Photograph: (kanaknews)
କନକ ବ୍ୟୁରୋ : ଉଦ୍ଧାର ହେଲେ ୧୪ ଶ୍ରମିକ । ଯାଜପୁର ଜିଲ୍ଲା କୋରେଇ ଥାନା ବେଣାପୁର ଛକ ନିକଟରେ ଥିବା ଏକ ଇଟା ଫ୍ୟାକ୍ଟ୍ରିରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଚଢ଼ାଉ କରାଯାଇ ଏଠାରେ ବନ୍ଧକ ରହିଥିବା ୯ ଶିଶୁ ଶ୍ରମିକଙ୍କ ସମେତ ମୋଟ ୧୪ ଜଣ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି । ଇଣ୍ଟରନ୍ୟାଶନାଲ ଜଷ୍ଟିସ ମିଶନର ସଦସ୍ୟଙ୍କ ତତ୍ବାବଧାନରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ଚଢ଼ାଉ କରାଯାଇଥିଲା ।
ଅଧିକ ପଢନ୍ତୁ : ବାଛୁରୀ ମୁଁହରେ ଫୁଟିଲା ବୋମା; ଗୁରୁତର ଅବସ୍ଥାରେ କରୁଛି ସଂଘର୍ଷ
ସୂଚନା ମୁତାବକ ବେଣାପୁର ଛକ ନିକଟରେ ଥିବା ଜଗନ୍ନାଥ ଫ୍ଲାଏ ଆଶ୍ ବ୍ରିକ୍ସ ନାମକ ଇଟା ଫ୍ୟାକ୍ଟ୍ରିରେ କିଛି ଶ୍ରମିକଙ୍କୁ ବନ୍ଧକ ରଖାଯାଇଥିବା ନେଇ ଜିଲ୍ଲାପାଳ ଓ ଶ୍ରମ ଆୟୁକ୍ତଙ୍କ ନିକଟରେ ଅଭିଯୋଗ ହୋଇଥିଲା । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ବ୍ୟାସନଗର ତହସିଲଦାର, ଶ୍ରମ ବିଭାଗର ଅଧିକାରୀ, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ଓ ଚାଇଲ୍ଡ ହେଲ୍ପଲାଇନର ସଦସ୍ୟ, ପୁଲିସ ଏବଂ ଇଣ୍ଟରନ୍ୟାଶନାଲ ଜଷ୍ଟିସ ମିଶନର ସଦସ୍ୟଙ୍କୁ ନେଇ ଗଠିତ ଏକ ଟିମ୍ ମିଳିତ ଚଢ଼ାଉ କରିଥିଲା । ଉଦ୍ଧାର ୯ ଶିଶୁ ଶ୍ରମିକଙ୍କୁ ଜିଲ୍ଲା ଶିଶୁ ମଙ୍ଗଳ କମିଟିରେ ହାଜର କରାଯିବା ପରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଜଣାପଡ଼ିଛି ।
Follow Us