍ୟା କରିଥିଲା ଅଭିଯୁକ୍ତ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/01/30/nipah-virus-2026-01-30-13-57-25.jpg)